ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଗତ ରାତିରେ କ’ଣ ହୋଇଥିଲା ? କାରର ପଛ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା


ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହୃଦଘାତ ଯୋଗୁଁ ସୁଦ୍ଧାର୍ଥଙ୍କ ଗୁରୁବାର ସକାଳେ ମୃତ୍ୟୁ ଘଟିଛି । ସିଦ୍ଧାର୍ଥଙ୍କୁ ମୁମ୍ବାଇ କୁପର ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ ।
ଶୁଣିବାକୁ ଏହା ମିଳୁଛି ସିଦ୍ଧାର୍ଥ ଗତ ରାତିରେ ଶୋଇବା ପୂର୍ବରୁ ଅନେକ ଔଷଧ ବଟିକା ଖାଇଥିଲେ, ଯାହା ପରେ ସେ ଶୋଇକି ଆଉ ଉଠି ନଥିଲେ । ଡାକ୍ତରଙ୍କ ସୂଚନା ଅନୁଯାୟୀ ସିଦ୍ଧାର୍ଥଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି, ସେପଟେ ଆଉ ଏକ ଖବର ସାମନାକୁ ଆସୁଛି । ଶୁଣିବାକୁ ଏହା ମିଳୁଛି ଯେ, ଗତ ରାତିରେ ସିଦ୍ଧାର୍ଥ ଯେଉଁ ବିଏମଡବ୍ଲୁ କାରରେ ଫ୍ଲାଟରେ ପହଞ୍ଚିଥିଲେ , ଉକ୍ତ କାରର ପଛ କାଚ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା ।
କାରର ଏହି ଅବସ୍ଥାକୁ ଦେଖି ଅନ୍ଦାଜ ଲଗାଇ ହେଉଛି ଯେ, ସିଦ୍ଧାର୍ଥଙ୍କ ଗତ ରାତିରେ କାହା ସହ ଝଗଡା ହୋଇଛି ବୋଲି ? ତେବେ କ’ଣ ହୋଇଥିଲା ଯେଉଁଥିପାଇଁ ତାଙ୍କ କାରର ପଛ କାଚ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା ? କ’ଣ ତାଙ୍କର କାହା ସହ ଝଗଡା ହୋଇଥିଲା , ଯେଉଁଥିପାଇଁ ସେ ସଂପୂର୍ଣ୍ଣ ଚିନ୍ତିତ ଥିଲେ ?
ସେପଟେ ପୋଲିସ ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଶୁକ୍ଲାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ବର୍ତ୍ତମାନ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।
ଶୁଣିବାକୁ ମିଳୁଛି ଯେ, ଏହା ପରେ ସିଦ୍ଧାର୍ଥ ଲିପ୍ଟ ଜରିଆରେ ଫ୍ଲାଟକୁ ଚାଲିଆସିଥିଲେ ଏବଂ ଶୋଇବା ପୂର୍ବରୁ ଅନେକ ଔଷଧ ବଟିକା ଖାଇ ଶୋଇ ପଡିଥିଲେ । ସକାଳେ ସେ ଯେତେବେଳେ ଶୋଇକି ଉଠିନଥିଲେ ସେଥିବେଳେ ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ ଅଣାଯାଇଥିଲା । ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଫିଲ୍ମ ଏବଂ ଟିଭି ଜଗତରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସିଦ୍ଧାର୍ଥଙ୍କ ଭଉଣୀ ଏବଂ ଭେଣୋଇ ହସ୍ପିଟାଲରେ ପହଞ୍ଚି ଯାଇଛନ୍ତି ।


Share It

Comments are closed.