ଆସନ୍ତୁ ଜାଣିବା ପୁଷ୍ପା ହିରୋ ଅଲୁ ଅର୍ଜୁନ କିପରି ରଖନ୍ତି ନିଜକୁ ଫିଟ


ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଅଲୁ ଅର୍ଜୁନ ପୁଷ୍ପା ଫିଲ୍ମ ପରେ ଖୁବ ଲୋକପ୍ରିୟତା ଅର୍ଜନ କରିସିରଛନ୍ତି । ତାଙ୍କର ଅଭିନୟ ଡାନ୍ସ ସ୍କିଲ ତାଙ୍କର ଫ୍ୟାନ ମାନଙ୍କୁ ପ୍ରଭାବିତ କରିଛି । ତାଙ୍କର ଷ୍ଟାଇଲ ମଧ୍ୟ ଦେଶର କୋଣ ଅନୁକୋଣରେ ତାଙ୍କ ଫ୍ୟାନମାନଙ୍କ ଦ୍ୱାରା ଫଲୋ କରାଯାଇଥାଏ । ଆସନ୍ତୁ ଜାଣିବା ତାଙ୍କର କଣ ରହିଛି ଫିଟନେଓ ରାଜ, ସେ ନିଜକୁ କିପରି ଫିଟ ରଖିଥାନ୍ତି ଏବଂ କିପରି ନିଜକୁ ସଠିକ ଭାବେ ପରିଚାଳନା କରି ରଖିଛନ୍ତି ।
ପୁଷ୍ପା ହିରୋ ନିଜକୁ ଫିଟ ରଖିାବ ପାଇଁ ପ୍ରତିଦିନ ଚାଲିଥାନ୍ତି । ସେ ଖାଲିପେଟରେ ସକାଳ ସମୟରେ ୪୫ ମିନିଟ ଚାଲିଥାନ୍ତି । ସେ ସପ୍ତାହରେ ୭ଦିନ ଯାକ ବ୍ୟାୟାମ କରିଥାନ୍ତି ଏବଂ କୌଣସି ଦିନ ତାଙ୍କୁ ଭଲନଲାଗିଲେ କିମ୍ବା ଓି୍ୱକ ଡେଜରେ ୩ରୁ ୪ ଥର ବ୍ୟାୟମ କରିଥାନ୍ତି । ତାଙ୍କର ପ୍ରିୟ ବ୍ୟାୟମ ମଧ୍ୟରେ ପୁସ-ଅପ, ଚିନ-ଅପ, ଚେଷ୍ଟ ଏବଂ ଟ୍ରାଇସେପ ଡିପ ଏବଂ ପ୍ଲାଙ୍କ ରହିଛି । ଅଲୁ ଅର୍ଜୁନ ପ୍ରତିଦିନ ୩୦ମିନିଟ ପ ର୍ଯ୍ୟନ୍ତ ଜଗିଂ କିମ୍ବା ସାଇକେଲିଂ ମଧ୍ୟ କରିଥାନ୍ତି ।
ସେ କୁହନ୍ତି ଉତ୍ତମ ବ୍ୟାୟାମ ସହିତ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ଖୁବ ଉପକାରୀ । ସେ ନିଜର ଖାଦ୍ୟପେୟ ଉପରେ ମଧ୍ୟ ସେତିକି ଧ୍ୟାନ ଦେଇଥାନ୍ତି । ସେ ବ୍ରେକଫାଷ୍ଟରେ ହାଇ ପ୍ରୋଟିନ ଖାଦ୍ୟ ତଥା ପ୍ରତିଦିନ ସେ ଅଣ୍ଡା ନିଶ୍ଚିନ୍ତଭାବେ ଖାଇଥାନ୍ତି । ସେ ନିଜର ମଧ୍ୟାହ୍ନ ଭୋଜନରେ ଗ୍ରିଲଡ ଚିକେନ, ବହୁ ପରିମାଣର ସବୁଜ ପନିପିରବା, ଫ୍ରୁଟ ସେକ ଖାଇଥାନ୍ତି । ନିଜର ରାତି ଭୋଜନରେ ସେ ଗ୍ରିନ ବିନ, କର୍ନ, ବ୍ରାଉନ ରାଇସ ଏବଂ ସାଲାଡ ଖାଇଥାନ୍ତି । ସେ ନିଜର ଦିନ ଗୋଟିଏ ଚକଲେଟ ସ୍ଲାଇସ ସହିତ ସମ୍ପୂର୍ଣ୍ଣ କରିଥାନ୍ତି ।
ଅଲୁ ଅର୍ଜୁନ ୨୦୦୩ରେ ଦକ୍ଷିଣ ଭାରତୀୟ ଫିଲ୍ମ ଗଙ୍ଗୋତ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହି ଇଣ୍ଡଷ୍ଟ୍ରିରେ ସେ ପ୍ରାୟ ୧୮ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ସେ ନିଜର ଡାନ୍ସ ମୁଭ ଏବଂ ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

 


Share It

Comments are closed.