ଟୀକା ନେବା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ନଗମା


ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର କରୋନା ସଂକ୍ରମିତ ହୋଇସାରିଲେଣି । ବର୍ତ୍ତମାନ ଏହି ତାଲିକାରେ ଅଭିନେତ୍ରୀ ତଥା ରାଜନେତା ନଗମାଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି । ନଗମାଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଛି । ସେ କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲେ । ନଗମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ନଗମା ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କିଛି ଦିନ ପୂର୍ବରୁ ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେଇଥିଲି । ଗତକାଲି ମୁଁ କୋଭିଡ୍ ୧୯ ଟେଷ୍ଟ କଲି । ମୋର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ମୁଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖିଛି । ଦୟାକରି ସମସ୍ତ ଯତ୍ନ ନିଅନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ ମଧ୍ୟ । ‘ ନଗମାଙ୍କ ଟ୍ୱିଟରେ ସୋନି ରଜଦାନ ଲେଖିଛନ୍ତି- ‘ଦୟାକରି ତୁମର ଯତ୍ନ ନିଅ । ଆଉ ଥରେ ଟେଷ୍ଟ କରାଇନିଅ । ଯଦି ତୁମର କୌଣସି ଲକ୍ଷଣ ନାହିଁ ତେବେ ଏହା ଭୁଲ ହୋଇପାରେ । ଯଦି କିଛି ଲକ୍ଷଣ ଥାଏ, ତେବେ ଏହା ସାମାନ୍ୟ ହୋଇଥିବ । ‘ ସେହିପରି ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ର ଲେଖିଛନ୍ତି- ‘ନଗମା ବେବି ତୁମର ଯତ୍ନ ନିଅ । ଆଶା କରୁଛି ସୀମା ତୁମ ସହିତ ଅଛି । ‘

ନଗମାଙ୍କ ପରି ଅଭିନେତା ପରେଶ ରାୱଲ ମଧ୍ୟ ଭ୍ୟାକ୍ସିନ୍ ନେବା ପରେ କରୋନା ସଂକ୍ରମିତ ହୋଇଥିଲେ । ମାର୍ଚ୍ଚ ୨୧ ରେ ସେ ଟ୍ୱିଟ୍ କରି କହିଥିଲେ ଯେ ଦୁର୍ଭାଗ୍ୟବଶତଃ ମୋର କୋଭିଡ୍ ୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଗତ ୧୦ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଟେଷ୍ଟ କରାଇନିଅନ୍ତୁ । ନଗମା ୧୯୯୦ ମସିହାରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବାଘି’ରୁ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଏହା ପରେ ସେ ‘ସୁହାଗ’, ‘କିଙ୍ଗ ଅଙ୍କଲ,’ ଲାଲ ବାଦଶାହ ‘ଭଳି ଅନ୍ୟ ଫିଲ୍ମରେ ଅଭିନୟ କରିଥିଲେ । ହିନ୍ଦୀ ବ୍ୟତୀତ ନଗମା ତାମିଲ, ତେଲୁଗୁ ଏବଂ ଭୋଜପୁରୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୦୮ ରେ ଭୋଜପୁରୀ ଫିଲ୍ମ ‘ଠେଲା ନମ୍ବର ୫୦୧’ ରେ ଦେଖିବାକୁ ମିଳିଥିଲା ।


Share It

Comments are closed.