ଠକେଇ ଅଭିଯୋଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ଗିରଫ


ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ପ୍ରାୟ ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇ ପୁଲିସ ଗିରଫ କରିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୩୭ ବର୍ଷୀୟ ବୈଭବ ଏହି ପାର୍ଟନରସିପ୍ ଫାର୍ମରୁ ପ୍ରାୟ ୪.୩ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି, ଯାହା ଫଳରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲ କ୍ଷତିଗ୍ରସ୍ତ ହୋଇଛନ୍ତି।

ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀଙ୍କ ବୟାନ ଦେଇ ଟିଓଆଇ ରିପୋର୍ଟ କରିଛି ଯେ ବୈଭବଙ୍କ ବିରୋଧରେ ଠକେଇ ଏବଂ ଜାଲିଆତି ଅଭିଯୋଗ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ତିନି ଭାଇ ୨୦୨୧ରେ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟିକ ସର୍ତ୍ତ ଏପରି ଥିଲା ଯେ ହାର୍ଦ୍ଦିକ ଓ କ୍ରୁନାଲ ୪୦ ପ୍ରତିଶତ ଲେଖାଏଁ ପୁଞ୍ଜି ନିବେଶ କରିଥିବା ବେଳେ ବୈଭବ ୨୦ ପ୍ରତିଶତ ପୁଞ୍ଜି ନିବେଶ କରିଥିଲେ।

କିନ୍ତୁ ପରେ ବୈଭବ ସର୍ତ୍ତଉଲ୍ଲଂଘନ କରି ପାଣ୍ଡ୍ୟା ଭାଇମାନଙ୍କୁ ନ ଜଣାଇ ସେହି କାରବାରରେ ଅନ୍ୟ ଏକ ସଂସ୍ଥା ଗଠନ କରିଥିଲେ।


Share It

Comments are closed.