‘ଶାହାରୁଖ ଖାନ ଅଭିନୟ ଜାଣନ୍ତି ନାହିଁ କି ସେ ସୁନ୍ଦର ମଧ୍ୟ ନୁହଁନ୍ତି ‘_ପାକ ଅଭିନେତ୍ରୀଙ୍କ ବୟାନରେ ୟୁଜର ହେଲେ କ୍ରୋଧିତ


ପାକିସ୍ତାନୀ ଅଭିନେତ୍ରୀ ମହନୁର ବଲୋଚଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଶାହାରୁଖଙ୍କ ଲୁକ୍ ବିଷୟରେ କହୁଛନ୍ତି । ମହନୁର ବଲୋଚଙ୍କ ଏହି ଭିଡିଓ ଟକ୍ ସୋ’ ‘ହଦ କରଦି’ ସମୟରେ ଦେଖିବାକୁ ମିଳିଛି। ଯେଉଁଠାରେ ସେ ମୋମିନ ସାକିବଙ୍କ ସହ କଥା ବାର୍ତ୍ତା କରୁଥିବାର ନଜର ଆସିଛନ୍ତି । ଭିଡିଓରେ ମହନୁର ବଲୋଚ ଆକର୍ଷଣ, ବ୍ୟକ୍ତିତ୍ୱ ଏବଂ ଚାର୍ମ ଉପରେ ନିଜର ମତାମତ ରଖିଛନ୍ତି । ଏହି ସମୟରେ ସେ ଶାହାରୁଖ ଖାନଙ୍କ ଉଦାହରଣ ଦେଇ ନିଜର କଥା ବୁଝାଇବା ଆରମ୍ଭ କରିଦିଅନ୍ତି । ଶାହାରୁଖ ଖାନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ, କିନ୍ତୁ ଯଦି ଆପଣ ଦୁନିଆରେ ଯାହାକୁ ସୁନ୍ଦର ବୋଲି କହନ୍ତି, ତେବେ ସେ ସେଥି ମଧ୍ୟରେ ଆସନ୍ତି ନାହିଁ । କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଏତେ ଶକ୍ତିଶାଳୀ ଏବଂ ତାଙ୍କ ଆଭା ଏପରି ଯେ ସେ ଭଲ ଦେଖାଯାଆନ୍ତି ।

କେବଳ ଶାରୀରିକ ରୂପ ହିଁ କିପରି ବ୍ୟକ୍ତିର ଆଭା ଓ ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିନଥାଏ ତାହା ମହନୁର ବଲୋଚ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶାହାରୁଖ ଜଣେ ମହାନ ବ୍ୟବସାୟୀ ଏବଂ ସେ ନିଜର ମାର୍କେଟିଂ କରିବା ଜାଣନ୍ତି । ଶାହାରୁଖ ଖାନଙ୍କ ବିଷୟରେ ମୋର ମତ ହେଉଛି ସେ ଅଭିନୟ ଜାଣନ୍ତି ନାହିଁ, ସେ ଜଣେ ମହାନ ବ୍ୟବସାୟୀ, ସେ ତାଙ୍କ ମାର୍କେଟିଂ କିପରି କରିବେ ତାହା ଜାଣନ୍ତି ।

ବୋଧହୁଏ ତାଙ୍କ ପ୍ରଶଂସକ ଏବଂ ଲୋକମାନେ ମୋ ସହ ଅସହମତ ହେବେ ଏବଂ ଏହା ଠିକ୍ ଅଛି । ତାଙ୍କର ଏକ ଭଲ ବ୍ୟକ୍ତିତ୍ୱ ଅଛି, ସେ ନିଜକୁ ଭଲ ମାର୍କେଟିଂ କରନ୍ତି । ଏମିତି ଅନେକ ଭଲ କଳାକାର ଅଛନ୍ତି ଯେଉଁମାନେ ସେତେଟା ସଫଳ ନୁହଁନ୍ତି । ମନହୁରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମନହୁରଙ୍କୁ ଅନେକ କଥା କହୁଛନ୍ତି।

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଲେଖିଛନ୍ତି, ‘କ’ଣ ଅନାବଶ୍ୟକ କଥା… ଏସଆରକେ ଜଣେ ଗୁଣାତ୍ମକ ଅଭିନେତା ଏବଂ କିମ୍ବଦନ୍ତୀ ଅଟନ୍ତି । ଆଉ ଜଣେ ଲେଖିଛନ୍ତି, “କ’ଣ?” ଆଉ ଜଣେ ଲେଖିଛନ୍ତି, ‘ତୁମେ ଓ ତୁମ ର ମତାମତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜଣେ ପ୍ରଶଂସକ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ସେ ଶାହାରୁଖଙ୍କ ନାମ ନେଇ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ସେ ତୁମ ଠାରୁ ଭଲ ଏବଂ ଅଧିକ ସଫଳ । ସେ କେବେ କାହା ପାଇଁ ଏଭଳି ମନ୍ତବ୍ୟ ଦିଅନ୍ତି ନାହିଁ, ତେଣୁ ସେ ମଧ୍ୟ ଆପଣଙ୍କ ଠାରୁ ଭଲ ବ୍ୟକ୍ତି ଅଟନ୍ତି । ‘


Share It

Comments are closed.