ପୁଣି ବଢିଲା LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ , ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି


ବର୍ଷ ସରି ଆସୁଥିବା ବେଳେ ଗ୍ରାହକଙ୍କୁ ଲାଗିଛି ବଡ ଝଟକା । ସାଧାରଣ ଖାଉଟିଙ୍କ ପକେଟରେ ଲାଗିଛି ନିଆଁ । ଅର୍ଥାତ୍ ଡିସେମ୍ବର ପହିଲାରୁ ବୃଦ୍ଧି ପାଇଛି LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ତୈଳ କମ୍ପାନୀଗୁଡିକ ଦର ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୦୦ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୨୦୨୧ ଟଙ୍କା ହୋଇଛି । ତଥାପି, ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ ।

ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୯୯ ଟଙ୍କା ୫୦ ପଇସା ରହିଛି । କୋଲକାତାରେ ୯୨୬ ଟଙ୍କା ଏବଂ ଚେନ୍ନାଇରେ ୯୧୫ ଟଙ୍କା ୫୦ ପଇସାରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ସମୀକ୍ଷା ପରେ LPG ଗ୍ୟାସର ମୂଲ୍ୟ ସଂଶୋଧନ କରନ୍ତି ।


Share It

Comments are closed.