ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବନ୍ଦ ହେବ ୧୦୦୦ କ୍ଷୁଦ୍ର ଶିଳ୍ପ


ଭୁବନେଶ୍ୱର: ଏହା ଆମ୍ଭମାନଙ୍କ ପାଇଁ ଏକ ଗର୍ବର ବିଷୟ ଯେ, ଦେଶର ବିକାଶର (MSEs) ଏକ ପ୍ରମୁଖ ଭୂମିକା ନେଇଅଛି, ଯାହାକି ବିଭିନ୍ନ ସମୟରେ ଥିବା ସରକାର ଏକମତ ହୋଇଛନ୍ତି । ଏହି ସାମଗ୍ରିକ ବିକାଶର ଯାତ୍ରାରେ (MSEs)ର ସୁବ୍ୟବସ୍ଥିତ ଜୈବ ପ୍ରଣାଳୀରେ ବଜାର ଏକ ପ୍ରଧାନ ମାଧ୍ୟମ ହୋଇଛି ।
ତା ୩୦-୦୫-୨୦୨୦ରିଖର ୧୪ ତମ କ୍ୟାବିନେଟର ବିଜ୍ଞ ବିଚାର ବିମର୍ଷ ପରେ ସରକାର ରାଜ୍ୟର MSEs ଗୁଡ଼ିକୁ ସୁରକ୍ଷା ଦେବାର ଆବଶ୍ୟକତାକୁ ହୃଦୟଙ୍ଗମ କଲେ, ଯାହାକି ଏକ ଦୁର୍ବଳ ବଜାର ବ୍ୟବସ୍ଥାର ସମ୍ମୁଖୀନ ଥିଲା । ଏଥିରେ ସୁଧାର ଆଣିବାକୁ ସ୍ଥାନୀୟ “MSEs” ଅଣୁ ଓ କ୍ଷୁଦ୍ରଶିଳ୍ପ ଗୁଡ଼ିକ ଯୋଗାଉଥିବା ଦ୍ରବ୍ୟ ଓ ସେବାଗୁଡ଼ିକୁ ଉତମ ଧାରାରେ ସମାନ ଭାବେ ସଂଗ୍ରହ କରାଯିବ । କ୍ୟାବିନେଟର ଏହି ବିଜ୍ଞ ବିଚାର “ସର୍ବେ ଭବନ୍ତୁ ସୁଖିନଃ” ଉପରେ ପର୍ଯ୍ୟବେଶିତ ଅଟେ ।
MSEs ଗୁଡ଼ିକର ଦ୍ରବ୍ୟକୁ କିଣାବିକାରେ ସାହାର୍ଯ୍ୟ କରିବାକୁ ପ୍ରାୟ ୫୦ ବର୍ଷ ପୂର୍ବେ “Directorate Of Export Promotion and Marketing” ନିର୍ଦ୍ଦେଶାଳୟ ଗଠନ ହୋଇଥିଲା ଯାହାଦ୍ୱାରା MSEs ଗୁଡ଼ିକର ନିବନ୍ଧନ ହେବା ସହିତ ସେଗୁଡ଼ିକର ଉତ୍ପାଦିଦ ଦ୍ରବ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାରଙ୍କ ପାଇଁ ଏକ ନୀତି ପ୍ରଚଳନ କଲେ ଯାହାକି “ଦର ଚୁକ୍ତି ବ୍ୟବସ୍ଥା”(Rate Contact) ଅଟେ । ସେବେଠାରୁ ଦ୍ରବ୍ୟ ଓ ସେବାଗୁଡ଼ିକ ସଂଗ୍ରହ କରିବା ପାଇଁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇଛି ଯାହାକି OGFR ରେ ଏକ ସଂଗ୍ରହ ବ୍ୟବସ୍ଥା ରୂପେ MSEs ଅଧିକାଂଶ ଗୁଡ଼ିକ ପାଇଁ ଲାଭପ୍ରଦ ହୋଇଛି । MSEs ଗୁଡ଼ିକ ପଞ୍ଜିକରଣ ପାଇଁ ସ୍ଥିରୀକୃତ କଠୋର ବ୍ୟବସ୍ଥା ଦ୍ୱାରା