ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ



ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+\’ ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି କଂଟେଟ ଆକେସସ୍ ପ୍ରଦାନ କରୁଛି । ଏହା ସୁବିଧା, ନମନୀୟତା ଏବଂ ଉନ୍ନତ ମନୋରଞ୍ଜନ ବିକଳ୍ପ ସୁନିଶ୍ଚିତ କରୁଛି । ‘ଡିସ୍ ଟିଭି ସ୍ମାର୍ଟ+\’ ସେବା ମାଧ୍ୟମରେ ନୂତନ ତଥା ବତର୍ମାନର ଗ୍ରାହକଙ୍କ ସମେତ ସମସ୍ତ ଡିସ୍ ଟିଭି ଏବଂ ଡି୨ଏଚ୍ ଗ୍ରାହକମାନେ ସେମାନଙ୍କ ମନୋନୀତ ଟିଭି ସବସ୍କ୍ରିପସନ ପ୍ୟାକ୍ ସହିତ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ । ‘ଡିସ୍ ଟିଭି ସ୍ମାର୍ଟ+\’ ସେବା ଇକୋସିଷ୍ଟମ୍ ଯେକୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ଓଟିଟି ସୁପର ଆପ୍‌, ସେଟ୍ ଟପ୍ ବକ୍ସ ସମେତ ସ୍ମାର୍ଟ ଡିଭାଇସ୍ ଏବଂ ସ୍ମାର୍ଟ ଆଣ୍ଡ୍ରଏଡ୍ ଏସଟିବି ମାଧ୍ୟମରେ ମନୋରଞ୍ଜନକୁ ସକ୍ଷମ କରିବ । ଡିସ୍ ଟିଭି ଏହି ଡିଭାଇସ୍ ଗୁଡ଼କରେ ସେମାନଙ୍କ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ସମନ୍ୱିତ କରିବା ପାଇଁ ଟପ୍ ଟିଭି ଏବଂ ମୋବାଇଲ୍ ଅରିଜିନାଲ୍ ଇକ୍ୱିପମେଂଟ୍ ମ୍ୟାନୁଫାକ୍‌ଚରର୍ସ (ଓଇଏମ୍‌) ସହିତ ସହଭାଗିତା କରିବ, ଯାହା ଦ୍ୱାରା ସାମଗ୍ରିକ ଉପେଭାକ୍ତାଙ୍କ ଅଭିଜ୍ଞତା ସମୃଦ୍ଧ ହେବ ।
ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍‌ର ସିଇଓ ମନୋଜ ଦୋଭାଲ କହିଛନ୍ତି, ‘ଡିସ୍ ଟିଭି ଏହାର ପ୍ରତିଷ୍ଠା ପରଠାରୁ ମନୋରଞ୍ଜନ ବ୍ୟବହାର କ୍ଷେତ୍ରରେ ପରିବତର୍ନ ଆଣିଛି ଏବଂ ଲୋକମାନଙ୍କୁ ସେମାନଙ୍କ ପ୍ରିୟ ବିଷୟବସ୍ତୁ ଉପଭୋଗ କରିବାର ନୂତନ ଉପାୟ ଆରମ୍ଭ କରିଛି । ଏହି ନୂତନ ପ୍ରସ୍ତାବ ସହିତ, ଆମେ ଆହୁରି ଅଧିକ ପରିବତର୍ନ ଆଣିବାକୁ ପ୍ରସ୍ତୁତ ଅଛୁ, ଆକଷର୍ଣୀୟ ଏବଂ ଉପଲବ୍ଧ ମନୋରଞ୍ଜନ ଅନୁଭୂତି ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରୁଛୁ । ‘ଡିସ୍ ଟିଭି ସ୍ମାର୍ଟ+\’ ସେବାର ଶୁଭାରମ୍ଭ କେବଳ ଏକ ପ୍ରସ୍ତାବ ନେୁହଁ; ଏହା ଭାରତରେ ମନୋରଞ୍ଜନ ବ୍ୟବହାରକୁ ପୁନଃସଂକଳ୍ପିତ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି, ଯାହା ସ୍ମାର୍ଟ ଏବଂ ବଡ଼ ହେବାରେ ଲାଗିଛି । ଏକ ସାମଗ୍ରିକ ଏବଂ ସମ୍ପୂର୍ଣ୍ଣ ମନୋରଞ୍ଜନ ସମାଧାନ ପ୍ରଦାନ କରି ଆମେ ସେମାନଙ୍କ ପସନ୍ଦକୁ ସରଳ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଉଭୟ ପାରମ୍ପରିକ ଟେଲିଭିଜନ ଏବଂ ଓଟିଟି ପ୍ଲାଟଫର୍ମ ଆଜିର ଯୁଗରେ ଅପରିହାର୍ଯ୍ୟ ଏବଂ ଆମ ସୁବିଧା ସହିତ, ଆମେ ସେମାନଙ୍କର ଏହି ଗୁରୁତ୍ୱକୁ ଦୋହରାଇବାକୁ ଲକ୍ଷ୍ୟ ରଖିଛୁ ।” ‘ଡିସ୍ ଟିଭି ସ୍ମାର୍ଟ+\’ସେବା ମାଧ୍ୟମରେ ଆମେ ଏକ ଆଧୁନିକ ଭାରତୀୟ ପରିବାରର ସମସ୍ତ ଆବଶ୍ୟକତା ପୂରଣ କରୁଛୁ ଏବଂ ଆମର ଉଦ୍ଦେଶ୍ୟ – ନୟେ ଭାରତ କା ସ୍ମାର୍ଟ କନେକ୍ସନ କୁ ପାଳନ କରୁଛୁ ବୋଲି ମନୋଜ ଦୋଭାଲ କହିଛନ୍ତି ।
ଏହି ଦୂରଦର୍ଶୀ ପ୍ରସ୍ତାବକୁ ପ୍ରଭାବଶାଳୀ ଭାବରେ ପ୍ରଚାର କରିବା ପାଇଁ, ଡିସ୍ ଟିଭି ଟେଲିଭିଜନ, ଡିଜିଟାଲ, ପ୍ରିଂଟ ଏବଂ କପୋର୍ରେଟ୍ ଆଉଟରିଚ ସମେତ ଏକାଧିକ ଚ୍ୟାନେଲରେ ଏକ ବ୍ୟାପକ ମାକେର୍ଟିଂ ଅଭିଯାନ ଆରମ୍ଭ କରିଛି, ଯାହା ଯେକୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ ମନୋରଞ୍ଜନ ଉପଲବ୍ଧତାର ବାର୍ତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ବତର୍ମାନର ଉପେଭାକ୍ତାମାନଙ୍କ ପାଇଁ, ଡିସ୍ ଟିଭି ଏହାର ଚ୍ୟାନେଲ ଏବଂ ପ୍ଲାଟଫମର୍ଗୁଡିକର ଲାଭ ଉଠାଇବ, ପୁସ୍ ନୋଟିଫିକେସନ୍‌, ଇନ୍‌-ଆପ୍ ନୋଟିଫିକେସନ୍ ଏବଂ ଇମେଲ୍ ବ୍ୟବହାର କରିବ । ସେହିପରି ନୂଆ ଗ୍ରାହକଙ୍କ ପାଇଁ ଟିଭି ଓ ଡିଜିଟାଲ ଚ୍ୟାନେଲ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ବ୍ୟାପକ ଦୃଶ୍ୟମାନତା ଏବଂ ସଚେତନତା ସୁନିଶ୍ଚିତ ହେବ ।
ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜନେସ୍ ହେଡ୍ ଶ୍ରୀ ସୁଗାତୋ ବାନାର୍ଜୀ କହିଛନ୍ତି, ‘ଡିସ୍‌ଟିଭିସ୍ମାର୍ଟ+\’ ସର୍ଭିସେସ୍ ସହିତ ଆମେ କେବଳ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରୁନାହୁଁ; ଆମେ ମନୋରଞ୍ଜନ ବ୍ୟବହାରରେ ଏକ ଆଦର୍ଶ ପରିବର୍ତନର ନେତୃତ୍ୱ ନେଉଛୁ । ଆମର ମଲ୍ଟି-ଚ୍ୟାନେଲ ମାର୍କେଟିଂ ଆଭିମୁଖ୍ୟ ମାଧ୍ୟମରେ, ଆମେ ଉପଭୋକ୍ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ, ବ୍ୟାପକ ସଚେତନତା ଏବଂ ଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏକ ବ୍ରାଣ୍ଡ ଭାବରେ, ଆମେ ଟ୍ରେଣ୍ଡଠାରୁ ଆଗରେ ରହିବା ଏବଂ ବିକଶିତ ଦର୍ଶକଙ୍କ ପସନ୍ଦକୁ ଅନୁକୂଳ କରିବାକୁ ପ୍ରାଥମିକତା ଦେଇଥାଉ ।”


Share It

Comments are closed.