ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଶ୍ରୀ ଜନ୍ କେରି ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ୍ ଅଙ୍ଗାରକାମ୍ଳଯୁକ୍ତ ମାର୍ଗ ତଥା ସହ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବା ଉପରେ ଉଭୟ ଦେଶ ସହଯୋଗୀ ହେବା ନେଇ ମତପ୍ରକାଶ ପାଇଥିଲା । ଏହି ବୈଠକରେ ଶ୍ରୀ ଜନ୍ କେରି ଭାରତ ଦ୍ୱାରା ପରିବେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳବାୟୁ ପରିବର୍ତନ ପ୍ରତି ଥିବା ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଗତ ମାର୍ଚ୍ଚ ୨୯ ତାରିଖରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟରେ ପ୍ରଥମ ଭର୍ଚୁଆଲ ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସ୍ୱଚ୍ଛ ଏବଂ ସବୁଜ ଉର୍ଜା ଆପଣାଇବା ଦିଗରେ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।


Share It

Comments are closed.