ବେବି ବମ୍ପ ସହ ନଜର ଆସିଲେ ନେହା କକ୍କର, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ


ବଲିଉଡ ସିଙ୍ଗର ନେହା କକ୍କର ନିକଟରେ ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ନେହା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ନେହା ଏବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ନେହା କ୍ୟାପସନରେ ଲେଖିଛନ୍ତି – ‘#khayarakhyakar#’
https://www.instagram.com/p/CI7E-TWDDbA/?utm_source=ig_web_copy_link
ନେହା କକ୍କରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ରୋହନପ୍ରୀତ ସିଂ ମଧ୍ୟ ଅଛନ୍ତି। ସେ ନେହାଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି। ରୋହନପ୍ରୀତ ସିଂ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ସମାନ ଫଟୋ ପୋଷ୍ଟ କରିଛନ୍ତି। ନେହା କକ୍କର କ୍ୟାପସନରେ ଲେଖିଛନ୍ତି, ‘ଖାୟଲ ରଖିଆ କର’। ଯେଉଁଥିରେ ରୋହନପ୍ରୀତ ମନ୍ତବ୍ୟ ଦେଇଛନ୍ତି, “ବର୍ତ୍ତମାନ ତୁମର ଅଧିକ ଯତ୍ନ ନେବାକୁ ପଡିବ ନେହୁ।”

ନେହା କକ୍କଡ଼ଙ୍କ ଗର୍ଭାବସ୍ଥା ଖବରକୁ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁ ନାହାନ୍ତି। ନେହା ପାଖାପାଖି ୨ମାସ ତଳେ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି। ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବାର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ନେହା କକ୍କଡ଼ ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ।


Share It

Comments are closed.