ବଜାରକୁ ଆସିବ ନୂତନ ଟୋୟଟା ୟାରିସ


କାର ପ୍ରେମୀଙ୍କ ପାଇଁ ଖୁସି ଖବର ଯେ ଟୋୟଟା ୟାରିସ ଦେଶରେ ନିଜର ଡିଲରସିପ ଆରମ୍ଭ କରିବାକୁ ଯାଉଛି । ଦିଲ୍ଲୀଠାରେ ଏହାର ବୁକିଙ୍ଗ ମଧ୍ୟ ଆରମ୍ଭ କରାଯାଇଛି । ଏହାର ଡେଲିଭରି ଏପ୍ରିଲ ଶେଷ ବେଳକୁ ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି ।
ଅଟୋ ଏକ୍ସପୋ ୨୦୧୮ରେ ଟୋୟଟା ୟାରିସ ଖୁବ ଲୋକପ୍ରିୟ ହୋଇଥିଲା । ଟୋୟଟାରେ ଅତ୍ୟାଧୁନିକ ଭାବେ ୮ଟି ଏୟାର ବ୍ୟାଗ, ଏବିଏସଏବଂ ଇବିଡି ପ୍ରଦାନ କରୁଛି । ଏହି କାରରେ ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ସମ୍ମୁଖ ପାର୍କିଙ୍ଗ ସେନସର, ଇଲେକଟ୍ରିକ ଶକ୍ତି ଯୁକ୍ତ ୮ଟି ଆଡଷ୍ଟେବଲ ଡ୍ରାଇଭର ସିଟ, ରୁଫ ମାଉଣ୍ଟେଡ ରିୟର ଏସି ଭେଣ୍ଟ, ଆମ୍ଭିଏଣ୍ଟ ଲାଇଟିଙ୍ଗ ଇତ୍ୟାଦି ବୈଶିଷ୍ଟ୍ୟ ରହିଛି । ଟୋୟଟାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରହିଛି ।


Share It

Comments are closed.