ବିଜେପି ନେତା ସୋନାଲି ଫୋଗଟଙ୍କ ହାର୍ଟ ଆଟାକରେ ହେଲା ନିଧନ


ବିଜେପି ନେତା ସୋନାଲି ଫୋଗାଟଙ୍କର ଗୋଆରେ ହୃଦଘାତରେ ପରଲୋକ ହୋଇଛି । ସେ ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ସେ ନିର୍ବାଚନ ହାରିଥିଲେ କିନ୍ତୁ ବିଜେପିର ହରିୟାଣା ୟୁନିଟ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତିି କରିଥିଲେ ।
ସେ ଜଣେ ଟିକଟକ ଷ୍ଟାର ମଧ୍ୟ ତାଙ୍କର ଟିକଟକରେ ଶତାଧିକ ଫଲୋର ମଧ୍ୟ ଅଛନ୍ତି । ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ସୋନାଲି ଫୋଗାଟ ମଧ୍ୟ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ନିଜର ଟୁଇଟର ଆକାଉଣ୍ଟରେ ନିଜର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଥିଲେ । ସୋନାଲି ବିଗବସର ୧୪ତମ ସଂସ୍କରଣରେ ଅଂଶଗ୍ରହଣ କରି ଖୁବ ଚର୍ଚ୍ଚାରେ ଆସିଥିଲେ । ଏବଂ ସେ କରୋନା ଅବଧି ସମୟରେ ମଣ୍ଡି କର୍ମଚାରୀଙ୍କୁ ବାଡେଇ ଲାଇମଲାଇଟକୁ ଆସିଥିଲେ । ସେ ମଧ୍ୟ ପୂର୍ବରୁ ବହୁ ହରିୟାଣା ଫିଲ୍ମ ଏବଂ ଆଲବମ ମ୍ୟୁଜିକରେ କାର୍ଯ୍ୟ କରିସାରିଛନ୍ତି । ସେ ନିଜ କିଛି କର୍ମବୃନ୍ଦଙ୍କ ସହିତ ଅଗଷ୍ଟ ୨୨ରେ ଗୋଆରେ ଯାତ୍ରା କରିଥିଲେ ଏବଂ ଅଗଷ୍ଟ ୨୪ରେ ସେଠାରୁ ଫେରିବାର ଯୋଜନା ମଧ୍ୟ ଥିଲା ।


Share It

Comments are closed.