ଗୋଆ ବିଚରେ ଏକାଠି ନଜର ଆସିଲେ ବି ଟାଉନର ନୂଆ ଲଭ ବାର୍ଡ ନୋରା ଫତେହି ଏବଂ ଗୁରୁ ରନ୍ଧୱା !


ଗୋଆରେ ପଞ୍ଜାବୀ ପପ୍ ଷ୍ଟାର ଗୁରୁ ରନ୍ଧୱାଙ୍କ ସହ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହିଙ୍କ ବ୍ୟକ୍ତିଗତ ବେଳାଭୂମି ସମୟ ଉପଭୋଗ କରୁଥିବା ଫଟୋ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ଦୁହେଁ ବି-ଟାଉନର ନୂଆ ଲଭବାର୍ଡ କି? ‘ଦିଲବର୍’ ଗର୍ଲ ସ୍କାଏ ବ୍ଲୁ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ​​ଯାହାକୁ ସେ ମଝିରେ ବାନ୍ଧି ରଖିଛନ୍ତି – ଏହାକୁ ଏକ କ୍ରପ୍ ଟପ୍ ଭଳି କରିଦେଇଛନ୍ତି ଯାହା ତାଙ୍କ ଟୋନଡ୍ ମିଡ୍ରିଫ୍ କୁ ପ୍ରକାଶ କରୁଛି | ନୋରା ଏହାକୁ ଏକ ବ୍ଲାକ ସର୍ଟ ସହିତ ଯୋଡିଛନ୍ତି | ସେ ନିଜର ଲମ୍ବା କେଶକୁ ଖୋଲା ରଖିଛନ୍ତି | ଅନ୍ୟ ପଟେ, ‘ନାଚ୍ ମେରୀ ରାନୀ’ ହିଟମେକର୍ ଏକ ଷ୍ଟାଇଲିସ୍ କଳା ଏବଂ ଧଳା ବିଚ ଥିମ୍ କୋ-ଅର୍ଡ ସେଟ୍ ପିନ୍ଧିଛନ୍ତି |
https://www.instagram.com/p/CXVlqnRq_U1/?utm_source=ig_web_copy_link
ଦୁହିଁ ବହୁତ ଖୁସି ଥିବାର ଜଣା ପଡୁଥିବାର ନଜର ଆସିଛି । ବର୍ତ୍ତମାନ ଦୁହିଁଙ୍କ ଫଟୋ ଦେଖି ସମସ୍ତଙ୍କର ଏବେ ଗୋଟିଏ ପ୍ରଶ୍ନ , ଯେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁନାହାନ୍ତି ତ? ସେମାନଙ୍କ ଫଟୋକୁ ଫଟୋଗ୍ରାଫର୍ ଭାଇରାଲ ଭୟାନୀ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଅନ୍ୟାନ୍ୟ ଫ୍ୟାନ୍ ପେଜରେ ଏମାନଙ୍କ ଫଟୋ ଖୁବ୍‌ ସେୟାର୍ କରାଯାଇଛି । ୟୁଜର୍ସ ମାନେ ଏହି ଫଟୋ ଦେଖି କମେଣ୍ଟରେ ସେମାନଙ୍କ ରିଲେସନ୍ କୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଦୁହେଁ ରିଲେସନ୍ସିପ୍ ରେ ନାହାନ୍ତି ତ? ଆଉ ଜଣେ କହିଛନ୍ତି କି କଣ ଏହି ଦୁଇଜଣ ସିଙ୍ଗଲରୁ ମିଙ୍ଗଲ ହୋଇଯାଇଛନ୍ତି? ଅନ୍ୟ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସେମାନଙ୍କୁ ଏକାସାଙ୍ଗରେ ମଜା କରିବାକୁ ଦିଅ, ତୁମେ ସେଠି କବାବ୍ ମେ ହଡ୍ଡି ହୁଅନି । ସେହି ଅନ୍ୟଜଣେ ଲେଖିଛନ୍ତି ଯେ, ବି-ଟାଉନକୁ ନୁଆ କପଲ୍ ଆସିଛନ୍ତି । ଏଭଳି ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି ।


Share It

Comments are closed.