ବିଶ୍ୱକପ୍‌ରୁ ବାଦ ପଡିପାରନ୍ତି ମ୍ୟାକ୍ସୱେଲ , ଜାଣନ୍ତୁ କାରଣ


ବିଶ୍ୱକପର ଫାଇନାଲ ତାରିଖ ଯେତିକି ପାଖେଇ ଆସୁଛି ପ୍ରତ୍ୟେକ୍ ଟିମ୍ ପ୍ରସ୍ତୁତି ଓ ଖେଳିଳୀଙ୍କ ପରିଶ୍ରମ ସେତିକି ବଢ଼ି ବଢ଼ି ଚାଲିଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍  ପୂର୍ବରୁ ଜଣେ ଧୁରନ୍ଦର ଷ୍ଟାର କ୍ରିକେଟର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱକପର ଫାଇନାଲ ତାରିଖ ଯେତିକି ପାଖେଇ ଆସୁଛି ପ୍ରତ୍ୟେକ୍ ଟିମ୍ ପ୍ରସ୍ତୁତି ଓ ଖେଳିଳୀଙ୍କ ପରିଶ୍ରମ ସେତିକି ବଢ଼ି ବଢ଼ି ଚାଲିଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍ ପୂର୍ବରୁ ଜଣେ ଧୁରନ୍ଦର ଷ୍ଟାର କ୍ରିକେଟର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ଟିମର ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ ଗ୍ଲେନ୍ ମ୍ୟାକ୍ସୱେଲ ଗଲ୍ଫ ଖେଳିବା ସମୟରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କୁ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଇଂଲଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାଇଁ ଏହା ଏକ ବଡ଼ ଝଟକା। କେବଳ ଟିମ୍ ନୁହେଁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର  ସମର୍ଥକଙ୍କୁ ମଧ୍ୟ ଏହି ଖବର ନିରାଶ କରିଛି।

ଆସନ୍ତା ଶନିବାର ଅର୍ଥାତ ୪ ତାରିଖରେ ବିଶ୍ୱକପର ୩୬ତମ ମ୍ୟାଚରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ମ୍ୟାଚରେ ଅସୁସ୍ଥତା କାରଣରୁ ବାଦ୍ ପଡ଼ିଛନ୍ତି ମ୍ୟାକ୍ସୱେଲ। ସୂଚନା ଅନୁସାରେ ମ୍ୟାକ୍ସୱେଲ ଗଲ୍ଫ ଖେଳୁଥିବା ସମୟରେ ତାଙ୍କୁ ଏହି ଆଘାତ ଲାଗିଛି। ସେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେବା ପାଇଁ ତାଙ୍କୁ ଅତି କମରେ ୫ ରୁ ୬ ଦିନ ସମୟ ଲାଗିପାରେ। ସେପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ କରିବା ପାଇଁ ଡାକ୍ତରଙ୍କ ନିକଟରୁ ନିର୍ଦ୍ଦେଶ ମିଳିଛି।ତେଣୁ ଏ ନେଇ ଏବେ ଚିନ୍ତାରେ ରହିଛି ଅଷ୍ଟ୍ରେଲିଆ ଦଳ।


Share It

Comments are closed.