୫୦୦ ନିରିହ ଅନାଥ କୁକୁରଙ୍କୁ ଖାଇବାକୁ ଦେଇ ନିଜ ବିବାହ ଉତ୍ସବ ପାଳନ କଲେ ଓଡିଶାର ଏହି ଦମ୍ପତି


ବାହାଘର ତ ଆପଣ ବହୁତ ଦେଖିଥିବେ । କିନ୍ତୁ ଓଡିଶାର ଭୁବନେଶ୍ୱରରେ ଏଭଳି ଏକ ବିବାହ ହେଲା ଯାହାର ଚର୍ଚ୍ଚା ନିହାତି ଆବଶ୍ୟକ । ଭାରତରେ ବିବାହ ଉତ୍ସବ ମାନଙ୍କରେ ସାଜସଜ୍ଜା ଏବଂ ଭୋଜି ଉପରେ ଅନେକ ଟଙ୍କା ଖର୍ଚ୍ଚ କରାଯାଇଥାଏ ଏବଂ ଖାଦ୍ୟ ମଧ୍ୟ ଅନେକ ନଷ୍ଠ ହୋଇଥାଏ । କିନ୍ତୁ ଏହି ବିବାହ ଲୋକଙ୍କ ମନରେ ଏକ ନୂଆ ବିଚାର ସୃଷ୍ଟି କରିଛି ଯାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ୟୁରେକା ଆପଟ ଏବଂ ତାଙ୍କ ପତ୍ନୀ ଜୋନା ନିଜ ବିବାହ ଅବସରରେ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭୋଜି ଦେବା ପରିବର୍ତ୍ତେ ୫୦୦ ନିରିହ ଅନଥା ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।
ଏଇ ନବ ବିବାହିତ ଦମ୍ପତି ତିନି ବର୍ଷ ପୂର୍ବେ ପରସ୍ପରକୁ ଏହି ପ୍ରତିଶ୍ରୃତି ଦେଇଥିଲେ । ୟୁରେକା ଆପଟ ପେସାରେ ଜଣେ ଫିଲ୍ମ ନିର୍ମାତା ଅଟନ୍ତି ଏବଂ ପତ୍ନୀ ଜୋନା ଜଣେ ଡେନଟିଷ୍ଟ ଅଟନ୍ତି । ଉଭୟ ଏକ ପଶୁ ୱେଲଫେୟାର ‘ଏନଜିଓ ଏକାମ୍ର’ ସାହାଯ୍ୟରେ ଅନାଥ ପଶୁଙ୍କୁ ଖାଦ୍ୟ ଖୁଆଇଥିଲେ ଏବଂ ତାଙ୍କ ଦେଖାଶୁଣା ପାଇଁ କିଛି ଟଙ୍କା ମଧ୍ୟ ଦାନ କରିଥିଲେ ।
ବିବାହର ଦୁଇ ଦିନ ପୂର୍ବରୁ ଦମ୍ପତି ଏକ ପଶୁ ସେଲ୍ଟର ଯାଇ ସେମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ଦାନ କରିଥିଲେ । ଏହି ବିଚାର ପଛରେ ପୁଅର ସ୍ୱର୍ଗୀୟ ମା’ ଥିଲେ, ଯିଏକି କ୍ୟାନସରରେ ମୃତ୍ୟୁ ବରଣ କରିଥିଲେ । ପୁଅ ମା’ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚାହୁଁଥିଲା । ସେ ଏଇ ମହତ୍ତ୍ୱ କାମ ନିଜ ଜୀବନର ଏହି ଖାସ ଦିନକୁ ବାଛି ଥିଲେ । ପ୍ରକାଶ ଥାଉକି, ବିବାହ ଖୁବ ନିଡାମ୍ବରେ ହୋଇଥିଲା ।


Share It

Comments are closed.