ଭୁବନେଶ୍ୱରରେ ଟିପିସିଓଡିଏଲ ର ଆନୁଆଲ ବିଜନେସ ଆସୋସିଏଟ୍ ମିଟ ଅନୁଷ୍ଠିତ, ସମନ୍ୱୟ ଏବଂ ସହଯୋଗିତାକୁ ଗୁରୁତ୍ୱ


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୪ ମେ’ ୭ ତାରିଖରେ ଭୁବନେଶ୍ୱରର ଏମ୍‌ଡିସି ବରମୁଣ୍ଡାରେ ବାର୍ଷିକ ବିଜନେସ୍ ଆସୋସିଏଟ୍ (ବିଏ) ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରୁ ୯୦ ସମ୍ମାନଜନକ ବିଜନେସ୍ ଆସୋସିଏଟ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଟିପିସିଓଡିଏଲ୍ ସହିତ ସହଯୋଗିତା ପଦକ୍ଷେପ ବିଷୟରେ ସେମାନେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଗଠନମୂଳକ ଆଲୋଚନା ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀମାନେ ମିଳିତ ଅଭିବୃଦ୍ଧି ପାଇଁ ସେମାନଙ୍କ ଅଭିଜ୍ଞତା ବାଂଟିଥିଲେ ଓ ରଣନୀତି ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ଭାବ ବିନିମୟ ଅଧିବେଶନ ଯେଉଁଥିରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସମେତ ନେତୃତ୍ୱ ଟିମ୍ ଯୋଗଦେଇଥିଲେ । ଏହି ଅଧିବେଶନରେ ବିଜନେସ୍ ଆସୋସିଏଟ୍ ମାନେ ପ୍ରାସଙ୍ଗିକ ପ୍ରଶ୍ନ କରି ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କଠାରୁ ପ୍ରତିକ୍ରିୟା ହାସଲ କରିବାର ସୁଯୋଗ ପାଇଥିଲେ ।

ଆଲୋଚନା ସମୟରେ ବହୁ ସଂଖ୍ୟାରେ ବିଜନେସ୍ ଆସୋସିଏଟ୍ ଟାଟା ପାୱାର ସହ ସହଯୋଗିତା ପରଠାରୁ ଟିପିସିଓଡିଏଲ୍‌ରୁ ମିଳୁଥିବା ଲାଭଗୁଡ଼ିକୁ ପ୍ରଶଂସା କରିଥିଲେ, ଯେଉଁଥିରେ ପେମେଂଟ୍ ପ୍ରକ୍ରିୟାକୁ ସଂଗଠିତ କରିବା ଏବଂ ଉଚିତ ସମୟରେ କାରବାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଉପଲକ୍ଷେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କମ୍ପାନିଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା

ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ବାର୍ଷିକ ବିଜନେସ୍ ଆସୋସିଏଟ୍ ସମ୍ମିଳନୀ ଆମ ସହଯୋଗିତାର ଦୃଢ଼ତା ଏବଂ ଶକ୍ତି କ୍ଷେତ୍ରରେ ନବସୃଜନ ଓ ଉତ୍କର୍ଷକୁ ବଢ଼ାଇବା ପାଇଁ ଆମ ମିଳିତ ପ୍ରତିବଦ୍ଧତାର ପ୍ରମାଣ । ଆମ ବିଜନେସ୍ ଆସୋସିଏଟ୍‌ମାନେ ପ୍ରଦାନ କରିଥିବା ମୂଲ୍ୟବାନ ପରାମର୍ଶକୁ ଆମେ ପ୍ରଶଂସା କରୁଛୁ ଯାହା ଆମ ସେବାରେ ଉନ୍ନତି ଆଣିବା ଏବଂ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବା ଲାଗି ଆମ ସଂକଳ୍ପକୁ ଦୋହରାଉଛି ।’’

ଟିପିସିଓଡିଏଲ୍ ପକ୍ଷରୁ ସହଯୋଗିତା, ନବସୃଜନ ଓ ସାମାଜିକ ଦାୟିତ୍ୱବୋଧକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି କାରଣ ଏହା ସାମାଜକୁ ସଶକ୍ତ କରୁଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଓଡ଼ିଶାବାସୀଙ୍କ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛି ।


Share It

Comments are closed.