ଆଖିରେ ଏହି ୫ଟି ସମସ୍ୟାକୁ କେବେ ବି କରନ୍ତୁ ନାହିଁ ଅଣଦେଖା, ନଚେତ ହରାଇପାରନ୍ତି ଦୃଷ୍ଟିଶକ୍ତି


ଆମ ଶରୀରର ସବୁ ଇନ୍ଦ୍ରିୟ ଠାରୁ ଆଖି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ। ସେଥିପାଇଁ ଆଖିରେ ଟିକେ କିଛି ସମସ୍ୟା ଦେଖାଦେଲେ ମାନେ ଆମେ ବ୍ୟସ୍ତ ବିବ୍ରତ ହୋଇପଡ଼ୁ। ମାତ୍ର ଏହି ସମସ୍ୟା ଆଜିକାଲି ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ହେବାରେ ଲାଗିଛି। ତେବେ ଏହାର ମୁଖ୍ୟ କାରଣ ହେଉଛି ଆମ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ଅନିୟମିତତା । ପ୍ରକୃତରେ ଗତ କିଛିବର୍ଷ ହେଲା ଆମ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସମୟ କିଛି ଠିକ୍ ରହୁନାହିଁ। ଏହାପରେ କୋରୋନା ଆସିବା ପରେ ଯେଉଁମାନେ ଘରୁ ରହି କାମ କଲେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏ ସମସ୍ୟା ଦେଖାଦେଲା । କାରଣ ହେଲା କମ୍ପ୍ୟୁଟର ଓ ଲାପଟପରୁ ନିର୍ଗତ ଲାଇଟ। ଖାସ ସେଥିପାଇଁ ସମୟ ଥାଉ ଥାଉ ଏହି ସମସ୍ୟାରୁ ସମାଧାନ ପାଇବା ଉଚିତ୍ । ନଚେତ୍ ଚକ୍ଷୁକୁ ନେଇ ଅନେକ ସମସ୍ୟାରେ ଆପଣ ପଡ଼ିପାରନ୍ତି।

ଆଖି ନାଲି ପଡ଼ିବା

ଆଖି ନାଲି ପଡ଼ିବା ପଛରେ ଅନେକ କାରଣ ଥାଇପାରେ, ବେଳେବେଳେ ଆଘାତ ହେତୁ ଏହି ସମସ୍ୟା ମଧ୍ୟ ଆସିଥାଏ । ଏହି କାରଣରୁ ଆଖି ଜଳିବା, ଫୁଲିଯିବା ଏବଂ ଦୃଷ୍ଟି ଶକ୍ତିରେ କ୍ଷତି ପହଞ୍ଚିବା ଆଶଙ୍କା ରହିପାରେ। ନାଲି ଆଖି ହେତୁ ଅନେକ ଥର ଆଖିର ଛୋଟ ରକ୍ତ କଣିକା ଫୁଲିଯାଏ । କିନ୍ତୁ ଯଦି ଆପଣଙ୍କ ଆଖି କୌଣସି ଆଘାତ କିମ୍ବା ଯନ୍ତ୍ରଣା ବିନା ନାଲି ହୋଇଯାଏ, ତେବେ ଏପରି ପରିସ୍ଥିତିରେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଦରକାର।

ଆଖିରେ ଅଚାନକ ଦରଜ ହେବା

ଆଖିରେ ଯନ୍ତ୍ରଣା ହେବାର ମଧ୍ୟ ଅନେକ କାରଣ ଥାଇପାରେ। ବେଳେବେଳେ ପାଣିପାଗର ପରିବର୍ତ୍ତନ ଏବଂ ସାମାନ୍ୟ ସଂକ୍ରମଣ ହେତୁ ଆଖି ଯନ୍ତ୍ରଣା ମଧ୍ୟ ହୁଏ। କିନ୍ତୁ, ଯଦି ଆପଣଙ୍କ ଆଖିରେ ହଠାତ୍ ଯନ୍ତ୍ରଣା ଆରମ୍ଭ କରେ, ତେବେ ଏପରି ପରିସ୍ଥିତିରେ ଆପଣ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।

ଶୁଖିଲା ଆଖି

ଲୁହ ଆଖିର ଏକ ପ୍ରମୁଖ ଅଂଶ । ଯେବେ ଆଖିରେ ଲୁହ ହେବା ବନ୍ଦ ହୋଇଯାଏ ତେବେ ସେତେବେଳେ ଆମ ଆଖି ଶୁଖିବା ଆରମ୍ଭ କରେ। ଯାହାଦ୍ୱାରା ଆଖି ଜଳିବା ଓ କୁଣ୍ଡେଇ ହେବା ସମସ୍ୟା ଦେଖାଦିଏ । ଆଖିରେ ଶୁଖିଲାପଣ ଦେଖାଦେଲେ ସମସ୍ୟା ବଢିପାରେ।

ଲୁହ ଅବା ପାଣି ବାହାରିବା

ଆଖିରୁ ଲୁହ ନ ବାହାରିଲେ ଡ୍ରାଏ ଆଇ ହୋଇଯାଏ ମାତ୍ର ଆଖିରୁ ମାତ୍ରାଧିକ ଲୁହ ବାହାରିବା ମଧ୍ୟ ଖରାପ। ତେବେ ଯଦି ବାରମ୍ବାର ଆଖିରୁ ବିନା କାରଣରେ ପାଣି ବାହାରେ ତେବେ ଆଖି ଡାକ୍ତରଙ୍କୁ ତୁରନ୍ତ ଦେଖାଇବା ଜରୁରୀ।

ଆଖିକୁ ଧୂସର ଦେଖାଯିବା

ଆଖିରେ ଧୂସର ପଣ ଦେଖାଦେବା ଏକ ସାମାନ୍ୟ ସମସ୍ୟା। ମାତ୍ର ଯଦି ଲଗାତାର ଏହି ସମସ୍ୟା ଦେଖାଦିଏ ତେବେ ଏହା କୌଣସି ଏକ ରୋଗର ଲକ୍ଷଣ ଦେଖାଦେଇପାରେ।


Share It

Comments are closed.