କରୋନାରେ ଆକ୍ରାନ୍ତ ହେଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବୀ


ସାଉଥ୍ ଫିଲ୍ମ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ କରୋନା। ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଚିରଞ୍ଜୀବୀ ନିଜେ ଟ୍ୱିଟ୍ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହା ସହିତ ଅଭିନେତା ଗତ ପାଞ୍ଚ ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଚିରଞ୍ଜୀବୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ସେ ପ୍ରୋଟୋକଲ୍ ଅଧୀନରେ କରୋନା ଟେଷ୍ଟ କରିଥିଲେ। ଯେଉଁଥିରେ ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ମାତ୍ର ତାଙ୍କର କୌଣସି ଲକ୍ଷଣ ନଥିଲା। କିନ୍ତୁ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି। ଏବେ ସେ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ‌ କରିଛନ୍ତି । ଚିରଞ୍ଜୀବୀଙ୍କ ଏହି ଟୁଇଟ୍ ପରେ ପ୍ରଶଂସକମାନେ ତାଙ୍କୁ ଟ୍ୱିଟରରେ ମେସେଜ୍‌ କରିବାରେ ଲାଗିଛନ୍ତି। ଶୀଘ୍ର ଠିକ୍‌ ହୋଇଯିବା ପାଇଁ ସମସ୍ତେ ‘ଆନ୍ନା’ (ବଡ ଭାଇ)ଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କୁ ନିଜର ଯତ୍ନ ନେବା ପାଇଁ କହିଛନ୍ତି। କିଛି ଦିନ ତଳେ ଅଭିନେତା ଚିରଞ୍ଜୀବୀ ଏବଂ ନାଗାର୍ଜୁନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ହାଇଦ୍ରାବାଦ ବନ୍ୟା ପାଇଁ ସେ ସିଏମ ରିଲିଫ ପାଣ୍ଠିକୁ ଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉଭୟ ଅଭିନେତାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି।


Share It

Comments are closed.