ଭାତ ପସନ୍ଦ କରୁଥିବା ବ୍ୟକ୍ତି ଜାଣନ୍ତୁ ଆମ୍ଭମାନଙ୍କ ଶରୀର ଉପରରେ କଣ ପଡିଥାଏ ଏହାର ପ୍ରଭାବ . . . . . . . . . .


ଓଡିଶା ଏକ କୃଷି ପ୍ରାଧ୍ୟାନ୍ୟ ରାଜ୍ୟ । ଓଡିଶାରେ ୯୦ ପ୍ରତିଶତ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଭାତରେ ବହୁ ପ୍ରକାରର ପୋଷକ ତ ୍ୱ ରହିଛି ଯହା ଶରୀର ପାଇଁ ଖୁବ ଲାଭଦାୟକ । ଶରୀର ପାଇଁ ଆବଶ୍ୟକ ହେଉଥିବା ଉପକାରୀ କାର୍ବୋହାଇଡ୍ରେଟ ଏବଂ ଫାଇବର ଭାତରେ ଭରପୁର ମାତ୍ରାରେ ରହିଛି । ଆସନ୍ତୁ ଜାଣିବା ପ୍ରତିଦିନ ଭାତ ଖାଇବା ଦ୍ୱାରା କଣ ପ୍ରଭାବ ପଡିଥାଏ ସମ୍ପୂର୍ଣ୍ଣ ଶରୀରରେ . . . . . . . . .
୧. ଭାତ ଗ୍ଲୁଟେନ ଫ୍ରି ହୋଇଥାଏ – ଭାତରେ ଗ୍ଲୁଟେନର ପରିମାଣ ଖୁବ କମ ଥିବାରୁ ଏହା ଶରୀରକୁ ସିଲିଆକ ରୋଗରୁ ରକ୍ଷା କରିଥାଏ ।
୨. ଶକ୍ତିର ସ୍ରୋତ – ଭାତରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥିବାରୁ ଏହା ଶକ୍ତିର ଏକ ଉତ୍ତମ ସ୍ରୋତ ଏବଂ ଏହା ପେଟକୁ ଅଧିକ ସମୟ ପର‌୍ୟ୍ୟନ୍ତ ଫୁଲ ରଖିଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ ଶରୀରରେ କୌଣସି ଖରାପ ପ୍ରଭାବ ପଡିନଥାଏ ।
୩. ହଜମ କ୍ରିୟାକୁ ସକ୍ରିୟ କରାଇଥାଏ – ଭାତରେ ଫାଇବରର ମାତ୍ରା ଅଧିକ ରହିଥାଏ । ଏହା ହଜମ କ୍ରିୟାରେ ସହାୟକ ହୋଇଥାଏ । ତେଣୁ ଯେକୌଣସି ପେଟ ଜନିତ ସମସ୍ୟାରେ ଆପଣ ଭାତ ଖାଇବା ଦ୍ୱାରା ଖୁବ ଶୀଘ୍ର ମୁକ୍ତି ମିଳିଥାଏ ।
୪. ହୃଦ ରୋଗରୁ ରକ୍ଷା କରିଥାଏ – ଭାତ ରକ୍ତରେ କୋଲେଷ୍ଟ୍ରେଲର ମାତ୍ରା ବଢାଇଥାଏ ଏବଂ ହୃଦ ରୋଗ ଏବଂ ଷ୍ଟ୍ରୋକରୁ ମୁକ୍ତି ପ୍ରଦାନ କରିଥାଏ । ଏହା ଏମିନୋ ଏସିଡର ଗୋଟିଏ ଉତ୍ତମ ସ୍ରୋତ ଅଟେ ।
୫. ଡାଇବେଟିସର ମାତ୍ରା କମ କରିଥାଏ – ଆପଣ ଜାଣନ୍ତି କି ଭାତରେ ଷ୍ଟାର୍ଚ ରହିଛି ଯାହା ସୁବଜ ପନିପରିବା ଏବଂ ଜାଲିରେ ମିଶିବା ପରେ ଶରୀରରେ ରକ୍ତ ଶର୍କରାର ମାତ୍ରା କମ କରିଥାଏ ।
୬. ଖୁବ ଶୀଘ୍ର ହଜମ ହୋଇଥାଏ – ଅନ୍ୟ ଷ୍ଟାର୍ଚ ତୁଳନାରେ ଭାତ ଖୁବ ଶୀଘ୍ର ହଜମ ହୋଇଥାଏ । ଏଥିରେ ଫାଇଟିକ ଏସିଡର ମାତ୍ରା ଖୁବ କମ ରହିଛି ଯାହା ଶୁବ ଶୀଘ୍ର ହଜମ ହୋଇଥାଏ ।
୭. ତ୍ୱଚା ପାଇଁ ଖୁବ ଭଲ – ଏହା ହଜମ କ୍ରିୟା ସକ୍ରିୟ କରୁଥିବାରୁ ତ୍ୱଚାରେ ଖୁବ ଭଲ ପ୍ରଭାବ ପଡିଥାଏ । ଚାଉଳକୁ ମଧ୍ୟ ବିଭିନ୍ନ ସ୍କିନ କେୟାର ଉତ୍ପାଦ ଭାବେ ବ୍ୟବହାର କରାଯାଇଥାଏ । ଏହାର ଷ୍ଟାର୍ଚ ଗୁଣ ତ୍ୱଚା ଏବଂ କେଶ ପାଇଁ ଖୁବ ଭଲ ।

 

 


Share It

Comments are closed.