ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଲିମିଟେଡ୍ ପକ୍ଷରୁ ଅଭିନବ ଆଂଟି ଲିକ୍ ସ୍ପ୍ଲିଟ୍ ଏସି ପାଇଁ ପେଟେଂଟ୍ ହାସଲ


ଭୁବନେଶ୍ୱର: ଗୋଦରେଜ୍ ଆଣ୍ଡ୍ ବଏସ୍‌ର ଏକ ଅଂଶ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଏହାର ଅଭିନବ ଗୋଦରେଜ୍ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏୟାର କଣ୍ଡିସନର ପାଇଁ ପେଟେଂଟ୍ ହାସଲ କରିଛି । ଏହା ହେଉଛି ଭାରତର ପ୍ରଥମ ଏବଂ ଏକମାତ୍ର ସ୍ପ୍ଲିଟ୍ ଏସି ଯାହାକୁ ଏସିର ଲିକ୍ ସମସ୍ୟା ଦୂର କରିବା ଲାଗି ପ୍ରସ୍ତୁତ କରାଯାଇଛି । କମ୍ପାନି ଏହାର ଆଂଟି ଲିକ୍ ପ୍ରଯୁକ୍ତି ପାଇଁ ପେଟେଂଟ୍ ପାଇଛି ।
ଏକ ଆକଳନ ଅନୁସାରେ ଏସିର ୮୫ ପ୍ରତିଶତ ଗ୍ରାହକ ସେବାଙ୍କ ଉତ୍ପାଦର ଜୀବନକାଳ ଭିତରେ ଏସିରୁ ପାଣି ଲିକ୍ ହେବା ସମସ୍ୟା ସାମ୍ନା କରିଥାନ୍ତି ଏବଂ ପରବର୍ତୀ ସମୟରେ ତାହା ଏସିର ପ୍ରମୁଖ ସମସ୍ୟା ହୋଇରହିଥାଏ । ଏସିରୁ ପାଣି ଝରିବା ଏକ ବିରକ୍ତୀକର ଅନୁଭୂତିରେ ପରିଣତ ହେବା ସହ କାନ୍ଥର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ ଏବଂ ଏଥିପାଇଁ ସର୍ଟ ସର୍କିଟ୍ ଓ ସୁରକ୍ଷା ସମସ୍ୟା ଦେଖାଦେବାର ଆଶଙ୍କା ଥାଏ । ଗୋଦରେଜ୍ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏସିରେ ଆଂଟି ଲିକ୍ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି ଏହାର ମୁକାବିଲା ଲାଗି ଏକ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବା । ଏହି ଏସି ୫-ଇନ୍‌-୧ କନଭର୍ଟିବଲ୍ କୁଲିଂ ପ୍ରଯୁକ୍ତି, ଆଇ-ସେନ୍‌ସ ପ୍ରଯୁକ୍ତି, ଇନଭର୍ଟର ପ୍ରଯୁକ୍ତି ଭଳି ଅନ୍ୟାନ୍ୟ ସମାଧାନ ମଧ୍ୟ ପ୍ରଦାନ କରୁଛି ।
ଗୋଦରେଜ ଆପ୍ଲାଏନ୍ସର ବିଜନେସ୍ ହେଡ୍ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି ଯେ, “ପେଟେଂଟ୍ ହୋଇଥିବା ଅଭିନବ ସମାଧାନ ତିଆରି କରିବା ପାଇଁ ନିରନ୍ତର ଚିନ୍ତାଧାରା, ପ୍ରୟାସ, କଠିନ ପରୀକ୍ଷଣ ଏବଂ ଆହୁରି ଅନେକ କିଛି ଆବଶ୍ୟକ । ଆମେ ଆନନ୍ଦିତ ଯେ ଆମର ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏସିରେ ଥିବା ଆମର ଆଂଟି ଲିକ୍ ପ୍ରଯୁକ୍ତିକୁ ଏହି ସମ୍ମାନ ମିଳିଛି । ଏହି ପେଟେଂଟ୍ ଆମର ଅଗ୍ରଣୀ ପ୍ରୟାସକୁ ସୁରକ୍ଷା ଦେଉଛି ଏବଂ ସୁନିଶ୍ଚିତ କରୁଛି ଯେ ଆମର ଜ୍ଞାନକୌଶଳ ଅନନ୍ୟ ରହିବ । ଏହା ଆମର ବ୍ରାଣ୍ଡ୍ ଦର୍ଶନ “ଥିଙ୍ଗ୍‌ସ ମେଡ୍ ଥଟଫୁଲି” ବା “ସୋଚ୍ କେ ବନାୟା ହୈ”ର ପ୍ରମାଣ ଏବଂ ଆମକୁ ନୂତନତା ଜାରି ରଖିବାକୁ ପ୍ରେରଣା ଦେଇଥାଏ ।”


Share It

Comments are closed.