ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଏହି ସମସ୍ତ ଗୁଣର ଅଧିକାରୀ ହେଉଛି ଭୃସଙ୍ଗ ପତ୍ର


ଭୃସଙ୍ଗ ପତ୍ର ବା କରି ପତ୍ର ଖାଦ୍ୟର ସ୍ୱାଦ ବଢାଇଥାଏ ବୋଲି ଆପଣ ଜାଣିଥିବେ । ଦକ୍ଷିଣ ଭାରତରେ ସମସ୍ତ ପ୍ରକାରର ଖାଦ୍ୟରେ ଏହାର ବ୍ୟବହାର ହୋଇଥାଏ । ଏହା ଖାଦ୍ୟର ସ୍ୱାଦରେ ଏକ ପରିବର୍ତ୍ତନ ଆଣିବା ସହିତ ଶରୀରରେ ଏହା ବିଭିନ୍ନ ପ୍ରକାରର ଅନ୍ୟ ପ୍ରଭାବ ମଧ୍ୟ ପକାଇଥାଏ । ୧୦୦ଗ୍ରାମର ଭୃସଙ୍ଗ ପତ୍ର ୧୦୦ଗ୍ରାମର ଉର୍ଜା ରହିଛି । ଏହା କାର୍ବୋହାଇଡ୍ରେଟ, ଫାଇବର, ପ୍ରୋଟିନ,କ୍ୟାଲସିୟମ, ଫସଫରସ ଏବଂ ମିନେରାଲ ଇତ୍ୟାଦିରେ ଭରପୁର ଅଟେ । ଏହା ମଧ୍ୟ ଭିଟାମିନ ଏ, ସି,ବି, ଇର ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଶରୀରରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ . . . . . .
୧. ଭୃସଙ୍ଗ ପତ୍ର ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ । ଏହା ଦ୍ୱାରା ଶରୀରରେ ବିଭିନ୍ନ ସାଂଘାତିକ ରୋଗରୁ ସୁରକ୍ଷା ମିଳିବା ସହିତ ଶରୀରର ଭାସକୁଲାର ସିଷ୍ଟମ, କିଡନୀ ଏବଂ ନର୍ଭସ ସିଷ୍ଟମ ସଠିକ ରହିଥାଏ ।
୨. ଏହି ପତ୍ରର ଆଣ୍ଟି-ମ୍ୟୁଟାଜେନିକ କ୍ଷମତା ଶରୀରକୁ ବିଭିନ୍ନ କ୍ୟାନସର ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଏଥିରେ ବହୁ ପରିମାଣର ଫ୍ଲାବିନଏଡ ରହିଛି ଯାହା ସ୍ତନ କ୍ୟାନସରରୁ ସୁରକ୍ଷା ପ୍ରଦାନ କରିଥାଏ ।
୩. ପ୍ରତିଦିନ କରି ପତ୍ର ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ ଏବଂ ଟ୍ରାଇଗ୍ଲିସେରାଇଡ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
୪. ଡାଇବେଟିସ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଆପଣ ପ୍ରତିଦିନ ଡାଏଟରେ କରି ପତ୍ର ଖାଇପାରିବେ କିମ୍ବା ଖାଲି ପେଟରେ ଏହା ପେଷ୍ଟ ଖାଇପାରିବେ । ଏହାକୁ ଖାଲି ପେଟରେ ଚୋବାଇ କିମ୍ବା ଜୁସ କରି ପିଇବା ଦ୍ୱାରା ଅଧିକ ପ୍ରଭାବ ପଡିଥାଏ ।
୫. ଆପଣ ସକାଳୁ ଶୋଇକି ଉଠିବା ପରେ ଶରୀର ଖରାପ ଲାଗୁଥିଲେ କିମ୍ବା ଦୁର୍ବଳ କିମ୍ବା ଅଳସୁଆ ଲାଗୁଥିଲେ ଆପଣ କରି ପତ୍ରର ଚାହା ସେବନ କରିପାରିବେ । ଏହା ଦ୍ୱାରା ଶରୀରରେ ତୁରନ୍ତ ସତେଜତା ଆସିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଖୁବ ଭଲ କାମ କରିଥାଏ ।
୬. କରି ପତ୍ର ଆଣ୍ଟ-ବ୍ୟକ୍ଟେରିଆଲ ହୋଇଥିବାରୁ ଏହା ଶରୀରରୁ ବ୍ୟାକ୍ଟେରିଆଲ ସଂକ୍ରମଣକୁ ନିୟନ୍ତ୍ରଣ କରିଥାଏ ।
୭. ଏହାର ସେବନ ଦ୍ୱାରା ଏହା କେଶ ଝଡା ସମସ୍ୟାରୁ ମୁକ୍ତି ପ୍ରଦାନ କରିବା ସହିତ କେଶର ବୃଦ୍ଧି ମଧ୍ୟ କରିଥାଏ । ଏହାକୁ ପେଷ୍ଟ କରି କିମ୍ବା ନଡିଆ ତେଲରେ ମିଶାଇ ଲଗାଇବା ଦ୍ୱାରା ରୁପି ,ରୁକ୍ଷ କେଶ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
୮. କରି ପତ୍ର ଖାଇବା ଦ୍ୱାରା ରକ୍ତହୀନତା ରୋଗରୁ ମୁକ୍ତି ମିଳିଥାଏ । ଏହା ଦ୍ୱାରା ଶରୀରରେ ଆଇରନର ମାତ୍ରା ବୃଦ୍ଧି ହୋଇଥାଏ ।
୯. ଏହା ଭିଟାମିନ ଏର ଉତ୍ତମ ସ୍ରୋତ ହୋଇଥିବାରୁ ଆଖିର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଏହା ଦ୍ୱାରା ମଧ୍ୟ ତ୍ୱଚାର ସଂକ୍ରମଣ ତଥା ବ୍ରଣ ଇତ୍ୟାଦି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୧୦. ଏହା ଦ୍ୱାରା ଶରୀରରେ ଅନବାଶ୍ୟକ ଫ୍ୟାଟ କମ ହୋଇଥାଏ ଏବଂ ଟ୍ରାଇଗ୍ଲିସରାଇଡ ନିୟନ୍ତ୍ରଣରେ ରହିଥାଏ । ତେଣୁ ଓଜନ ମଧ୍ୟ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ । ଏହା ମଧ୍ୟ ଶରୀରରୁ ସମସ୍ତ ଟକ୍ସିନକୁ ଦୂର କରିଥାଏ ।

 

 


Share It

Comments are closed.