ଭାରତରେ ବିଦ୍ୟୁତକରଣକୁ ତ୍ୱରାନ୍ୱିତ କରିବା ପାଇଁ ହୋଣ୍ଡା ପକ୍ଷରୁ ବେଙ୍ଗାଲୁରୁରେ ନୂଆ ଆର୍‌ଆଣ୍ଡଡି କେନ୍ଦ୍ରର ଉଦ୍‌ଘାଟନ


ଭୁବନେଶ୍ୱର: ହୋଣ୍ଡା ମୋଟର କମ୍ପାନିର ସହାୟକ ସଂସ୍ଥା ହୋଣ୍ଡା ଆର୍‌ଆଣ୍ଡ୍‌ଡି (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଆର୍‌ଆଇଡି) ପକ୍ଷରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂଆ ସଲ୍ୟୁସନ୍ ଆର୍‌ଆଣ୍ଡଡି କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି ।
୨୦୫୦ ସୁଦ୍ଧା ଏହାର ସମସ୍ତ ଉତ୍ପାଦ ଓ କର୍ପୋରେଟ୍ କାର୍ଯ୍ୟକଳାପରେ କାର୍ବନ ନ୍ୟୁଟ୍ରାଲିଟି ପାଇଁ ହୋଣ୍ଡା ବିଶ୍ୱସ୍ତରୀୟ ଲକ୍ଷ୍ୟ ଦାର୍ଯ୍ୟ କରିଛି । ବିଦ୍ୟୁତ ଉତ୍ସ ଦୃଷ୍ଟିରୁ କମ୍ପାନି ଏହାର ବ୍ୟାପକ ଉତ୍ପାଦଗୁଡ଼ିକୁ କାର୍ବନ ନ୍ୟୁଟ୍ରାଲ୍ କରିବା ଉପରେ କାର୍ଯ୍ୟ କରୁଛି । ମୋଟରସାଇକଲ୍ ବ୍ୟବସାୟରେ କମ୍ପାନି ୨୦୪୦ ସୁଦ୍ଧା କାର୍ବନ୍ ନ୍ୟୁଟ୍ରାଲ୍ ହେବାକୁ ଲକ୍ଷ୍ୟ ରଖିଛି ।
ଭାରତରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିଥିବା ବେଳେ ୨୦୧୧ରେ ଭାରତ ସରକାର ଜଳବାୟୁ ପରିବର୍ତନକୁ ନେଇ ଜାତିସଂଘ କନ୍‌ଭେନ୍‌ସନ୍ ଫ୍ରେମ୍‌୍‌ୱର୍କକୁ ଗ୍ରହଣ କରିଥିଲା । ୨୦୭୦ ସୁଦ୍ଧା ନେଟ୍ ଜିରୋ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହାସଲ କରିବା ଦିଗରେ ଦେଶ କାମ କରିବ ବୋଲି ଭାରତ ଜଣାଇଥିଲା ।
ପରିବେଶରେ ହେଉଥିବା ପରିବର୍ତନ ଦୃଷ୍ଟିରୁ ହୋଣ୍ଡାର ବିଶ୍ୱାସ ରହିଛି ଯେ ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ହେବା ଲାଗି କମ୍ପାନିକୁ ବିଦ୍ୟୁତ୍‌କରଣ ଧାରାରେ ନିଜକୁ ସାମିଲ ହେବାକୁ ହେବ ଏବଂ ଆକର୍ଷଣୀୟ ଉତ୍ପାଦ ଓ ସେବା ଯୋଗାଇଦେବାକୁ ହେବ ।
ଏହି ସଲ୍ୟୁସନ୍ ଆର୍‌ଆଣ୍ଡଡି କେନ୍ଦ୍ର ଉନ୍ନତ ଗମନାଗମନ ପ୍ରଯୁକ୍ତିକୁ ବିଦ୍ୟୁତ ଯାନ ବିକାଶରେ ଶୀଘ୍ର ମୁତୟନ କରିବା ସହ ଗବେଷଣା ଓ ବିକାଶ କମ୍ପାନିଗୁନିକର ଚିନ୍ତାଧାରା ଓ ପ୍ରଯୁକ୍ତିକୁ ଗ୍ରହଣ କରି ସଫ୍ଟୱେର ଓ କନେକ୍ଟେଡ୍ ସେବା ଉପରେ କାମ କରିବ । ନୂଆ ସେବା ଓ ବ୍ୟବସାୟ ଲାଗି ଏହି କେନ୍ଦ୍ର କମ୍ପାନିଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବ ।
ହୋଣ୍ଡାର ଟ୍ରିପଲ୍ ଆକ୍ସନ ଟୁ ଜିରୋ ଅଭିଯାନ ଜରିଆରେ ସାମାଜିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ଓ ଶୂନ ଦୁର୍ଘଟଣାର ଏକ ସମାଜ ପାଇଁ ଟ୍ରାଫିକ ଦୁର୍ଘଟଣାକୁ ରୋକିବା ଦିଗରେ ମଧ୍ୟ ହୋଣ୍ଡା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବ । ଉନ୍ନତ ପ୍ରଯୁକ୍ତି ଓ ନବସୃଜନ ଜରିଆରେ ହୋଣ୍ଡା ପକ୍ଷରୁ ଉନ୍ନତ ମୂଲ୍ୟ ଯୁକ୍ତ ଉତ୍ପାଦ ପ୍ରଦାନ କରାଯିବ ଯାହା ସ୍ୱତନ୍ତ୍ର ଭାବେ ହୋଣ୍ଡାର ଭାବ ପ୍ରକାଶ କରୁଥିବ ଯାହା ଗ୍ରାହକଙ୍କୁ ଗମନାଗମନରେ ସ୍ୱତନ୍ତ୍ରତା ପ୍ରଦାନ କରିବ ।


Share It

Comments are closed.