ମାତ୍ରାଧିକ ବ୍ୟବହାର ଦ୍ୱାରା ମଧ୍ୟ ହୋଇପାରେ ‘ହୋମିଓପାଥି’ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା


ସାଧାରଣତଃ ଲୋକମାନେ ଏଲୋପାଥି ଔଷଧକୁ ଅତି ଭାବିଚିନ୍ତି ନିଅନ୍ତି ଏବଂ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗ୍ରହଣ କରନ୍ତି । କିନ୍ତୁ, ଯେତେବେଳେ ହୋମିଓପାଥି କଥା ଆସେ ଲୋକମାନେ ଭାବନ୍ତି, ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା (Side effects) ହେବ ନାହିଁ ଏବଂ ଔଷଧ ଗ୍ରହଣ କରିବାର କୌଣସି ନିର୍ଦ୍ଧାରିତ ସମୟ ଦେଖନ୍ତି ନାହିଁ । କେବଳ ଏତିକି ନୁହେଁ, କେତେକ ଲୋକ ଭାବନ୍ତି ଯେ ହୋମିଓପାଥି ଔଷଧ (Homeopathic medicine) କେବଳ ମିଠା ବଟିକା । ରୋଗ ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ ।

ଏବେ ମଧ୍ୟ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ହୋମିଓପାଥିକୁ ବ୍ୟବହାର କରୁଛନ୍ତି । ଏହା ନିରାପଦ ବୋଲି ସେମାନେ ମତ ଦିଅନ୍ତି । କମ ଖର୍ଚ୍ଚରେ ଏହା ଅଧିକ ଉପାଦେୟ ବୋଲି ସାଧାରଣ ଏବଂ ଗରିବ ଶ୍ରେଣୀର ଲୋକମାନେ ହୋମିଓପାଥିକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରିଥାନ୍ତି । ବିଶେଷ କରି ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଅଧିକ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଥାଏ । ଏହି ସବୁ ଜିନିଷରେ କେତେ ସତ୍ୟ ତା ଅଛି ଜାଣିବା ପାଇଁ ଏକ ଜାତୀୟ ଗଣମାଧ୍ୟମ ହୋମିଓପାଥି ମେଡିକାଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଦସ୍ୟ ତଥା ଲକ୍ଷ୍ନୌର ବରିଷ୍ଠ ହୋମିଓପାଥିକ୍ ଡାକ୍ତର ଅନିଲ କୁମାର ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲା। ସେ କହିଛନ୍ତି ଯେ କୌଣସି ରୋଗରେ ହୋମିଓପାଥି ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ବାବଦରେ ଆପଣଙ୍କୁ ବିସ୍ତୃତ ତଥ୍ୟ ଜଣାଇବାକୁ ଯାଉଛୁ ।

ଏହି ଔଷଧ କିଛି ମିନିଟ୍ ମଧ୍ୟରେ ପ୍ରଭାବ ପକାଇଥାଏ। ବ୍ୟକ୍ତିଗତ ଅଭିଜ୍ଞତା ଆଧାରରେ ସେ କହିଥିଲେ ଯେ, ଯଦି ହୋମିଓପାଥି ଡାକ୍ତର ରୋଗୀ ଉଲ୍ଲେଖ କରିଥିବା ଲକ୍ଷଣ ଅନୁଯାୟୀ ଔଷଧ ଦିଅନ୍ତି, ତେବେ କିଛି ମିନିଟ୍ ମଧ୍ୟରେ ଏହି ଔଷଧ ରୋଗ ଉପରେ ପ୍ରଭାବ ପକାଇବ ଏବଂ ରୋଗୀର ରୋଗ ଭଲ ହୋଇଯିବ। ଗୋଟିଏରୁ ଦୁଇ ଦିନ ମଧ୍ୟରେ ଯିବ । କିନ୍ତୁ ଯଦି ରୋଗୀ ତାଙ୍କର ଲକ୍ଷଣ ବିଷୟରେ ଡାକ୍ତରଙ୍କୁ ସଠିକ୍ ଭାବରେ ନ କୁହନ୍ତି, ତେବେ ଔଷଧ କାମ କରିବାକୁ ସମୟ ଲାଗିବ ।

ଯଦି ଆପଣ ଏହାକୁ ନିଜ ଇଛା ଅନୁସାରେ ଖାଆନ୍ତି। ତେବେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ

ଡ. ଅନିଲ କୁମାର ତ୍ରିପାଠୀ କହିଛନ୍ତି ଯେ, ଯଦି କେହି ନିଜେ ହୋମିଓପାଥି ଔଷଧ ସେବନ କରୁଛନ୍ତି ଏବଂ ନିର୍ଦ୍ଦିଷ୍ଟ ପରିମାଣରେ ସେବନ କରୁନାହାଁନ୍ତି ଏବଂ ମନ ଇଛା ହୋମିଓପାଥି ଔଷଧ ଖାଉଛନ୍ତି, ତା’ହେଲେ ଏହାର ନିଶ୍ଚିତ ପାର୍ଶ୍ୱ ପ୍ରତିକ୍ରିୟା ରହିବ। କିନ୍ତୁ ଯଦି ହୋମିଓପାଥି ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏବଂ ସଠିକ୍ ପରିମାଣରେ ନିଆଯାଏ, ତେବେ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ । ସେ କହିଥିଲେ ଯେ ହୋମିଓପାଥି ଔଷଧ ବ୍ୟକ୍ତିର ଶରୀର ଉପରେ ପାର୍ଶ୍ୱ ପ୍ରତିକ୍ରିୟା କରିଥିବା ୧୦୦ ରୁ କେବଳ ଗୋଟିଏ କିମ୍ବା ଦୁଇଟି ମାମଲା ଆସିପାରେ।


Share It

Comments are closed.