ବ୍ୟସ୍ତତା ମଧ୍ୟରେ ଆପଣ ମଧ୍ୟ କରୁନାହାନ୍ତି ତ ଏହି ଭୁଲ ? ତେବେ ଆଜି ହିଁ ବଦଳାନ୍ତୁ


କର୍ମବ୍ୟସ୍ତ ଜୀବନ ଓ ଜୀବନଶୈଳୀରେ ସଭିଏଁ ସମସ୍ତ କାମ ଖୁବ ଶୀଘ୍ର ଶୀଘ୍ର କରିଥାଆନ୍ତି। ଏଭଳି କି ଭୋଜନ କରିବା ସମୟରେ ମଧ୍ୟ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇନଥାଆନ୍ତି। ଅଧିକାଂଶ ଲୋକେ ଶୀଘ୍ର ଶୀଘ୍ର ଖାଦ୍ୟ ଖାଉଥିବା ମଧ୍ୟ ଦେଖାଯାଏ। ଲଗାତର ତରବରିଆ ଓ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ଆଣିଥାଏ। ରୋଗର କାରଣ ମଧ୍ୟ ପାଲଟିଥାଏ। ଘରେ ହେଉ କିମ୍ବା କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ଲୋକେ ଜଲଦି ଜଲଦି ଖାଇଥାଆନ୍ତି। ସମୟ ବଞ୍ଚାଇବା ପାଇଁ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..

ଜଲଦି ଜଲଦି ଖାଦ୍ୟ ସେବନ କରିବା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଖାଇ ହୋଇଯାଏ। ସେହି ସମୟରେ ଏହା ଅନୁଭବ ନହେଲେ ମଧ୍ୟ କିଛି କ୍ଷଣ ପରେ ଅନୁଭବ ହୋଇଥାଏ। ଏପରି କରିବା ଦ୍ୱାରା ଶରୀର ଆବଶ୍ୟକ କରୁଥିବା ସଠିକ ପରିମାଣର ଭୋଜନ ପାଇଁ ମସ୍ତିଷ୍କ ପର୍ଯ୍ୟନ୍ତ ସଠିକ ସନ୍ଦେଶ ପହଞ୍ଚି ପାରିନଥାଏ।

ଜଲଦି ଜଲଦି ଅଧିକ ସେବନ କରିବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। ଡ଼ାଏଟ ମଧ୍ୟ ସନ୍ତୁଳିତ ହୋଇ ରହିନଥାଏ। ଜଲଦି ଜଲଦି ଭୋଜନ କରିବା ଦ୍ୱାରା ମୋଟାପଣ ସମ୍ଭାବନା ଅଧିକ ଥାଏ।
ଜଲଦି ଜଲଦି ଭୋଜନ କରିବା ଦ୍ୱାରା ଖାଦ୍ୟକୁ ସଠିକ ଭାବେ ଚୋବାଇ ହୋଇନଥାଏ। ଅଧିକାଂଶ ଖାଦ୍ୟ ଗିଳି ମଧ୍ୟ ହୋଇଥାଏ। ଫଳରେ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ। ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଜଳଦି ଜଲଦି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହଠାତ୍‌‌ ଶର୍କରାର ମାତ୍ରା ବୃଦ୍ଧି ହୋଇଥାଏ। ଫଳରେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ।


Share It

Comments are closed.