କେଶ ଝଡ଼ିବା ସମସ୍ୟା ଠୁ ରହିବେ ମାଇଲ ଦୂରରେ ଯଦି ଖାଦ୍ୟରେ ସାମିଲ କରିବେ ଏହି ଖାଦ୍ୟ


କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି | କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବା ମାମଲା ସାମ୍ନାକୁ ଆସେ | ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ | କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ୱାରା କେଶ ଝଡ଼ିବା ରୋକିବାରେ ସାହାଯ୍ୟ ମିଳିଥାଏ | ଏହା ଦ୍ୱାରା କେଶ ମୋଟା ଲମ୍ବା ଏବଂ ସୁସ୍ଥ ମଧ୍ୟ ରହିଥାଏ | ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ | ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ | ଜାଣନ୍ତୁ କେଶ ଝଡ଼ିବା ବନ୍ଦ କରିବାକୁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ |

ମାଛ – ଯେଉଁ ମାଛରେ ଆବଶ୍ୟକୀୟ ଫ୍ୟାଟି ଏସିଡ, ଓମେଗା -୩ ଏବଂ ଭିଟାମିନ୍ ଡି ରହିଛି ତାହା ସେବନ କରିବା ଉଚିତ | ଫ୍ୟାଟି ଏସିଡ ଯୁକ୍ତ ମାଛ ପ୍ରୋଟିନ୍, ସେଲେନିୟମ୍ ଏବଂ ବି ଭିଟାମିନ୍ ର ଏକ ଉତ୍ତମ ଉତ୍ସ, ଯାହା କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ |

ଅଣ୍ଡା – ଅଣ୍ଡା ମଲ୍ଟିଭାଇଟାମିନ୍ ପରି, କାରଣ ଏଥିରେ ବିଭିନ୍ନ ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି | ପ୍ରୋଟିନ୍, ବାୟୋଟିନ୍, ସେଲେନିୟମ୍ ଏବଂ ଜିଙ୍କ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ | ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କେଶ ଝଡ଼ିବା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ | କମ୍ ପ୍ରୋଟିନ୍ଯୁକ୍ତ ଖାଦ୍ୟ କେଶ ବଢ଼ିବାରେ ରୋକିଥାଏ ଯାହାଫଳରେ କେଶ ଦୁର୍ବଳ ହୋଇ ଝଡିଥାଏ |

ଫଳ – ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ସାମିଲ କରନ୍ତୁ ଯାହା ସୁସ୍ଥ କେଶ ପାଇଁ ଗୁରୁତ୍ୱପୂର୍ଣ୍ଣ | ଜାମୁକୋଳି, ଚେରି, ଅଙ୍ଗୁର, କମଳା ଆଦି ଫଳରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା କେଶର ଫୋଲିକଲ୍ସକୁ ମୁକ୍ତ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ | ଭିଟାମିନ୍ ସି ଆପଣଙ୍କ ଶରୀରକୁ ଆଇରନ ଶୋଷିବାରେ ସାହାଯ୍ୟ କରେ ଏବଂ କୋଲାଜେନ୍ ତିଆରି କରିବାରେ ସାହାଯ୍ୟ କରେ, ଯାହା ପ୍ରୋଟିନ୍ ମଧ୍ୟରୁ ଗୋଟିଏ ଯାହା କେଶ ନିର୍ମାଣ କରିଥାଏ ଏବଂ କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ |

ବାଦାମ ଏବଂ ମଞ୍ଜି – ଏହି ପୁଷ୍ଟିକର ଖାଦ୍ୟରେ ଅନେକ ପୋଷକ ତତ୍ତ୍ୱ ରହିଛି | ଭିଟାମିନ୍ ଇ, ଜିଙ୍କ, ସେଲେନିୟମ୍ ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ରହିଛି ଯାହା କେଶ ଝଡିବାରେ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ | ଅଖରୋଟ, ବ୍ରାଜିଲ ନଟ, ବାଦାମ, ସନ ବିଜ, ଚିଆ ବିଜ ଆଦି କେଶ ପାଇଁ ଲାଭଦାୟକ |

ପାଳଙ୍ଗ – କେତେକ କ୍ଷେତ୍ରରେ, କେଶ ଝଡିବାର କାରଣ ହେଉଛି ଖଣିଜ ଅଭାବ | ଆପଣଙ୍କ ଖାଦ୍ୟରେ ଏମିତି କୌଣସି ଅଭାବ ଯେମିତି ନ ରହେ ଯାହା କେଶ ଝଡିବାର କାରଣ ହୋଇଥାଏ, ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ | ପାଳଙ୍ଗ ନିଶ୍ଚିତ ଭାବରେ ଆପଣଙ୍କ କେଶ ପାଇଁ ପୋଷକ ତତ୍ତ୍ୱ ଯୋଗାଇପାରେ |

ବିଟ – ବିଟରେ ଭରପୁର ମାତ୍ରାରେ ନାଇଟ୍ରେଟ୍ ରହିଛି | ଏକ ଅଧ୍ୟୟନ ଅନୁଯାୟୀ, ବିଟ ଆପଣଙ୍କ କେଶ ଫୋଲିକଲରେ ଅକ୍ସିଜେନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ |


Share It

Comments are closed.