ଫ୍ଲିପ୍‌କାର୍ଟ ପକ୍ଷରୁ ଆକ୍ସିସ୍ ବ୍ୟାଙ୍କ୍ ସହିତ ବ୍ୟକ୍ତିଗତ ଋଣ ନେଇ ସହଯୋଗିତା


ଭୁବନେଶ୍ୱର: ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ପକ୍ଷରୁ ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଋଣ ସୁବିଧା ପ୍ରଦାନ କରାଯିବ । ଏହା ଦ୍ୱାରା ଏହାର ୪୫ କୋଟି ଗ୍ରାହକ ସୁବିଧାରେ ଋଣ ପାଇପାରିବେ । ନୂତନ ଭାବେ ଉପସ୍ଥାପନ କରାଯାଇଥିବା ବ୍ୟକ୍ତିଗତ ଋଣ ସେବାରେ ଗ୍ରାହକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ୬ ମାସରୁ ୩୬ ମାସ ପର୍ଯ୍ୟନ୍ତ ଅବଧି ଭିତରେ ଶୁଝିବା ବିକଳ୍ପ ସହିତ ପ୍ରଦାନ କରାଯାଉଛି । ଆଜିର ଆର୍ଥିକ ପରିବେଶରେ ଗ୍ରାହକଙ୍କ ଚାହିଦା ପୂରଣ କରିବା ଏବଂ ଡିଜିଟାଲ୍ ଋଣ କ୍ଷେତ୍ରରେ ରହିଥିବା ସମ୍ଭାବନା ହାସଲ କରିବା ପ୍ରତି ଫ୍ଲିପ୍‌କାର୍ଟର ପ୍ରତିବଦ୍ଧତା ହେଉଛି ଏହି ବ୍ୟକ୍ତିଗତ ଋଣର ଶୁଭାରମ୍ଭ ।
ଗ୍ରାହକମାନଙ୍କ ଜୀବନଶୈଳୀରେ ଉନ୍ନତି ଘଟିଥିବା ବେଳେ ସେମାନଙ୍କ ଯାତ୍ରାକୁ ସହଜ କରିବା ଲାଗି ଫ୍ଲିପ୍‌କାର୍ଟ ଓ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଭିନବ ଡିଜିଟାଲ୍ ପ୍ରଥମ ସମାଧାନ ପ୍ରଦାନ କରାଯାଉଛି । ବ୍ୟକ୍ତିଗତ ଋଣ ସୁବିଧା ଗ୍ରାହକଙ୍କ କ୍ରୟ ଶକ୍ତି ବଢ଼ାଇବ ଏବଂ ସହଜରେ ଓ ସୁଲଭ ମୂଲ୍ୟରେ ତାହା ଉପଲବ୍ଧ କରାଇବ । ପେ ଲାଟର, ପ୍ରଡକ୍ଟ ଫାଇନାନ୍ସ, ସେଲର ଫାଇନାନ୍ସ, କ୍ରେଡିଟ୍ କାର୍ଡ ଭଳି ବ୍ୟାପକ ଆର୍ଥିକ ସମାଧାନ ପରେ ବ୍ୟକ୍ତିଗତ ଋଣ ଜରିଆରେ ଫ୍ଲିପ୍‌କାର୍ଟ ଗ୍ରାହକମାନଙ୍କୁ ଋଣ ସୁବିଧା ପ୍ରଦାନ କରୁଛି ।
ଏହି ସହଯୋଗିତା ସମ୍ପର୍କରେ ଫ୍ଲିପ୍‌କାର୍ଟର ବରିଷ୍ଠ ଉପସଭାପତି-ଫିନ୍‌ଟେକ୍ ଓ ପେମେଂଟ୍ ଗ୍ରୁପ୍ ଧୀରଜ ଅନେଜା କହିଛନ୍ତି ଯେ, “ଅଗ୍ରଣୀ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଜରିଆରେ ଆମେ ବାଏ ନାଓ ପେ ଲାଟର (ବିଏନପିଏଲ୍‌), ସମାନ ମାସିକ କିସ୍ତି (ଇଏମଆଇ) ଓ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଆଦି ବ୍ୟାପକ ସୁଲଭ ପେମେଂଟ୍ ସମାଧାନ ଜରିଆରେ ସଫଳତାର ସହ ଆମ ଗ୍ରାହକମାନଙ୍କୁ ସଶକ୍ତ କରିଛୁ । ଆକ୍ସିସ୍ ବ୍ୟାଙ୍କ ସହିତ ମିଶି ଆମେ ଏକ ବ୍ୟକ୍ତିଗତ ଋଣ ସେବାର ଶୁଭାରମ୍ଭ କରିଥିବାରୁ ବେଶ ଉଲ୍ଲସିତ । ଲୋକଙ୍କ ପାଖରେ ଋଣ ପହଂଚାଇବା ଏବଂ ସେମାନେ ନଗଦ ଚାହୁଥିବା ବେଳେ ତାହା ପ୍ରଦାନ କରି ସେମାନଙ୍କ କ୍ରୟ ଶକ୍ତିକୁ ବଢ଼ାଇବା ଉପରେ ଆମର ଗୁରୁତ୍ୱ ରହିଛି । ଆର୍ଥିକ ସମାଧାନ ଗ୍ରାହକମାନଙ୍କ ଉଦୀୟମାନ ଚାହିଦା ପୂରଣ କରି ସେମାନଙ୍କୁ ଶ୍ରେଷ୍ଠ ନମନୀୟତା ଓ ସୁବିଧା ପ୍ରଦାନ କରୁଛୁ ।ଅନଲାଇନ୍ ସପିଙ୍ଗ ଦୃଶ୍ୟପଟ୍ଟକୁ ଆକାର ପ୍ରଦାନ କରି ସମସ୍ତଙ୍କ ପାଖରେ ଋଣ ପହଂଚାଇବା ଉପରେ ଆମର ପ୍ରତିବଦ୍ଧତା ପର୍ଯ୍ୟବେସିତ ।’’
ଏହି ଶୁଭାରମ୍ଭ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ଡିଜିଟାଲ ବିଜନେସ୍ ଆଣ୍ଡ୍ ଟ୍ରାନ୍ସଫର୍ମେସନ୍ ସମୀର ସେଟ୍ଟି କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ସବୁ ପ୍ରକାର ଆର୍ଥିକ ସମାଧାନ ପ୍ରଦାନ କରୁଛି ଏବଂ ଭାରତରେ ସଂଗଠିତ ଋଣକୁ ପହଂଚାଇବା ପାଇଁ ଏକ ପ୍ରତିବଦ୍ଧତା ସହ ସହଯୋଗିତାଗଭିତିକ ମଡେଲ୍ ଅନୁସାରେ ନବସୃଜନ ଜାରି ରଖିଛି ଯାହା ଦ୍ୱାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ । ଏହି ଉଦ୍ୟମରେ ଆମ ବ୍ୟବହାରକାରୀମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ସେମାନଙ୍କୁ ସୁହାଇବା ଭଳି ସମାଧାନ ପ୍ରଦାନ କରି ବ୍ୟାପକ ବର୍ଗର ଗ୍ରାହକଙ୍କୁ ଅତୁଳନୀୟ ଋଣ ସମାଧାନ ପ୍ରଦାନ କରିବା ଲାଗି ଫ୍ଲିପ୍‌କାର୍ଟ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଆନନ୍ଦିତ । ମିଳିତ ଭାବେ ଆମେ ଗ୍ରାହକଙ୍କ ପାଇଁ ସୁବିଧା ଓ ସହଜତାର ଏକ ନୂଆ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ ।’’


Share It

Comments are closed.