କିପରି ଶୈଳୀରେ ଶୁଅନ୍ତି ଆପଣ? ଆପଣଙ୍କ ଶୋଇବା ଶୈଳୀରୁ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ ଭିନ୍ନ, ସେହିପରି ଶୋଇବା ଷ୍ଟାଇଲ୍ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆସନ୍ତୁ ଜାଣିବା ଶୋଇବା ଶୈଳୀରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିଷୟରେ କିଛି ଖାସ୍ କଥା…
ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା, ଶୋଇବା ଶୈଳୀରୁ ଭବିଷ୍ୟତ ଓ ବ୍ୟକ୍ତିତ୍ବ ସମ୍ପର୍କରେ କ’ଣ ସୂଚନା ମିଳେ।
ଯେଉଁମାନେ ବିଛଣାର ଗୋଟିଏ ସ୍ଥାନରେ ଶୁଅନ୍ତି ନାହିଁ, ସେଭଳି ବ୍ୟକ୍ତି ଜୀବନରେ ବହୁତ ସଂଘର୍ଷର ସାମ୍ନା କରିଥାନ୍ତି। ଭାଗ୍ୟ ସେମାନଙ୍କ ସାଥ୍ ଦେଇ ନ ଥାଏ। ଏଭଳି ବ୍ୟକ୍ତି ଅଳସୁଆ ଓ ରାଗୀ ସ୍ବଭାବର ହୋଇଥାନ୍ତି। ଏଭଳି ଲୋକମାନେ ନିଜ ଜୀବନରେ ଅନ୍ୟ କାହାର ପ୍ରବେଶକୁ ସହଜରେ ଗ୍ରହଣ କରନ୍ତି ନାହିଁ।
ମୁହଁମାଡ଼ି ଶୋଉଥିବା ବ୍ୟକ୍ତି ଅନ୍ୟମାନଙ୍କଠାରୁ କାମ ହାସଲ କରିବାରେ ବେଶ୍ ମାହିର୍। ସମୁଦ୍ରଶାସ୍ତ୍ର ଅନୁସାରେ, ଏମାନେ ବହୁତ ଚାଲାକ ଏବଂ ଅନ୍ୟର ବିଶ୍ବାସଯୋଗ୍ୟ ହୋଇ ନଥାନ୍ତି।
ଯେଉଁମାନେ ସମ୍ପୂର୍ଣ୍ଣ ସିଧା ହୋଇ ଶୋଇଥାନ୍ତି, ସେମାନେ ନିଜ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଥାନ୍ତି। ଏମାନେ ନୀତିନିଷ୍ଠ ଏବଂ ପାରସ୍ପରିକ ସମ୍ପର୍କ ରକ୍ଷା କରିଥାନ୍ତି।
ଯେଉଁମାନେ ୮ ଘଣ୍ଟାରୁ ଅଧିକ ସମୟ ଶୁଅନ୍ତି, ସେମାନେ ଉତ୍ତମ ଜୀବନ ଜିଇଁବା ପାଇଁ ପସନ୍ଦ କରନ୍ତି ଏବଂ ଅଳସୁଆ ହୋଇଥାନ୍ତି।
ଗୋଟିଏ କଡ଼ ମାଡ଼ି ଶୋଉଥିବା ବ୍ୟକ୍ତି ମନରେ ଅନେକ ରହସ୍ୟ ଲୁଚାଇଥାନ୍ତି। ଏଭଳି ବ୍ୟକ୍ତି ସହଜରେ ନିଜ ମନକଥା କାହାକୁ କୁହନ୍ତି ନାହିଁ। ଏମାନେ ଉଚ୍ଚାକାଂକ୍ଷୀ ହେବା ସହ ଜୀବନରେ ଉନ୍ନତି କରିଥାନ୍ତି। ଏମାନେ ବହୁତ ସମ୍ମାନଜନକ
Comments are closed.