ଭୁବନେଶ୍ୱରରୁ ଯାଉଥିବା ଏହି ପାଞ୍ଚଟି ଟ୍ରେନର ସିଟ ସବୁଠାରୁ ଶିଘ୍ର ପୁରଣ ହୋଇଯାଏ


ସାଧାରଣ ଲୋକଙ୍କ ନିମନ୍ତେ ଦୂରଗାମୀ ଯାତ୍ରା ପାଇଁ ଟ୍ରେନ ଯାତ୍ରା ସବୁଠୁ ସୁବିଧା ଏବଂ ଅର୍ଥ ସାପେକ୍ଷ ହୋଇଥିବାବେଳେ,   ବର୍ତ୍ତମାନ ସମୟରେ ଟ୍ରେନରେ ଗୋଟିଏ କନଫର୍ମ ଟିକେଟ ପାଇବା ପାଇଁ ଯାତ୍ରୀଟିକୁ ନାକେଦମ ହେବାକୁ ପଡୁଛି । ଏହି ବ୍ୟସ୍ତ ବହୁଳ ଷ୍ଟେସନ ମାନଙ୍କ ମଧ୍ୟରୁ ଭୁବନେଶ୍ୱର ଷ୍ଟେସନ ମଧ୍ୟ ଗୋଟିଏ  । ଏକ ସର୍ବେକ୍ଷଣ ମୁତାବକ ଏହି ଷ୍ଟେସନ ରୁ ବାହାରୁ ଥିବା ଭୁବନେଶ୍ୱର – ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସର ତୃତୀୟ ଶ୍ରେଣୀ ଏସି ଟିକେଟ ବିକ୍ରି ଆରମ୍ଭ ହେବାର ବାର ଦିନ ମଧ୍ୟରେ ସରିଯାଏ । ତେବେ ଏହି  ସର୍ବେକ୍ଷଣ ମୁତାବକ ଭୁବନେଶ୍ୱରରୁ ଯାଉଥିବା ଅନ୍ୟ  ଟ୍ରେନ ମାନଙ୍କ ମଧ୍ୟରୁ : ଭୁବନେଶ୍ୱର – ଆନନ୍ଦ ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ତୃତୀୟ ଶ୍ରେଣୀ ଏସି ଟିକେଟ ମଧ୍ୟ ବାର ଦିନ ମଧ୍ୟରେ , ଭୁବନେଶ୍ୱର – ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ତୃତୀୟ ଶ୍ରେଣୀ ଏସି ଟିକେଟ ଷୋଳହ ଦିନ ମଧ୍ୟରେ, ଭୁବନେଶ୍ୱର – ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ତୃତୀୟ ଶ୍ରେଣୀ ଏସି ଟିକେଟ ଏକୋଇଶି ଦିନ ମଧ୍ୟରେ, ଭୁବନେଶ୍ୱର – ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସର ସ୍ଲିପ୍ପର ଶ୍ରେଣୀ ଟିକେଟ ବିକ୍ରି ଆରମ୍ଭର ବାଇଶି ଦିନ ମଧ୍ୟରେ ସରିଯାଏ  ।

Related image

ଏହି ସର୍ବେକ୍ଷଣ ଲୋକପ୍ରିୟ ଯାତ୍ରା ଆପ୍ ରେଲ ୟାତ୍ରୀ ପକ୍ଷରୁ ଅନ୍ୟ କରାଯାଇଛି । କମ୍ପାନୀ ଏଥିପାଇଁ ଏକ ବ୍ୟବହାର ଉପଯୋଗୀ ବୈଶିଷ୍ଟ୍ୟ ରସ-ଓ-ମିଟରର ଶୁଭାରମ୍ଭ କରିଛି । ଏହି ବୈଶିଷ୍ଟ୍ୟ ଆଧାରରେ ଗ୍ରାହକମାନେ କନର୍ଫମଡ ଟିକେଟ କ୍ରୟ କରିବାର ସୁଯୋଗ ହାତଛଡା କରିବେ ନାହିଁ । ପୂର୍ବର ତଥ୍ୟ ଏବଂ ମେସିନ ଲର୍ଣ୍ଣିଙ୍ଗ ଆଲଗୋରିଦିମର ବ୍ୟବହାର କରି ରେଲୟାତ୍ରୀ ପକ୍ଷରୁ ଲମ୍ବା ଅବଧି ଟ୍ରେନର ଟିକେଟ ବୁକିଙ୍ଗ କିପରି ଶୀଘ୍ର ହେବ ତାହା ଅନୁମାନ କରାଯାଇଛି । ବୁକିଙ୍ଗ ହେଉଥବା ହାର ଅନୁଯାୟି କିଛି ଟ୍ରେନର ଟିକେଟ ବୁକିଙ୍ଗ ଆରମ୍ଭ ହେବାର ୧୦ରୁ ୧୨ ଦିନ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଏ ଯେବେକି ଅନ୍ୟ କିଛି ଟ୍ରେନରେ ଟିକେଟ କିଛି ଦିନ ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଉପଲବ୍ଧ ହୁଏ ।

 

ଏହି ପରିପ୍ରେକ୍ଷୀରେ ରେଲ ୟାତ୍ରୀର ସିଇଓ ତଥା ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ମନିଶ ରାଠି କହିଛନ୍ତି ଯେ, “ଏହି ବୈଶିଷ୍ଟ୍ୟ ମାଧ୍ୟମରେ ଯାତ୍ରୀ କନଫର୍ମଡ ଟିକେଟ ପାଇବାର ସୁଯୋଗ ବୃଦ୍ଧି ପାଇଥାଏ ଏବଂ ଏହା ଦ୍ୱାରା ଯାତ୍ରୀ ଉପଲବ୍ଧ ଟିକେଟ ବୁକ କରିବାର ସଠିକ ସମୟ ଜାଣିପାରିଥାଏ । ଯଦି ୫୩ଟି ସିଟ ଉପଲବ୍ଧ ଥାଏ ତେବେ ଏହି ବୈଶିଷ୍ଟ୍ୟ ଦ୍ୱାରା ଜଣାଯାଏ କି କେବେ ସୁଦ୍ଧା ଏହି ସମସ୍ତ ଟିକେଟ ବିକ୍ରି ହୋଇଯିବ । ଏହା ଭବିଷ୍ୟତ ଯାତ୍ରା ପାଇଁ ଟିକେଟ କିଣିବାର ଯୋଜନା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଆଲାରାମ ପରି କାର୍ଯ୍ୟ କରିବ ।”


Share It

Comments are closed.