କାରଖାନା, ଯନ୍ତ୍ରାଂଶ, କଂଚାମାଲ, ଏପରିକି ଉତ୍ପାଦିତ ବ୍ରବ୍ୟକୁ ବିଭିନ୍ନ ସ୍ତରରେ ପାରଦର୍ଶୀ ପ୍ରାଧିକାରୀଙ୍କ ଯାଂଚ କରାଯାଏ । ସ୍ୱୀକୃତୀପ୍ରାପ୍ତ MSEs ଗୁଡ଼ିକ ଦ୍ୱାରା ବ୍ରଦ୍ୟ ଗୁଡ଼ିକର ଦରକୁ ନେଇ ଦିଆଯାଇଥିବା ସର୍ବନିମ୍ନ ମୂଲ୍ୟକୁ ସ୍ଥିର କରାଯାଏ ।

ସ୍ଥାନୀୟ ବଜାରଦର ସହିତ ବିଶ୍ଲେଷଣ କରି ନିର୍ଦ୍ଦେଶାଳୟ ଦ୍ୱାରା ମୂଲ୍ୟ ସ୍ଥିର କରାଯାଏ । ଏହି ଚୂଡ଼୍‌ାନ୍ତ ମୂଲ୍ୟକୁ ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟରେ ଥିବା ସ୍ଥାନୀୟ MSEs ଗୁଡ଼ିକ ସମ୍ବନ୍ଧିତ ସରକାରୀ ବିଭାଗ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଦ୍ରବ୍ୟ ସଂଗ୍ରହକୁ ସୁନିଶ୍ଚିତ କରିବା ପାଇଁ ଅନୁବନ୍ଧିତ କରିଥାନ୍ତି, ଯାହାକି ଉପଯୁକ୍ତ ମାନର ସମୁଦାୟ ଯୋଗାଣକୁ ସୁନିଶ୍ଚିତ କରିଥାଏ । ଦ୍ରବ୍ୟ ଗୁଡ଼ିକର ଗୁଣବତାକୁ ଏକ ଧାର୍ଯ୍ୟ ନିୟମରେ ସୁନିଶ୍ଚିତ କରିବା ପାଇଁ ଯୋଗାଣ ପୂର୍ବ ଓ ପର ଯାଂଚ କରାଯାଇଥାଏ, ଯାହାକି ଜାତୀୟମାନଙ୍କ BIS/IP ଇତ୍ୟାଦି ଦ୍ୱାରା ସ୍ଥିରୀକୃତ ହୋଇଥାଏ ଏବଂ ଦ୍ରବ୍ୟର ମୂଲ୍ୟ ଅତି କମରେ ୧ ବର୍ଷ ପାଇଁ ବୈଧ ରହେ । ଅଧିକ ଦ୍ରବ୍ୟ ସଂଗ୍ରହ କରିବାକୁ ହେଲେ ସମ ବଂଟନ ବ୍ୟବସ୍ଥା ଦ୍ୱାରା ରାଜ୍ୟର ପଛୁଆ ଜିଲ୍ଲା ଗୁଡ଼ିକରେ ସଂସ୍ଥା ଗୁଡ଼ିକୁ ସମାନ ସୁଯୋଗ ଦିଆଯାଇ ସେମାନଙ୍କର ଅଭିବୃଦ୍ଧି ଓ ବିକାଶକୁ ଗୁରୁତ୍ୱ ଦିଆଯାଏ । ଦୁର୍ଭାଗ୍ୟ ବଶତଃ ଏବେ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ ସରକାରୀ “e-Market” ବ୍ୟବସ୍ଥା ଦ୍ୱାରା ଦ୍ରବ୍ୟଗୁଡ଼ିକୁ ସଂଗ୍ରହ କରାଯିବ, ଯାହାକି ପ୍ରସ୍ତାବିତ ସଂଶୋଧନ ଚିଠା OGFR ଏବଂ ରାଜ୍ୟ ଅର୍ଥ ବିଭାଗର ଏବେକାର ଆଦେଶପତ୍ର ନଂ- ୨୭୯୨୮ ତା.