ରୁଙ୍ଗଟା ଷ୍ଟିଲ୍‌ର କଂଟ୍ରାକ୍ଟର ଓ ରାଜମିସ୍ତ୍ରୀ ସମ୍ମିଳନୀ: ସ୍ଥାୟୀ ଅଭିବୃଦ୍ଧି ପାଇଁ ଶିଳ୍ପ ସହଯୋଗିତାର ସୁଦୃଢ଼ୀକରଣ


ଭୁବନେଶ୍ୱର: ଅଂଶୀଦାରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ଅନୁସାରେ ଭାରତର ଅନ୍ୟତମ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଓ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ବିହାରର ବକ୍ସର୍‌ରେ ଏକ “କଂଟ୍ରାକ୍ଟର ଓ ରାଜମିସ୍ତ୍ରୀ” ସମ୍ମିଳନୀ ଆୟୋଜନ କରାଯାଇଛି । ବକ୍ସରର ଗୋଲମବାର୍‌ରେ ଥିବା ଗଙ୍ଗା ସାଗର ବିଲ୍‌ଡିଂ ମାଟେରିଆଲ୍‌ସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯାହାର ଲକ୍ଷ୍ୟ ହେଉଛି ରୁଙ୍ଗଟା ଷ୍ଟିଲ୍‌ର ତ୍ୱରିତ ଅଭିବୃଦ୍ଧିକୁ ପାଳନ କରିବା ଏବଂ ଏହି ଅଂଚଳର ନିର୍ମାଣ ଶିଳ୍ପରେ ଅଂଶୀଦାରମାନଙ୍କ ସହ ପ୍ରଗତିର ସଂଯୋଗକୁ ସୁଦୃଢ଼ କରିବା ।
ଭିତିଭୂମି ଶିଳ୍ପରେ କଂଟ୍ରାକ୍ଟର ଓ ରାଜମିସ୍ତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କାରଣ ସେମାନେ ହେଉଛନ୍ତି ଏହି କ୍ଷେତ୍ରର ମେରୁଦଣ୍ଡ । ସେମାନଙ୍କ ଗୁରୁତ୍ୱକୁ ମାନ୍ୟତା ପ୍ରଦାନ କରି ଏହି ସମ୍ମିଳନୀରେ ଅଂଚଳର ୨୫୦ରୁ ଅଧିକ ଲୋକ ସାମିଲ ହୋଇ ଚଳନ୍ତୀ ବଜାର ସମ୍ପର୍କରେ ଭାବନର ଆଦାନପ୍ରଦାନ କରିଥିଲେ, ରୁଙ୍ଗଟା ଷ୍ଟିଲ୍‌ର ଉତ୍ପାଦଗୁଡ଼ିକ ବିଷୟରେ ନିଜ ମତ ଦେଇଥିଲେ ଏବଂ ସ୍ପାତ ଶିଳ୍ପରେ ନୂଆ ସହଯୋଗିତାର ସନ୍ଧାନ କରିଥିଲେ ।
ରୁଙ୍ଗଟା ଷ୍ଟିଲ୍‌ର ସେଲ୍‌ସ ଓ ମାର୍କେଟିଂ ମୁଖ୍ୟ ତଥା ଏଭିପି ଅରବିନ୍ଦ କୁମାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ, “ବକ୍ସରରେ ଆୟୋଜିତ କଂଟ୍ରାକ୍ଟର ଓ ରାଜମିସ୍ତ୍ରୀ ସମ୍ମିଳନୀର ସଫଳତାକୁ ଦେଖି ଆମେ ଉଲ୍ଲସିତ । ଶିଳ୍ପକୁ ଆଗକୁ ବଢ଼ାଇବାରେ ସହଯୋଗିତା ଓ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଭଲ ଭାବେ ବୁଝିଛୁ ଏବଂ ଏକ ସଂସ୍ଥା ଭାବେ ଆମ ସହଯୋଗୀମାନଙ୍କ ଅଭିବୃଦ୍ଧି ଓ ବିକାଶ ପ୍ରତି ସହଯୋଗ କରିବାକୁ ପ୍ରତିବଦ୍ଧ ରହିଛୁ । ଆଜିର ଅଂଶଗ୍ରହଣ ଏବଂ ଆମ ସହଯୋଗୀଙ୍କ ସକାରାତ୍ମକ ମତାମତ ଏହି ସହଯୋଗିତାପୂର୍ଣ୍ଣ କାର୍ଯ୍ୟକ୍ରମର ମୂଲ୍ୟକୁ ଦୃଢ଼ କରିଛି ।”
ଏହି କାର୍ଯ୍ୟକ୍ରମରେ କଂଟ୍ରାକ୍ଟର ଓ ରାଜମିସ୍ତ୍ରୀମାନଙ୍କ ପାଇଁ କମ୍ପାନିର ପ୍ରମୁଖ ଉତ୍ପାଦ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌କୁ ପୁନଃ ଉପସ୍ଥାପନ କରାଯାଇଛି ଯାହା ହେଉଛି ଆଇଏସ୍‌ଓ ଓଏଚ୍‌ଏସ୍‌ଏଏସ୍ ସାର୍ଟିଫାଏଡ୍ ଏବଂ ଅତୁଳନୀୟ ଗୁଣାତ୍ମକ ମାନ ପାଇଁ ବଜାରରେ ପରିଚିତ । ୨୦୧୭ ପରଠାରୁ ଏହି ଉତ୍ପାଦରେ ନିରନ୍ତର ଅଭ୍ୟୁଦୟ ହେଉଛି ଏବଂ ଗୁଣାତ୍ମକ ମାନ ଏବଂ ଭାଲ୍ୟୁ ଫର ମନି ପାଇଁ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି ।
ଦୃଢ଼ ସହଯୋଗିତା ଗଠନ କରିବା ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଅବସର ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇ ଏହି ସମ୍ମିଳନୀରେ ବେଶ୍ ସଫଳ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀମାନେ ଆଲୋଚନା, ଭାବ ବିନିମୟ କାର୍ଯ୍ୟକ୍ରମରେ ଭାଗ ନେବା ସହ ଶିଳ୍ପର ଆହ୍ୱାନ ପାଇଁ ସମ୍ଭାବ୍ୟ ଅଭିନବ ସମାଧାନଗୁଡ଼ିକୁ ଜାଣିଥିଲେ ।
ନିର୍ମାଣ ଶିଳ୍ପରେ ସହଯୋଗିତା ଓ ଉତ୍କର୍ଷର ଏକ ସଂସ୍କୃତି ସୁଦୃଢ଼ କରିବା ପ୍ରତି ରୁଙ୍ଗଟା ଷ୍ଟିଲ୍‌ର ଉତ୍ସର୍ଗୀକୃତ ମନୋଭାବ ପ୍ରତି ଏକ ପ୍ରମାଣ ଭାବେ ଏହି ସମ୍ମିଳନୀ ଆୟୋଜନ କରିଥିଲା, ଯେଉଁଥିରେ ଏହି କ୍ଷେତ୍ରକୁ କମ୍ପାନିର ଅବଦାନ ପାଇଁ ବ୍ୟାପକ ସହଯୋଗ ଓ ମାନ୍ୟତା ପ୍ରତିଫଳିତ ହେବ ।


Share It

Comments are closed.