୧୦ ଦିନରେ ୪ଟି ମ୍ୟାଚ, ଏବେଠାରୁ ବିଶ୍ୱକପରେ ଭାରତର ପ୍ରକୃତ ପରୀକ୍ଷା ଆରମ୍ଭ


ବିଶ୍ୱକପରେ ଅଧାରୁ ଅଧିକ ଯାତ୍ରା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ସେପଟେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲର ଖୁବ ନିକଟତ୍ତର ହୋଇ ଆସିଲାଣି । ପ୍ରକାଶ ଥାଉକି, ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିନେଇଥିବାବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ସହ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ପଏଣ୍ଟ ତାଲିକାରେ ଭାରତ ୯ ଅଙ୍କ ପାଇ ତୃତୀୟ ସ୍ଥାନରେ ରହିଛି । ଭାରତର ଆଗାମୀ ମ୍ୟାଚ ୨୭ ଜୁନରେ ୱେଷ୍ଟଇଣ୍ଡିଜ ସହ ଖେଳ ଯିବାକୁଥିବାବେଳେ ଦଳ ଆଉ ୧୦ ଦିନ ମଧ୍ୟରେ ୪ଟି ହେଭିୱେଟ ଟିମ ସହ କଡା ଟକ୍କର ଦେବ ।
ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ବର୍ତ୍ତମାନ ଭଲ ଫର୍ମରେ ଥିବାବେଳେ ଭାରତ ସହ ହେବାକୁ ଥିବା ମ୍ୟାଚ ଗୁଡିକରେ ଉଭୟ ଦଳ ପରସ୍ପରକୁ କଡା ଟକ୍କର ଦେଇ ପାରନ୍ତି ବୋଲି ଖେଳ ବିଶ୍ଲେଷକାରୀମାନେ ଆକଳନ କରିଛନ୍ତି ।
୨୭ ଜୁନରେ ଭାରତର ଆଗାମୀ ମ୍ୟାଚ ୱେଷ୍ଟଇଣ୍ଡିଜ ସହ ଥିବାବେଲେ ଏହି କ୍ରମରେ ୩୦ ଜୁନରେ ଭାରତ ଇଂଲଣ୍ଡ, ୨ ଜୁଲାଇରେ ବାଙ୍ଗଲାଦେଶ ଏବଂ ୬ ଜୁଲାଇରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ । ବର୍ତ୍ତମାନ ଭାରତୀୟ ଦଳର ମଧ୍ୟମ କ୍ରମରେ ବ୍ୟାଟିଙ୍ଗ ପାଇଁ ଆସୁଥିବା ଖେଳାଙ୍କୁ ନେଇ ଚିନ୍ତାରେ ଥିବାବେଳେ ଏଥିରେ ଖୁବ ଶୀଘ୍ର କିପରି ସୁଧାର ଅଣାଯାଇ ପାରିବ । ସେ ଦଳ ରଣନୀତି ମଧ୍ୟ ପ୍ରସ୍ତୁତ କରି ସାରିଲାଣି । ଏଥିପାଇଁ ଦଳ ଆଗମୀ ମ୍ୟାଚରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ ଶୁଣିବାକୁ ମିଳୁଛି ।


Share It

Comments are closed.