୧୬-୧୦-୨୦ରେ ସୂଚୀତ କରାଯାଇଛି । GeM ମାଧ୍ୟମରେ ସଂଗ୍ରହ କରିବାର ଅନେକ ଅସୁବିଧା ରହିଛି, ଯାହାକି ଯୋଗାଣରେ ବାଧାହେବା ସହ ମାନରେ ସାଲିସ କରିବାକୁ ହେବ କାରଣ ବର୍ତମାନର ଯୋଗାଣ ପୂର୍ବ ଓ ପରେ ଥିବା ବାଧ୍ୟତାବୂଳକ ଯାଂଚ ପ୍ରକ୍ରିୟା ଏହି ବ୍ୟବସ୍ଥାରେ ନାହିଁ । ଏହାଛଡ଼ା ଆମ ରାଜ୍ୟର MSEs ଗୁଡ଼ିକର ଭୌଗୋଳିକ ଅବସ୍ଥିତ ଓ ସଠିକ ପ୍ରୋତ୍ସାହନର ଅଭାବ ସେମାନଙ୍କ ପାଇଁ ପଡୋଶୀ ବିକଶିତ ରାଜ୍ୟଗୁଡ଼ିକର MSEs ସହିତ ଚPan India ପ୍ୟାନ ଇଣ୍ଡିଆ ପ୍ରତିଯୋଗୀତା ପାଇଁ ବୃହତ ପ୍ରତିକୂଳ ହୋଇଛି । ଅନେକ ଗୁଡ଼ିଏ ଶିଳ୍ପ କୌଶଳରେ ତୃଟି ହେତୁ ଜେମ GeM ରେ ଭାଗନେବା ପାଇଁ ଆମ ରାଜ୍ୟର MSEs ଗୁଡ଼ିକ OEM ପଂଞ୍ଜୀକୃତ ହୋଇନପାରି ଉତ୍ପାଦନକାରୀଙ୍କ ପାଇଁ ଥିବା ଅନେକ ସୁଯୋଗରୁ ବଂଚିତ ହେଉଛନ୍ତି । ONLINE ରେ ମୂଲ୍ୟ ନ୍‌ିରୂପଣ କରିବା , ଦେୟ ଦେବା ଓ ଉତ୍ପାଦିତ ଦ୍ରବ୍ୟ ପାଇଁ “ବ୍ୟବସାୟ ପ୍ରତୀକ” (Trademark) ପାଇବା ପାଇଁ ଥିବା ବ୍ୟବସ୍ଥା ଦ୍ୱାରା ପ୍ରାୟ ୧ ବର୍ଷ ସମୟ ଲାଗିଥାଏ । ପ୍ରଚଳିତ DEPM ଦରଚୁକ୍ତି ବ୍ୟବସ୍ଥା ସହ ତୁଳନା କରି ଦେଖାଯାଇଛି ଯେ ସରକାର GeM ମାଧ୍ୟମରେ ଦ୍ରବ୍ୟଗୁଡ଼ିକ ତୁଳନାତ୍ମକ ଭାବରେ ଗୁଣବତା ହ୍ରାସ ପାଇବ । GeM ଦ୍ୱାରା ପ୍ରଚଳିତ ପରିବର୍ତନଶୀଳ ମୂଲ୍ୟସୂଚୀ ଥିବାବେଳେ ‘ଦରଚୁକ୍ତି” ବ୍ୟବସ୍ଥାରେ ଅତିକମରେ ୧ ବର୍ଷ ପାଇଁ ମୂଲ୍ୟ ସ୍ଥିର ରହିଥାଏ । ମୋଟାମୋଟି ଭାବେ GeM ମାଧ୍ୟମରେ ସଂଗ୍ରହ ବ୍ୟବସ୍ଥା ହେଲେ ରାଜ୍ୟର MSEs ଗୁଡ଼ିକର ଯୋଗାଣ ଶୃଙ୍ଖଳ ବିଚ୍ଛିନ୍ନ ହେବ ଯାହାକି Covid-19 ଭଳି ଘଡ଼ିସନ୍ଧି ସମୟରେ ଭାଗିଦାରୀ ମାନଙ୍କୁ ବିଶ୍ୱାସକୁ ନନେଇ ଅନ୍ୟାୟ ନିଷ୍ପତି ନେଇ ପୂର୍ବ ପ୍ରଚଳିତ ବ୍ୟବସ୍ଥାରେ ବୃହତର ପରିବର୍ତିତନ କରିବା ଆମକୁ ଶକ୍ତ ଆଘାତ ଦେଇଛି । ବର୍ତମାନର ବିତରଣ ବ୍ୟବସ୍ଥା ଓ ଆମର ଅନୁଭୂତି ସହ ଏସବୁକୁ ଦେଖି ରାଜ୍ୟ MSEs ଗୁଡ଼ିକ ସରକାରଙ୍କ ପାଖରେ ଦାବି କରୁଛୁ ଯେ ଯେତେବେଳେ IPR ଅଦେଶରେ ନିୟମ କରାଯାଇଛି, ସେତେବେଳେ ଆମକୁ ତୃତୀୟ ପକ୍ଷ ଭାବେ ସଂପୃକ୍ତ କରି ପୂର୍ବ ସମୟରୁ ପରୀକ୍ଷିତ ଓ ପ୍ରