ଟିପିଡବ୍ଲୁଓଡିଏଲର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା


ବୁର୍ଲା, 22.04.2021: ଶ୍ରୀ ପ୍ରବୀଣ କୁମାର ବର୍ମା ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗତ 19 ଏପ୍ରିଲ୍ 2024 (ଶୁକ୍ରବାର) ଦିନ ନୂତନ ରୂପରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବର୍ମାଙ୍କ ପାଖରେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରାୟ ଅଢେଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଅଛି ।

ଟିପିଡବ୍ଲୁଓଡିଏଲରେ ଯୋଗ ଦେବା ପୂର୍ବରୁ, ଶ୍ରୀ ବର୍ମା 2020 ରୁ 2023 ମସିହା ପର୍ଯ୍ୟନ୍ତ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ବ୍ୟବସାୟ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟରତ ରହିଥିଲେ । ସେହିପରି ସେ ମଧ୍ୟ ସ୍ୱଳ୍ପ ସମୟ ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPNODL) ରେ ସେହି ପଦବୀରେ କାର୍ଯ୍ୟ କରିଥିଲେ । ଶ୍ରୀ ବର୍ମା ଗତ 2004 ମସିହା ଠାରୁ ଟାଟା ପାୱାର୍ ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି ।

ଶ୍ରୀ ବର୍ମାଙ୍କ ନିଯୁକ୍ତିକୁ ଅଭିନନ୍ଦନ ଜଣାଇ ଟାଟା ପାୱାରର ସଭାପତି (ଟି.ଆଣ୍ଡ.ଡି) ଶ୍ରୀ ସଞ୍ଜୟ ବାଙ୍ଗା କହିଛନ୍ତି ଯେ, “ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରବୀଣ ଜଣେ ଦକ୍ଷ ବ୍ୟକ୍ତି । ଯାହା ତାଙ୍କ ପୂର୍ବ ଟ୍ରାକ୍ ରେକର୍ଡରୁ ପ୍ରମାଣିତ ହେଉଅଛି । ତେଣୁ ମୁଁ ନିଶ୍ଚିତ ଯେ, ତାଙ୍କ ନେତୃତ୍ୱରେ ଟିପିଡବ୍ଲୁଓଡିଏଲ୍ ସଫଳତାର ଏକ ନୂତନ ପାହାଚ ଚଢିବ ।”

ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ତାଙ୍କର ନୂତନ ଭୂମିକା ବିଷୟରେ ଶ୍ରୀ ପ୍ରବୀଣ କୁମାର ବର୍ମା କହନ୍ତି ଯେ “ଟିପିଡବ୍ଲୁଓଡିଏଲରେ ଯୋଗଦାନ କରି ମୁଁ ଗୌରବାନ୍ୱିତ ଏବଂ ମୋତେ ସିଇଓ ଭାବରେ ନିଯୁକ୍ତ କରିଥିବାରୁ ମୁଁ କମ୍ପାନୀର ବୋର୍ଡକୁ ଧନ୍ୟବାଦ ଦେଉଛି । ଟିପିଡବ୍ଲୁଓଡିଏଲ ପଶ୍ଚିମ ଓଡ଼ିଶାରେ ନିଜର ଯାତ୍ରା ଆରମ୍ଭରୁ ଅନେକ ସଫଳତା ସାଉଣ୍ଟିଛି ଏବଂ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ପ୍ରାୟ ପ୍ରତ୍ୟେକଟି କ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିଛି । ତେଣୁ ଟିପିଡବ୍ଲୁଓଡିଏଲର ସଫଳତାର ଯାତ୍ରାରେ, ପ୍ରତ୍ୟେକ କର୍ମଚାରୀଙ୍କ ସହଯୋଗରେ ମୁଁ ଆହୁରି କିଛି ନୂଆ ଫର୍ଦ୍ଦ ଯୋଡି ପାରିବି ବୋଲି ଆଶା କରୁଛି ।”


Share It

Comments are closed.