ରାଜ୍ୟ କଂଗ୍ରେସରେ ଖୋଲା ବିଦ୍ରୋହ


ଭୁବନେଶ୍ୱର – ରାଜ୍ୟ କଂଗ୍ରେସରେ ଖୋଲ ବିଦ୍ରୋହ ଆରମ୍ଭ ହୋଇଯାଇଛି । ପ୍ରସାଦଙ୍କ ନେତୃତ୍ୱକୁ ବିରୋଧ କରି ବିଧାୟକମାନେ ନିର୍ବାଚନରୁ ଓହରିଯିବେ କିମ୍ବା ଏବଂ ଦଳ ଛାଡିବେ ସ୍ପଷ୍ଟ ଶୁଣାଇ ଦେଇଛନ୍ତି । ଏନେଇ ଏଆଇସିସକୁ ଅବଗତ କରିବେ ବୋଲି ମଧ୍ୟ ଜଣାଇଛନ୍ତି । ବୁଧବାର ବିରୋଧି ଦଳ ନେତା ନରସଂହ ମିଶ୍ରଙ୍କ ବାସଭବନରେ ଦଳର ୧୫ ବିଧାୟକଙ୍କ ମଧ୍ୟରୁ ୧୧ ବିଧାୟକଙ୍କ ବୈଠକ ବସିଥିଲା । ବୈଠକ ପରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ କହିଛନ୍ତି, ପିସିସି ସଭାପତି ଭାବେ ପ୍ରସାଦ ରହିଲେ ମୁଁ ନିର୍ବାଚନ ଲଢିବି ନାହିଁ । ଦଳରେ ରହିବି କି ନାହିଁ ସେ ନେଇ ମଧ୍ୟ ଚିନ୍ତା କରିବି ।ତାଙ୍କୁ ସହ ସମର୍ଥନ ଜଣାଇ ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ, “ ବିଧାୟକଙ୍କ କଥାରୁ ଆଭିମୁଖ୍ୟ ସ୍ପଷ୍ଟ ହେଉଛି । ମୁଁ ଦଳ ଛାଡିବି କି ନାହିଁ, ସେନେଇ ନିଷ୍ପତି ହୋଇନାହିଁ ” । ସେହିପରି ସମାନ କଥା ଦୋହରାଇଛନ୍ତି କେ. ସୂର୍ଯ୍ୟ ରାଓ, ସେ କହିଲେ ପ୍ରସାଦ ରହିଲେ ୨୦୧୯ ନିର୍ବାଚନ ଲଢିବେ ନାହିଁ । ଆବଶ୍ୟକ ହେଲେ ଦଳ ଛାଡି ଚାଲିଯିବେ । ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ତାଙ୍କ ପ୍ରାସଦ ବିରୋଧି ଆଭିମୁଖ୍ୟ ଜଣାଇଦେଇଛନ୍ତି । କହିଛନ୍ତି ପ୍ରସାଦ ସଭାପତି ରହିଲେ ନିର୍ବାଚନ ଲଢିବାକୁ ଇଚ୍ଛା ନାହିଁ । ଦଳ ଛାଡିବେ କେ ନାହିଁ ସେ ନେଇ ସମୟ ଆସିଲେ ନିଷ୍ପତି କରିବେ । ବିରୋଧି ଦଳ ଉପ ନେତା ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି, ଆଜି ବିଧାନ ସଭା ଅଧିବେଶନ ସଂପର୍କରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ୧୬ ତାରିଖ କଂଗ୍ରେସ ଅଧିବେଶନରେ ଯୋଗ ଦେବାକୁ ନିଷ୍ପତି ହୋଇଛି । ସେଠାରେ ଏଆଇସିସରେ ରାଜ୍ୟ ନେତୃତ୍ୱ ଓ ଦଳରେ ସ୍ଥିତି ନେଇ ଅବଗତ କରିବୁ ବୋଲି କହିଛନ୍ତି । ବୈଠକରେ ଚାରି ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରୁ ଝାରସୁଗୁଡା ବିଧାୟକ ନବ ଦାସ, ଆଦିବାସୀ ସେଲ ଅଧ୍ୟୟ ତଥା ବିଧାୟକ କୃଷ୍ଣ ଚନ୍ଦ୍ର ସାଗାରିଆ, ବିଧାୟକ କୈଳାସ କୁଲେସେନା ଓ ଚନ୍ଦ୍ର ଶେଖର ମାଝୀ


Share It

Comments are closed.