ପାଚଂଟି ବିଶ୍ୱ ରେକର୍ଡ ହାସଲକରି ଇତିହାସ ରଚିଛି ବଡ଼ା ବିଜନେସ


ଭୁବନେଶ୍ୱର: ଅନ୍‌ଲାଇନ ଶିକ୍ଷା କ୍ଷେତ୍ରରେ ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିବାରେ ପ୍ରଥମ କମ୍ପାନୀଭାବେ ଇତିହାସ ରଚିଛି ଭାରତୀୟ ଏଜୁଟେକ ଷ୍ଟାର୍ଟଅପ ବଡ଼ା ବିଜନେସ । କୋଭିଡ କାରଣରୁ ହୋଇଥିବା ଲକଡାଉନ ମଧ୍ୟରେ କରାଯାଇଥିବା ଏକ ବିସ୍ତୃତ ବ୍ୟବସାୟୀକ ପ୍ରଶିକ୍ଷଣ ପର୍ଯ୍ୟାୟଗୁଡ଼ିକ ଯୋଗୁଁ ଏହି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ ହାସଲ କରାଯାଇପାରିଥିଲା । କାରଣ ଏହି ସମୟରେ ବଡ଼ା ବିଜନେସ ଭାରତୀୟ ଏମଏସଏମଇଙ୍କୁ ତାଲିମ ଦେବା ଏବଂ ସେମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାରେ ସାହାଯ୍ୟ କରିବା ଦିଗରେ ନିଜର ସମସ୍ତ ଶକ୍ତି ଲଗାଇଦେଇଥିଲା ।
ଏହି ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିଥିବା ବ୍ୟବସାୟୀକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ବିଶ୍ୱର ବୃହତମ ଅନଲାଇନ ଲେସନ(ଏପ୍ରିଲ୨୪, ୨୦୨୦); ବିଶ୍ୱର ବୃହତମ ସେଲସ ଲେସନ(ମେ ୩୧, ୨୦୨୦); ଏବଂ ଷ୍ଟ୍ରାଟଜି ମ୍ୟାନେଜମେଂଟ ଉପରେ ବିଶ୍ୱର ବୃହତମ ଅନଲାଇନ ଲେସନ (ଜୁନ ୨୭, ୨୦୨୦); ‘ହାଓ ଟୁ ଷ୍ଟାର୍ଟଅପ’ ଉପରେ ବିଶ୍ୱର ବୃହତମ ଅନଲାଇନ ଇଭେଂଟ (ଅଗଷ୍ଟ୧୫, ୨୦୨୦) ଏବଂ ରିଟେଲ ମ୍ୟାନେଜମେଂଟ ଉପରେ ବିଶ୍ୱର ବୃହତମ ଅନଲାଇନ ଲେସନ (ସେପ୍ଟେମ୍ବର ୨୭, ୨୦୨୦) ସାମିଲ ରହିଛି ।
ଏହି ରେକର୍ଡ ବ୍ରେକିଙ୍ଗ ଅନ୍‌ଲାଇନ ବ୍ୟବସାୟୀକ ଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ଖ୍ୟାତିସମ୍ପର୍ଣ୍ଣ ମୋଟିଭେସନାଲ ସ୍ପିକର ଏବଂ ବ୍ୟବସାୟିକ ପ୍ରଶିକ୍ଷକ ତଥା ବଡ଼ା ବିଜନେସର ପ୍ରତିଷ୍ଠାତା ଏବଂ ସିଇଓ ଡା ବିବେକ ବିନ୍ଦ୍ରାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଦକ୍ଷତା ବିକାଶ ପର୍ଯ୍ୟାୟଗୁଡ଼ିକରେ ଭାରତର ଉଦ୍ୟୋଗ ସମୁଦାୟର ରେକର୍ଡ ସଂଖ୍ୟକ ଅଂଶଗ୍ରହଣ କରିଥିବା ବେଳେ କ୍ରମାନ୍ୱୟଭାବେ ୧ କୋଟି ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।
“ଏହା ଆମ ପାଇଁ ଏକ ଗର୍ବର ବିଷୟ ଯେ ଏହି ସଫଳତା ମାଧ୍ୟମରେ ଆମେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏଜୁଟେକ ଉଦ୍ୟୋଗକୁ ବିଶ୍ୱ ମାନଚିତ୍ରରେ ପରିଚିତ କରାଇବାରେ ସକ୍ଷମ ହୋଇପାରିଛୁ । ନିଜ ନାମରେ ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିବାରେ ଆମେ ଏକମାତ୍ର କମ୍ପାନୀରେ ପରିଣତ ହୋଇଛୁ । ବ୍ୟବସାୟଗୁଡ଼ିକୁ ନୂତନ ନର୍ମାଲ ସହିତ ନିଜକୁ ଖାପଖୁଆଇବାରେ ସାହାଯ୍ୟ କରିବା ପାଇଁ ଚଳିତବର୍ଷ ଏପ୍ରିଲରେ ଆମେ ଏକ ବ୍ୟବସାୟୀକ କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୁ । ଆମର ପ୍ରଥମ ବ୍ୟବସାୟୀକ ଶିକ୍ଷଣ କାର୍ଯ୍ୟକ୍ରମକୁ ମିଳିଥିବା ବ୍ୟାପକ ପ୍ରତିକ୍ରୟା ଆମକୁ ପ୍ରଥମ ବିଶ୍ୱ ରେକର୍ଡ ହାସଲ କରିବାରେ ସାହାଯ୍ୟ କରିଥିଲା । ଆମର ବ୍ୟବସାୟିକ କୌଶଳ ପ୍ରଶିକ୍ଷଣ ପଦକ୍ଷେପଗୁଡ଼ିକ ମାଧ୍ୟମରେ ଗତ ଛଅ ମାସ ମଧ୍ୟରେ ଆମେ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଶିକ୍ଷଣ ଦେବାରେ ସକ୍ଷମ ହୋଇପାରିଛୁ ।” ବୋଲି ବଡ଼ା ବିଜନେସର ସିଇଓ ଏବଂ ପ୍ରତିଷ୍ଠାତା ଡା ବିବେକ ବିନ୍ଦ୍ରା କହିଛନ୍ତି ।


Share It

Comments are closed.