୧୮୦୦୦ ଫୁଟ ଉଦ୍ଧ୍ୱର୍ରେ ଯୋଗ ଅଭ୍ୟାସ କରୁଥିବାର ନଜର ଆସିଲେ ଭାରତୀୟ ସୈନ୍ୟ


୨୧ ଜୁନରେ ଆନ୍ତର୍ଜାତିକ ଯୋଗ ଦିବସ ଥିବାବେଳେ ଏହି ଦିବସକୁ ନେଇ ଭାରତର ସବୁ ଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କେବଳ ଗଳି କନ୍ଦି କିମ୍ବା ଶିକ୍ଷାନୁଷ୍ଠାନ ନୁହେଁ ସୀମାରେ ମଧ୍ୟ ଏହି ଦିବସକୁ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । ପ୍ରକାଶ ଥାଉକି ତିବତ ସୀମାରେ ପ୍ରଚଣ୍ଡ ଥଣ୍ଡା ସତ୍ତେ୍ୱ ମଧ୍ୟ ସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାରଣ ଲାଦାକ ସୀମାରେ ଯୋଗ ଦିବସ ଅବସରରେ ସେନା ପକ୍ଷରୁ ଯୋଗ ପାଇଁ ପ୍ରଶିକ୍ଷଣ ପ୍ରସ୍ତୁତି ଖୁବ ଜୋରଦାର ଚାଲିଛି । ଏହାର ଏକ ଭିଡିଓ ବର୍ତ୍ତମାନ ସମନାକୁ ଆସିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ୧୮୦୦୦ ଫୁଟ ଉଦ୍ଧ୍ୱର୍ ଭାରତୀୟ ସୈନ୍ୟମାନଙ୍କର ଏହି ଯୋଗ ଅଭ୍ୟାସ ତାଙ୍କର ଧର୍ଯ୍ୟ ଏବଂ ସହନଶୀଳତାକୁ ପରିପ୍ରକାଶ କରୁଛି ।

ପ୍ରକାଶ ଥାଉକି, ସିଆଚୀନରେ ପ୍ରଚଣ୍ଡ ଥଣ୍ଡା ଏବଂ ଅକ୍ସିଜେନ ଅଭାବ ସତ୍ତେ୍ୱ ତାଙ୍କର ଭାରତୀୟ ସୈନ୍ୟଙ୍କର ଏହି ସହନଶୀଳତା ଏବଂ ଧର୍ଯ୍ୟ ଶକ୍ତିକୁ ଦେଖିଲେ ପ୍ରକୃତରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି ।


Share It

Comments are closed.