ଦିଶାଙ୍କ ଜନ୍ମଦିନରେ ବାନିଆନ ପିନ୍ଧି ପହଞ୍ଚିଲେ ଟାଇଗର


ବଲିଉଡ ସବୁଠାରୁ ହଟ ଏବଂ ସେକ୍ସି ଅଭିନେତ୍ରୀ ଦିଶା ପଠାନି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଥିବାବେଳେ ଗତ କାଲି ତାଙ୍କର ୨୭ତମ ଜନ୍ମଦିନ ଥିଲା । ପରିବାର ଲୋକଙ୍କଠୁ ଆରମ୍ଭ କରି ସାଙ୍ଗମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଶାଙ୍କର ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ ତାଙ୍କ ବୟଫ୍ରେଣ୍ଡ ଟାଇଗର ସର୍ଫଙ୍କୁ ମଧ୍ୟ ଏହି ପାର୍ଟିରେ ଦେଖିବାକୁ ମିଳିଥିଲା । ଜନ୍ମଦିନ ଅବସରରେ ଦିଶା ତାଙ୍କ ସେକ୍ସି ଲୁକକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଅନ୍ୟପଟେ ଏହି ପାର୍ଟିରେ ସାମିଲ ହୋଇଥିବା ଟାଇଗରଙ୍କ ଲୁକକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଦିଶାଙ୍କ ଜନ୍ମ ଦିନ ଅବସରରେ ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଟାଇଗରଙ୍କୁ ଦେଖି ଲାଗୁଥିଲା ସେ କୌଣସି ଜନ୍ମଦିନ ପାର୍ଟିକୁ ନୁହେଁ ବରଂ କୌଣସି ଜିମ କିମ୍ବା ଫିଟନେସ ୱାର୍କସପକୁ ଆସିଥିବା ଭଳି । ଟାଇଗର ଏହି ପାର୍ଟିରେ ଜିମ ଲୁକରେ ଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉକି, ଦିଶାଙ୍କ ଜନ୍ମଦିନ ଅବସରରେ ଟାଇଗର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ତାଙ୍କୁ ଅଭିନନ୍ଦନ ଅଭିନନ୍ଦନ ଜଣାଇଥିଲେ । ଟାଇଗର, ଦିଶାଙ୍କ ଜନ୍ମଦିନ ଅବସରରେ ତିନି ବର୍ଷ ତଳର ଏକ ପୁରୁଣା ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଉଭୟ ବ୍ରେକଅଫ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ସେୟାର କରି ଟାଇଗର କ୍ୟାପସନରେ ‘ହାପି ବାର୍ଥ ଡେ’ କହି ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।


Share It

Comments are closed.