ଭାରତକୁ ଫିଜିଓଥେରାପି ଏବଂ ସ୍ପୋର୍ଟସ ସାଇନ୍ସରେ ବିଶ୍ୱ ଶ୍ରେଷ୍ଠ ଅଭ୍ୟାସ ଆଣିବା ପାଇଁ ଏବିଏସଏମଏଆରଆଇ ପ୍ରସ୍ତୁତ


ଭୁବନେଶ୍ୱର : ଅଭିନବ ବିନ୍ଦ୍ରା ସ୍ପୋର୍ଟସ୍ ମେଡିସିନ ଆଣ୍ଡ ରିସର୍ଚ ଇନଷ୍ଟିଚ୍ୟୁଟ (ଏବିଏସଏମଏଆରଆଇ) ପାଇଁ ଆଡ୍‌ମିସନ ଆରମ୍ଭ ହୋଇଯାଇଥିବାନେଇ ସୋମବାର ସଂଙ୍ଗଠନ ପକ୍ଷରୁ ଜାରି ଏକ ବିବୃତିରେ ପ୍ରକାଶ ପାଇଛି । ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ପଦକ୍ଷେପ, ଏବିଏସଏମଏଆରଆଇର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଅନୁରୂପ ଫିଜିଓଥେରାପି ବା ଭୌତିକ ଚିକିତ୍ସା ଏବଂ କ୍ରୀଡ଼ା ବିଜ୍ଞାନ ଜ୍ଞାନ ସହିତ ଭାରତୀୟ ସ୍ପୋର୍ଟସ ଇକୋସିଷ୍ଟମକୁ ସଶକ୍ତ କରିବା । ଭୁୁବନେଶ୍ୱରରେ ସ୍ଥାପିତ ଏହି ଅନୁଷ୍ଠାନ ସମ୍ମାନଜନକ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ଏବଂ ଏହା ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ବଢ଼ୁଥିବା ଆଗ୍ରହକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ ରହିଛି ।
ଏହି ଅନୁଷ୍ଠାନର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ନିୟୋଜିତ ପ୍ରଯୁକ୍ତିରୁ ପ୍ରାପ୍ତ କ୍ଲିନିକାଲ ଉଦ୍ଭାବନ ଏବଂ ବିଶେଷ ଜ୍ଞାନକୌଶଳ, ଯାହାକି ରିୟଲ ଟାଇମ ମଧ୍ୟରେ ଭିଜୁଆଲ ଶିକ୍ଷଣକୁ ପ୍ରୋତ୍ସାହିତ କରିଥାଏ ଏବଂ ପାଠ୍ୟକ୍ରମକୁ ଭାରତୀୟ ଶରୀର ପ୍ରକାର ଅନୁରୂପ ତଥ୍ୟ ପରିଚାଳିତ ଅନୁସନ୍ଧାନ ଭିତିକ କରାଇଥାଏ । ଅସ୍ଥିବିଜ୍ଞାନ, ସ୍ନାୟୁବିଜ୍ଞାନ ଏବଂ କାର୍ଡିଓ-ପୁଲ୍‌ମୋନାରି ବିଜ୍ଞାନ ପାଇଁ ଉଦ୍ଦିଷ୍ଟ ବିଶ୍ୱ ଶ୍ରେଷ୍ଠ ଲ୍ୟାବଗୁଡ଼ିକୁ ସ୍ଥାନିତ କରାଯାଇଛି, ଯାହାକି ଏହି କ୍ଷେତ୍ରରେ ଶିକ୍ଷା ପ୍ରତି ଏକ ବ୍ୟବହାରିକ ଉପାଦାନକୁ ଯୋଗ କରୁଛି । ଏହାଛଡ଼ା ଭାରତ ଏବଂ ବିଶ୍ୱର ଅନେକ ବିଶେଷଜ୍ଞଙ୍କ ସମେତ ସ୍ପୋର୍ଟସ ମେଡିସିନ ସମୁଦାୟର ବହୁ ପ୍ରତିଷ୍ଠିତ ନାମ ଏହାର ଗେଷ୍ଟ ଫାକଲ୍ଟିରେ ଏକ ଅଂଶ ହେବେ ।
“ଏବିଏସଏମଏଆରଆଇ ସହିତ ଆମେ ଭାରତୀୟ ଫିଜିଓଥେରାପିଷ୍ଟ ଏବଂ କ୍ରୀଡ଼ା ବିଜ୍ଞାନୀମାନଙ୍କୁ ସର୍ବୋତମରୁ ଶିଖିବା ଏବଂ ଏହି ଅଭିଯାନର ଏକ ଅଂଶ ହେବା ଦିଗରେ ସଶକ୍ତ କରିବାକୁ ଆଶା କରୁଛୁ ।,” ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣପଦକ ବିଜେତା ଶ୍ରୀ ଅଭିନବ ବିନ୍ଦ୍ରା କହିଛନ୍ତି । “ଭିଜୁଆଲ ଶିକ୍ଷଣ ଏବଂ ସ୍ଥାପିତ ହୋଇଥିବା ଅତ୍ୟାଧୁନିକ ଲ୍ୟାବଗୁଡ଼ିକ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷାକୁ ତ୍ୱରାନ୍ୱିତ କରିବା ସହିତ ନିରନ୍ତର ବୃତିଗତ ବିକାଶ ପାଇଁ ନିଜକୁ ପ୍ର୍‌ସ୍ତୁତ କରିପାରିବେ ।,” ବୋଲି ଏବିଏସଏମଏଆରଆଇର ଡିନ, ଡା ଜୋଶେଫ ଓଲିଭର କହିଛନ୍ତି ।
ବିପିଟି ଏବଂ ଏମପିଟି ପାଠ୍ୟକ୍ରମଗୁଡ଼ିକ (ସ୍ପୋର୍ଟସ୍‌, ଅର୍ଥୋପେଡିକ୍ସ, ନ୍ୟୁରୋଲୋଜି ଏବଂ କାର୍ଡିଓ-ପୁଲମୋନାରି ବିଜ୍ଞାନ) ଚଳିତବର୍ଷ ଠାରୁ ଆରମ୍ଭ ହୋଇଯିବ । ସମୟ ସହିତ ଏହି କ୍ଷେତ୍ରରେ ବିଭିନ୍ନ ଉପାଦାନ ଯୋଡ଼ିବା, ଅଧିକ ଗବେଷଣା ସୁଯୋଗ ଏବଂ ବିଶେଷତାକୁ ଯୋଡ଼ିବାର ଲକ୍ଷ ରହିଛି ।


Share It

Comments are closed.