ଅଫିସରେ ଉନ୍ନତି ଏବଂ ସୌଭାଗ୍ୟ ଆଣିବାକୁ ହେଲେ ପାଳନ କରନ୍ତୁ କିଛି ବାସ୍ତୁ ନିୟମ . . . . . . . .


ଘର ପ୍ରସ୍ତୁତ କରିବା ସମୟରେ ଯେପରି ଆପଣ ବାସ୍ତୁ ଶାସ୍ତ୍ରକୁ ବିଚାରକୁ ନେଇଥାନ୍ତି ସେହିପରି ଆପଣ ଅଫିସ ପ୍ରସ୍ତୁତ କରିବା ସମୟରେ ବାସ୍ତୁ ନିୟମକୁ ପାଳନ କରିବା ଆବଶ୍ୟକ । ବାସ୍ତୁ ନିୟମ ସହିତ ଅଫିସ ପ୍ରସ୍ତୁତ କରିବା ଦ୍ୱାରା ସୌଭାଗ୍ୟ, ଉନ୍ନତି ଏବଂ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା କିପରି କରିବେ ବାସ୍ତୁ ଅନୁଯାୟୀ ଅଫିସର ପ୍ରସ୍ତୁତି ।
୧. ଅଫିସର ସମ୍ମୁଖ ଦ୍ୱାର ଉତ୍ତର, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦ୍ୱାରକୁ ରହିବା ଆବଶ୍ୟକ ।
୨. ସର୍ବଦା ଅଫିସ ଘରକୁ ସଫା ସୁତୁରା ଏବଂ ସଜାଇ ରଖନ୍ତୁ । ଅଦରକାରୀ କାଗଜ ଏବଂ ଫାଇଲକୁ ରଖନ୍ତୁ ନାହିଁ ।
୩. ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉତ୍ତର କିମ୍ବା ପୂର୍ବ ଦିନକୁ ମୁହଁ କରି ବସନ୍ତୁ ଏହା ଦ୍ୱାରା କାର୍ଯ୍ୟରେ ମନ ଲାଗିଥାଏ ଏବଂ ସଫଳତା ପ୍ରାପ୍ତ ହୋଇଥାଏ ।
୪. ଅଫିସରେ ବର୍ଗାକାର କିମ୍ବା ଆୟତାକାର ଟେବୁଲର ବ୍ୟବହାର କରନ୍ତୁ ।
୫. ଆବଶ୍ୟକୀୟ ଫାଇଲ ଏବଂ କାଗଜପତ୍ର ସର୍ବଦା ପଶ୍ଚିମ ଦିଗରେ ରଖନ୍ତୁ । ସମ୍ମୁଖ ପ୍ରବେଶ କକ୍ଷରେ ଲାଫିଙ୍ଗ ବୁଦ୍ଧ ରଖିପାରିବେ ।
୬. ଅଫିସରେ ବାସ୍ତୁର ପ୍ରଭାବ ବଢାଇବା ପାଇଁ ଅଫିସରେ ମନି ପ୍ଲାଣ୍ଟ , ଜେଡ ପ୍ଲାଣ୍ଟ, ବାମ୍ବୁ ଟ୍ରି କିମ୍ବା ପିସ ଲିଲି ସଗାଇପାରିବେ ।
୭. ଅଫିସର ରଙ୍ଗ ମଧ୍ୟ ବାସ୍ତୁ ସମସ୍ୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆପଣ ଅଫିସର କାନ୍ଥର ରଙ୍ଗ ହାଲକା ରଖିପାରିବେ । କାନ୍ଥର ରଙ୍ଗ ପିଷ୍ଟଲ ୟେଲୋ ଏବଂ ହ୍ୱାଇଟ ରଖିପାରିବେ ।
୮. ଅଫିସରେ କିଛି ଇଲେକଟ୍ରୋନିକ ଉତ୍ପାଦ ଥିଲେ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ।
୯. ସୌଭାଗ୍ୟ ଏବଂ ଧନର ଭଗବାନ କୁବେରଙ୍କୁ ଆପଣ ଅଫିସର ଉତ୍ତର ଦିଗରେ ରଖିପାରିବେ ।
୧୦. ଅଫିସରେ ଆକାଉଣ୍ଟ ବିଭାଗ ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ କରିପାରିବେ ।


Share It

Comments are closed.