କେବିସିରେ ୧ କୋଟି ଜିତିଲେ ହିମାନୀ ବୁନ୍ଦଲା, ଏବେ ୭ କୋଟି ଟଙ୍କା ପ୍ରଶ୍ନ ଜିତିଲେ ହୋଇଯିବେ ବିଜେତା


ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଗେମ୍ ସୋ’ ‘କୋନ୍ ବନେଗା କରୋଡପତି ୧୩’ର ପ୍ରିମିୟର୍ ଅଗଷ୍ଟ ୨୩ ରେ ହୋଇଥିଲା । ସୋ’ର ୧୩ ତମ ସିଜନର ପ୍ରଥମ କରୋଡପତି ମିଳିଯାଇଛନ୍ତି । କେବିସି ୧୩ ର ପ୍ରୋମୋରେ ଦେଖାଯାଇଛି ଯେ ଜଣେ ଦିବ୍ୟାଙ୍ଗ ପ୍ରତିଯୋଗୀ ହିମାନୀ ବୁନ୍ଦେଲା ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି। ସେ ୭ କୋଟି ଟଙ୍କାର ଶେଷ ପ୍ରଶ୍ନ ସାମ୍ନା କରୁଥିବାର ନଜର ଆସିଛନ୍ତି ।

ଗତ ସିଜନ୍‌ରେ, କେବିସିକୁ ଚାରି ଜଣ କରୋଡପତୀ ମିଳିଥିଲେ ଏବଂ ସେ ସମସ୍ତେ ମହିଳା ଥିଲେ। ନିକଟରେ ସୋନି ଟିଭି ପ୍ରୋମୋ ସେୟାର କରି ଲେଖିଛି, ‘କେବିସି ୧୩ ର ମଞ୍ଚକୁ ଆସିଥିବା ହିମାନି ବୁନ୍ଦେଲା କଣ ଆପଣଙ୍କ ଜ୍ଞାନ ଏବଂ ସାହସର ଶକ୍ତି ସହିତ ଚଳିତ ବର୍ଷର ପ୍ରଥମ କରୋଡପତି ହେବେ?’

କେବିସି ୧୩ ସୋନି ଟିଭିରେ ସୋମବାର ଠାରୁ ଶୁକ୍ରବାର ରାତି ୯ ଟା ସମୟରେ ପ୍ରଦର୍ଶିତ ହେଉଛି । ଏହି ସିଜିନ୍‌ରେ ପ୍ରଥମ ପ୍ରତିଯୋଗୀ ଜ୍ଞାନ ରାଜ ମଧ୍ୟ ୩.୨ ଲକ୍ଷ ଟଙ୍କା ନେଇ ଘରକୁ ଯାଇଛନ୍ତି।


Share It

Comments are closed.