ଜାଣନ୍ତୁ ବାସ୍ତୁ ଅନୁଯାୟୀ କିପରି କରିବେ ନିଜର ଲିଭିଂ ରୁମର ସାଜସଜ୍ଜା


ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସଜାସଜ୍ଜା ଏବଂ ଉତ୍ପାଦର ଅବସ୍ଥିତିରେ ଘରେ ସକାରତ୍ମକ ପ୍ରଭାବ ପଡିଥାଏ ଏବଂ ଘରେ ସୌଭାଗ୍ୟ ଆଣିଥାଏ । ତେଣୁ ଆପଣ ଘର ପ୍ରସ୍ତୁତ ଏବଂ ସଜାଇବା ସମୟରେ ବାସ୍ତୁର ନିୟମକୁ ଧ୍ୟାନରେ ରଖନ୍ତୁ । ଲିଭିଂ ରୁମରେ ସମସ୍ତ ପରିବାରର ହସଖୁସି ଏବଂ କଥାବାର୍ତ୍ତା ବେଶି ହୋଇଥାଏ । ତେଣୁ ଆପଣ ସର୍ବଦା ଘରେ ବସିଲା ସମୟରେ କିମ୍ବା ଜିନିଷ ରଖିବା ସମୟରେ ବାସ୍ତୁ ନିୟମ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା କିଛି ବାସ୍ତୁ ନିୟମ ସମ୍ପର୍କରେ . .. ..
୧. ଲିଭିଂ ରୁମରେ ବସି ଗୁରୁତ୍ୱପୂର୍ଣ୍ଣ କଥା ହେବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକ ମୁହଁ କରି ବସନ୍ତୁ । ଘରର ଚେୟାର ଏବଂ ଟେବୁଲ ସର୍ବଦା ପୂର୍ବ ଏବଂ ଉତ୍ତର ଦିଗକୁ ରଖନ୍ତୁ ।
୨. ଲିଭିଂ ରୁମର କବାଟ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ରଖନ୍ତୁ । ଏହାଦ୍ୱାରା ଘରେ ଧନ ଏବଂ ସମୃଦ୍ଧି ଆସିଥାଏ ।
୩. ଲିଭିଂ ରୁମର କାନ୍ଥରେ ଉତ୍ତର ପୂର୍ବ ଦିଗରେ ଧାର୍ମିକ ଫଟୋ କିମ୍ବା ପଟଚିତ୍ର ଲଗାଇପାରିବେ । ଏହି ରୁମରେ କେବେବି ଯୁଦ୍ଧ କିମ୍ବା ନକରାତ୍ମକ ଭାବନା ପୂର୍ଣ୍ଣ ଚିତ୍ର ଲଗାନ୍ତୁ ନାହିଁ ।
୪. ଆପଣ ଲିଭିଂ ରୁମର ଉତ୍ତର ପୂର୍ବ କୋଣରେ ଗଛ ଲଗାଇପାରିବେ । ଘରେ ଏହା ଦ୍ୱାରା ସକରାତ୍ମକ ଭାବନାର ଉତ୍ପତି ହୋଇଥାଏ ।
୫. ଲିଭିଂ ରୁମକୁ ଆପଣ ହାଲକା ହଳଦିଆ, ସବୁଜ ଏବଂ ନୀଳ ରଙ୍ଗ ଦେଇପାରିବେ । ଏହା ଦ୍ୱାରା ଘରେ ସୌଭାଗ୍ୟ ଏବଂ ସମୃଦ୍ଧି ଆସିଥାଏ ।
୬. ଲିଭିଂ ରୁମକୁ ସର୍ବଦା ଉଜ୍ଜ୍ୱଳିତ କରି ରଖନ୍ତୁ ଏବଂ ଯଦି ଆପଣ କ୍ୟାଲେଣ୍ଡର ଲଗାଉଛନ୍ତି ତେବେ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଲଗାନ୍ତୁ ।
୭. ଏହି ରୁମରେ ଆପଣ ବାମ୍ବୋ, ମନିପ୍ଲାଣ୍ଟ , ସ୍ନେକ ପ୍ଲାଣ୍ଟ ଏବଂ ପିସ ଲିଲି ଲଗାଇପାରିବେ ।
୮. ଏଠାରେ ସୋଫା ଏବଂ ଚେୟାର ଆପଣ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ । ଏହା ଦ୍ୱାରା ଘରେ ସକରାତ୍ମକ ଉର୍ଜାର ପ୍ରବାହ ହୋଇଥାଏ ।
୯. ଲିଭିଂ ରୁମରେ କେବେବି ଚାଲୁନଥବା ଘଡି କିମ୍ବା ନଷ୍ଟ ହୋଇଯାଇଥିବା ଉତ୍ପାଦ ରଖନ୍ତୁ ନାହିଁ ।

 


Share It

Comments are closed.