ମହିଳା ଉଦ୍ୟୋଗୀଙ୍କ ସଶକ୍ତିକରଣ କର୍ମଶାଳା ଶୁଭାରମ୍ଭ


ଭୁବନେଶ୍ୱର: ଟାଇ (ଦ ଇଣ୍ଡସ ଅନ୍ତ୍ରପ୍ରେନୂଅର) ପକ୍ଷରୁ ଲକ୍ଷେ୍ନøର ମହିଳା ଉଦ୍ୟୋଗକାରୀଙ୍କ ପାଇଁ ୪ ଦିନିଆ ପର୍ଯ୍ୟାବେକ୍ଷଣ ଏବଂ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି ।
ଟାଇଗ୍ଲୋବାଲ୍ ପକ୍ଷରୁ ଭାରତରେ ଟିୟର ୨ ଏବଂ ୩ସହରମାନଙ୍କର ମହିଳାମାନଙ୍କ ଉଦ୍ଯୋଗ ମାଧ୍ୟମରେ ଆର୍ôଥକ ସଶକ୍ତିକରଣ ନିମନ୍ତେ ଏୟାର୍ସୱି ୨.୦(ଅଲ ଇଣ୍ଡିଆ ରୋଡସୋ ଅନ ୱମେନସ ଇକୋନୋମିକ ଏମପାୱାରମେଣ୍ଟ ଥ୍ରୁ ଏଣ୍ଟରପ୍ୟୁନରସିପ ୨.୦- ଭାରତରେ ମହିଳା ଉଦ୍ୟୋଗୀଙ୍କ ମାପଚିହ୍ନ) ଏକ ବୃହତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଟାଇ ଗ୍ଲୋବାଲ, ୟୁଏସ ଏମ୍ବାସି, ନୂଆ ଦିଲ୍ଲୀ ଏବଂ ଅନ୍ୟାନ୍ୟ ୪ ପରାମର୍ଶଦାତାଙ୍କ ସହଭାଗିତାରେ ୫ଟି ଟିଆର-୨ ଏବଂ ୩ ସହର ଯଥା ଭୁବନେଶ୍ୱର, ଲକ୍ଷେ୍ନø, ହବେଲ୍ଲି, ବରୋଦରା ଏବଂ ପାଟନାରେ ୪ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ୪ଟି ରାଜ୍ୟକୁ ନିମନ୍ତ୍ରଣ କରାଯାଇଛି ଏବଂ ସମୁଦାୟ ୮୦୦ ଆବେଦନକାରୀଙ୍କ ମଧ୍ୟରୁ ୧୫୦ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯାଇଛି । ପ୍ରତ୍ୟେକ କର୍ମଶାଳା ସହର ୩୦ ଅଂଶଗ୍ରହଣକାରୀଙ୍କୁ ପରିଚାଳନା କରିବେ । କର୍ମଶାଳା ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିବ, ଯାହା ଚୟନିତ ଅଂଶଗ୍ରହଣକାରୀଙ୍କ ପାଇଁ ମାଗଣା ରହିଛି । ଭାରତର ଛୋଟ ସହରର ମହିଳାମାନଙ୍କୁ ଶିଳ୍ପ ମାଧ୍ୟମରେ ମହିଳା ସଶକ୍ତିକରଣ ନିମନ୍ତେ ଶିଳ୍ପ ଓ କ୍ୟରିୟର୍ରେ ଆଗେଇବା ପାଇଁ ଶିକ୍ଷା ପ୍ରଦାନ ଓ ଅନୁପ୍ରାଣିତ କରିବା ଏଆଇଆରଏସଡବ୍ଲୁଇଇଇ ୨.୦ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଏୟାରସ୍ୱୁଇ କାର୍ଯ୍ୟକ୍ରମ ବର୍ତ୍ତମାନ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି ।

