ଏୟାରଟେଲ ପକ୍ଷରୁ ନୂଆ କର୍ପୋରେଟ ଗଠନର ଘୋଷଣା


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ନୂଆ କର୍ପୋରେଟ ଗଠନର ଘୋଷଣା କରାଯାଇଛି । ଏହା ଭାରତରେ ଦ୍ରୁତ ଉନ୍ମୁକ୍ତ ଡିଜିଟାଲ ସୁଯୋଗଗୁଡ଼ିକୁ ପରିଚାଳନା କରିବାରେ କମ୍ପାନୀର ଧ୍ୟାନକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଚାରୋଟି ପୃଥକ ଦିଗ ଯଥା ଡିଜିଟାଲ, ଭାରତ, ଆନ୍ତର୍ଜାତୀୟ ଏବଂ ଭିତିଭୂମି ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି ନୂଆ ସଂରଚନା ଏୟାରଟେଲ ଡିଜିଟାଲ ଲିମିଟେଡ ଫୋଲ୍ଡିଙ୍ଗକୁ ଭାରତୀ ଏୟାରଟେଲର ତାଲିକାଭୁକ୍ତ ସତାରେ ସାମିଲ କରିଛି । ଏହା ବର୍ତମାନ ୱିଙ୍କ ମ୍ୟୁଜିକ, ଏୟାରଟେଲ ଏକ୍ସଟ୍ରିମ, ଏୟାରଟେଲ ଥ୍ୟାଙ୍କସ, ମିତ୍ର ପେମେଂଟ ପ୍ଲାଟଫର୍ମ, ଏୟାରଟେଲ ଆଡ୍‌, ଏୟାରଟେଲ ଆଇକ୍ୟୁ, ଏୟାରଟେଲ ସିକ୍ୟୋର, ଏୟାରଟେଲ କ୍ଲାଉଡ ଏବଂ ସମସ୍ତ ଭବିଷ୍ୟତ ପ୍ରସ୍ତୁତ ଉତ୍ପାଦ ଏବଂ ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ ।
ଏହା ସମସ୍ତ ଟେଲିକମ ବ୍ୟବସାୟଗୁଡ଼ିକୁ ଏକ ନୂତନ ଭାବେ ସୃଷ୍ଟି କରାଯାଇଥିବା ସତା, ଏୟାରଟେଲ ଲିମିଟେଡରେ ସାମିଲ କରିବା ପାଇଁ ଉଦ୍ଦିଷ୍ଟ, ଯାହାକି ଭାରତୀ ଏୟାରଟେଲର ଏକ ସମ୍ପୂର୍ଣ୍ଣ ମାଲିକାନାଭୁକ୍ତ ହିତାଧିକାରୀ ଅଟେ । ଡିଟିଏଚ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପରିଚାଳିତ କରୁଥିବା ଭାରତୀ ଟେଲିମିଡିଆ ବର୍ତମାନ ପାଇଁ ଏୟାରଟେଲ ଲିମିଟେଡ ମଧ୍ୟରେ ରହିବ । ଏହା ଡିଟିଏଚ ବ୍ୟବସୟାକୁ ପରିଶେଷରେ ଏୟାରଟେଲ ଲିମିଟେଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ । ଟେଲିକମ ଏବଂ ଡିଟିଏଚ ବର୍ତମାନ ଦୁଇଟି ପୃଥକ ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ (ଆଇ ଆଣ୍ଡ ବି) ଅଧିନରେ ନିୟନ୍ତ୍ରିତ ଏବଂ ପରିଚାଳନା କରାଯାଉଥିବାରୁ କମ୍ପାନୀ ଲାଇସେନ୍ସ ଉପରେ ସ୍ପଷ୍ଟତା ମାଗିବାକୁ ସରକାରଙ୍କ ନୀକଟକୁ ଯାଇଛି । ଏୟାରଟେଲ ପେମେଂଟ ବ୍ୟାଙ୍କ ଭାରତୀ ଏୟାରଟେଲ ଅଧିନରେ ଏକ ପୃଥକ ସତା ଭାବେ ରହିବ ଏବଂ କମ୍ପାନୀର ସମସ୍ତ ଭିତିଭୂମି ବ୍ୟବସାୟ ଯଥା ଏନଏକ୍ସଟ୍ରା ଏବଂ ଇଣ୍ଡସ ଟାୱାର ବର୍ତମାନ ପରି ପୃଥକ ସତାରେ ରହିବେ ।
ଏୟାରଟେଲର ନୂତନ କର୍ପୋରେଟ ଗଠନ ସମ୍ପର୍କରେ ଭାରତୀ ଏୟାରଟେଲ ଅଧ୍ୟକ୍ଷ ଶ୍ରୀ ଭାରତୀ ମିତଲ କହିଛନ୍ତି ଯେ, “ଏହି ନୂତନ ଗଠନ ଭାରତୀ ଏୟାରଟେଲ ପାଇଁ ରୋମାଂଚକ ଭବିଷ୍ୟତ ଅଧ୍ୟାୟ ସ୍ଥିର କରିବ ଏବଂ ଚାରୋଟି ପୃଥକ ବ୍ୟବସାୟ ଯଥା ଡିଜିଟାଲ, ଭାରତ, ଆନ୍ତର୍ଜାତିୟ ଏବଂ ଭିତିଭୂମି କ୍ଷେତ୍ରରେ ଧ୍ୟାନକେନ୍ଦ୍ରିତ କରିବ । ଆମର ବିଶ୍ୱାସ ଯେ ଆମ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଲାଗି ଏହା ପାରିଦର୍ଶିତା ଏବଂ କାର୍ଯ୍ୟକ୍ଷମତା ଯୋଗାଇଦେବ, ଯେବେକି ଆମର ସେୟାରହୋଲ୍ଡରମାନଙ୍କ ପାଇଁ ମୂଲ୍ୟବୋଧକୁ ଉନ୍ମୁକ୍ତ କରିବାର ସହଜତା ଯୋଗାଇଦେବ ।”


Share It

Comments are closed.