ପିଏମଙ୍କୁ ଆଲିଙ୍ଗନ ଘଟଣାରେ ଟ୍ୱିଟରରେ ଟ୍ୱିଟ କରି ରାହୁଲଙ୍କୁ କଟାକ୍ଷ କଲା ବିଜେପି


ଲୋକସଭାରେ ଅନସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରୁଥିବା ସମୟରେ ରାହୁଲ ଗାନ୍ଧୀଙ୍କ ଭାଷଣ ଏବଂ ପିଏମ ମୋଦିଙ୍କୁ ଆଲିଙ୍ଗନ କରିବାର ଘଟଣା ଉପରେ ବିଜେପି ଟ୍ୱିଟ କରି ନିଜର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ କରି କହିଛି ଯେ ଲୋକସଭାରେ ଆପଣ ଆମର ମନୋରଞ୍ଜନ କରିଥିବା ହେତୁ ଆମେ ଆପଣଙ୍କୁ ଧନ୍ୟବାଦ ବି ଦେଇ ପାରିବୁ ନାହିଁ ।

ଲୋକସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବାର ଘଟଣାକୁ ନେଇ କରି ଦେଶରେ ରାଜନିତି ଏବେ ସରଗରମ ହେବାରେ ଲାଗିଛି । ଏହି ପରୀପ୍ରେକ୍ଷୀରେ ବିଜେପିର ବରିଷ୍ଠ ନେତା ସାହାନୱାଜ ହାସନ କହିଛନ୍ତି ଯେ, ଲୋକଦେଖାଣିଆ ପାଇଁ ରାହୁଲ ପିଏଙ୍କୁ ଆଲିଙ୍ଗନ କରିଛନ୍ତି । ଏହା ସହ ହର୍ସମିତ କୈ÷ର ମଧ୍ୟ କହିଛନ୍ତି ଯେ, ଏହା ହେଉଛି ସଂସଦ , ମୁନ୍ନା ଭାଇଙ୍କ ଝପିର ବାଲା ଜାଗା ନୁହେଁ ।


Share It

Comments are closed.