ଭୁବନେଶ୍ୱରରେ ଏହି କର୍ମଶାଳା ୧୪ ମାର୍ଚ୍ଚରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ନୟାପଲ୍ଲୀର କ୍ରାଉନ ହୋଟେଲରେ ଦୁଇ ପରିଚାଳକ ସୀମା ଚତୁର୍ବେଦୀ ଏବଂ ୟୁଏସରୁ ଆସିଥିବା କାରୋଲିନ ଲୁଇସେଭଙ୍କ ଦ୍ୱାରା ପରିଚାଳିତ ହେବ । ୟୁଏସ ଏମ୍ବାସିର ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ରହିଛନ୍ତି । ୟୁଏସରୁ ପରିଚାଳକ ଭାରତର ପରିଚାଳକଙ୍କ ସହ ମିଶି କୋଲକାତା, ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାର ଅନ୍ୟାନ୍ୟ ସହରର ୩୦ମହିଳା ଉଦ୍ୟୋଗକାରୀଙ୍କୁ ଶ୍ରେଷ୍ଠ ଅଭ୍ୟାସ, ଅନୁଭୂତି ଏବଂ ଜ୍ଞାନ ପ୍ରଦାନ କରିବେ ।
ଏୟାର୍ସୱିର ଅଧ୍ୟକ୍ଷ ମିସ. ସୀମା ଚତୁର୍ବେଦୀ କହିଛନ୍ତି ଯେ, “୧୫୦ ପରିଚାଳକ ମଧ୍ୟରେ ପ୍ରତ୍ୟେକ ୨ଟି ପରିଚାଳକ ପେ-ଇଟ ଫରୱାର୍ଡ ପଦ୍ଧତି ଦ୍ୱାରା ମହତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିପାରିବେ । ଏହା ଅତିକମରେ ଭାରତର ଟିୟର୍-୨ ଏବଂ ୩ ସହରର ୪୫୦ ମହିଳା ଉଦ୍ୟୋଗକାରୀଙ୍କୁ ସଶକ୍ତିକରଣ କରିବା ପାଇଁ ବୃହତ୍ ପ୍ରଭାବ ପକାଇପାରିବ ।”
ଏହାର କର୍ମଶାଳାର ପ୍ରାରମ୍ଭିକ ଅଧିବେଶନରେ ଟାଇ ଭୁବନେଶ୍ୱରର ସଭାପତି, ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, “ଏୟାରସ୍ୱୁଇର କାର୍ଯ୍ୟକ୍ରମ ସହିତ ଜଡିତ ହୋଇ ଆମ୍ଭେ ଖୁବ ଗର୍ବିତ ଏବଂ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଉଦ୍ଯୋଗ ଏକ ପ୍ରଭାବଶାଳୀ ପଦ୍ଧତି ।” ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଏସଏମଇ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସେଠାରେ ଉପସ୍ଥିତ ରହି ମହିଳା ଉଦ୍ୟୋଗୀ କର୍ମଶାଳା ଏୟାର୍ସୱି ପାଇଁ ନିଜର ଖୁସି ମଧ୍ୟ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ହାଇଦ୍ରାବାଦ କନସୋଲେଟର ସାଧାରଣ ପରାମର୍ଶଦାତା କାଥେରିନ ହାଡ୍ଡା କହିଛନ୍ତି ଯେ, “ଭାରତ ଦକ୍ଷତା, ଉଦ୍ୟୋଗ ପାଇଁ ଉପଯୁକ୍ତ ଦେଶ କିନ୍ତୁ ଏହା ବହୁଳଭାବେ ଅବ୍ୟବହୃତ ଏବଂ ସ୍ୱତନ୍ତ୍ର ଭାବେ ଟିୟର-୨ ସହରର ମହିଳାମାନଙ୍କ ପାଇଁ ଅବ୍ୟବହୃତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟିୟର – ୨ ସହର ମାନଙ୍କରେ ଦକ୍ଷ ମହିଳାମାନଙ୍କୁ ଉତ୍ସାହ ପ୍ରଦାନ କରିବା, ସେମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା, କେବଳ ସେମାନଙ୍କ ଷ୍ଟାର୍ଟ ଅପ ଆରମ୍ଭ ନୁହେଁ ସେମାନଙ୍କ ବ୍ୟବସାୟିକ ସଫଳତା ପାଇଁ ସାହାଯ୍ୟ କରିବା ଇତ୍ୟାଦି ୟୁଏସ ସରକାରଙ୍କ ଲକ୍ଷ୍ୟ ରହିଛି । ଉଦ୍ୟୋଗ ମାଧ୍ୟମରେ ଟିଆର-୨ ସହରର ମହିଳମାନଙ୍କୁ ସଶକ୍ତିକରଣ କରିବା ଆମ୍ଭମାନଙ୍କ ଲକ୍ଷ୍ୟ ଯାହାଦ୍ୱାରା ସେମାନେ ନେତୃତ୍ୱ ଗ୍ରହଣ କରିପାରିବେ ।”


Share It

Comments are closed.