ଦେଶର ସାମରିକ ବିଭାଗରେ ନିଯୁକ୍ତି ପାଇବେ ୫୪,୯୫୩ ଯବାନ


ଭାରତୀୟ ସୈନ୍ୟରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବୃହତ୍ତ ଅଭିଯାନ ଆରମ୍ଭ ହୋଇଛି । ସରକାର ସି.ଆର.ପି.ଏଫ, ବି.ଏସ.ଏଫ ଏବଂ ଆଇ.ଟି.ବି.ପି ଓ ଅନ୍ୟାନ୍ୟ ସାମରିକ ବିଭାଗରେ ପ୍ରାୟ ୫୪ ହଜାରରୁ ଉର୍ଦ୍ଧ ଯବାନଙ୍କୁ ଭର୍ତ୍ତି କରାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ୫୪,୯୫୩ ଭାରତୀୟଙ୍କୁ ସାମରିକ ବିଭାଗରେ ଭର୍ତ୍ତି କରାଇବା ପାଇଁ କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୨୧୫୬୬ ପଦ କେବଳ ଦେଶବ ସବୁଠାରୁ ଅର୍ଦ୍ଧ ସାମାରିକ ଦଳ ସିଆରପିଏଫରେ କନେଷ୍ଟବଳ ( ଜେନେରାଲ ଡିୟୁଟି) ପାଇଁ ରହିଛି ।
ସେଥିମଧ୍ୟରୁ ପୁରୁଷଙ୍କ ପାଇଁ ୪୭,୩୦୭ଟି ପଦ ଖାଲି ରହିଥିବାବେଳେ ମହିଳାଙ୍କ ପାଇଁ ୭୬୪୬ଟି ପଦ ଖାଲି ରହିଛି । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ରୀୟ ସୈନ୍ୟ ପୋଲିସ ଏବଂ କେନ୍ଦ୍ରୀୟ ପୋଲିସ ସଙ୍ଗଠନ ନିଜର ସଂଖ୍ୟାରେ ବିସ୍ତାର କରିବା ପାଇଁ ଏପରି ନିର୍ଣ୍ଣୟ ନେଇଛନ୍ତି । ଏହା ପାଇଁ ନୂତନ ବାଲେଟିଏନ ମଧ୍ୟ ପ୍ରସ୍ତୁତ କରାଯିବ । କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ସରକାରଙ୍କ ପକ୍ଷରୁ ଏହି ବିଜ୍ଞାପନ ପ୍ରକାଶ ପାଇଛି ।

ଆବିଦେନ ତାରିଖ
ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ଅଗଷ୍ଟ ଅଟେ । ଆବେଦନକାରୀଙ୍କ ବୟସ ୧୮ରୁ ୨୩ ବର୍ଷ ହୋଇଥିବା । ଆବେଦନକୀର ୧୦ ପାସ ହୋଇଥିବା ଦରକାର । ଏସଏସସିର ବିଜ୍ଞାପନ ଅନୁଯାଇ ଏମାନଙ୍କର ଦରମା ୨୧,୭୦୦ରୁ ୬୯,୧୦୦ ମ୍ୟାଟ୍ରିକ୍ସ ଭିତରେ ରହିବ । ଏହି ପରୀକ୍ଷା ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଶାରୀରିକ ଯୋଗ୍ୟତା ପରୀକ୍ଷା ଏବଂ ମେଡିକାଲ ଯାଞ୍ଚ ହେବ ।
.

ଆଶୀୟୀ ପ୍ରର୍ଥୀ ମାନେ ଜୁଲାଇ ୨୪ରୁ http://ssc.nic.in ସାଇଟକୁ ଯାଇ ଆବେଦନ କରିପାରିବେ ।


Share It

Comments are closed.