ଟିପିସିଓଡିଏଲ୍ ପକ୍ଷରୁ ଟ୍ୱିନ୍ ସିଟିରେ ଉନ୍ନତ ଗ୍ରାହକ ସେବା ଏବଂ ବିଦ୍ୟୁତ ଯୋଗାଣରେ ବିଶ୍ୱସନୀୟତା ପାଇଁ ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍ (ଟିଏମୟୁ)ର ଶୁଭାରମ୍ଭ


ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଉନ୍ନତ ବୈଷୟିକ ସମାଧାନ ମାଧ୍ୟମରେ ଗ୍ରାହକ ସେବାରେ ଉନ୍ନତି ଆଣିିବାକୁ ନିରନ୍ତର ପ୍ରୟାସ କରୁଛି । ଟିପିସିଓଡିଏଲ୍ ପକ୍ଷରୁ ନିକଟରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଥିବା ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନରେ ଅତ୍ୟାଧୁନିକ “ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ’ (ଟିଏମୟୁ) ଆରମ୍ଭ କରିଛି । ଏହି ଟିଏମୟୁ ଏକା ସମୟରେ ଅନୁଧ୍ୟାନ, ନିୟନ୍ତ୍ରଣ ଏବଂ ଯୋଗାଯୋଗର ଏକ ଅସାଧାରଣ ମିଶ୍ରଣ ପ୍ରଦାନ କରୁଛି । ଏହି ଉପକରଣ ଭୋଲଟେଜ୍‌, କରେଂଟ୍‌, ଗ୍ୟାସ୍‌, ଅନଲୋଡ୍ ଟ୍ୟାପ୍ ଚେଞ୍ଜର, ତୈଳ ଏବଂ ୱାଇଣ୍ଡିଂ ତାପମାତ୍ରା ପରି ଟ୍ରାନ୍ସଫର୍ମର ମାନଦଣ୍ଡଗୁଡିକ ବିଷୟରେ ବାସ୍ତବ ସମୟ ସୂଚନା ପ୍ରଦାନ କରୁଛି ।

ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍‌ଗୁଡ଼ିକ ତ୍ରୁଟିକୁ ଶୀଘ୍ର ଚିହ୍ନଟ କରିବାରେ ଏବଂ ୩୩/୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର ବିଫଳତାକୁ ଏଡାଇବାରେ ମଧ୍ୟ ସାହାଯ୍ୟ କରିବ । ଏହି ଟିଏମୟୁଗୁଡିକ ପାରମ୍ପରିକ ପ୍ୟାନେଲ ସୁଇଚ୍‌, ତାପମାତ୍ରା ମାପକ ଏବଂ ଲାଚିଂ ରିଲେର ସ୍ଥାନ ନେଇଛି । କୌଣସି ମାନବୀୟ ହସ୍ତକ୍ଷେପ ବିନା ସ୍ୱତଃସ୍ପୃତ ଭାବରେ ଭୋଲଟେଜ୍ ବଢ଼ାଇବା / ହ୍ରାସ କରିବା ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ସମସ୍ତ ଗ୍ରାହକଙ୍କୁ ଗୁଣାତ୍ମକ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରୁଛି । ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଏପର୍ଯ୍ୟନ୍ତ ୫୦ଟି ଟିଏମୟୁ ସ୍ଥାପନ କରାଯାଇଛି । ଏହି ଟିଏମୟୁଗୁଡିକ ସ୍କାଡା ସହିତ ସଂଯୁକ୍ତ ହୋଇଛି ଏବଂ ଭୁବନେଶ୍ୱରର କଲ୍ୟାଣୀ କମ୍ପେ୍ଲକ୍ସରେ ଥିବା ପାୱାର ସିଷ୍ଟମ କଂଟ୍ରୋଲ ସେଂଟରରୁ ଏହାର ତଦାରଖ ଏବଂ ନିୟନ୍ତ୍ରଣ କରାଯାଇପାରିବ ।

ଏହି ପଦକ୍ଷେପ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଟ୍ରାନ୍ସଫର୍ମର ମନିଟରିଂ ୟୁନିଟ୍‌ର ପ୍ରଚଳନ ଶକ୍ତି ବଂଟନରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଥିବା ଆମ ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି ଟିଏମୟୁ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ନିଖୁଣ ସେବା ପ୍ରଦାନ କରିବା ପାଇଁ ଆମର ନିରନ୍ତର ସମର୍ପଣକୁ ପ୍ରତିଫଳିତ କରୁଛି । ଆମର ବିଶ୍ୱାସ ରହିଛି ଯେ ଏହି ଅଭିନବ ଜ୍ଞାନକୌଶଳ ଆମ ନେଟୱର୍କର ବିଶ୍ୱସନୀୟତା ଏବଂ ଦକ୍ଷତା ବୃଦ୍ଧି କରିବ ଏବଂ ସମଗ୍ର ଓଡ଼ିଶାରେ ଉଚ୍ଚ ଗୁଣବତା ବିଜୁଳିର ନିରବଚ୍ଛିନ୍ନ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।’’


Share It

Comments are closed.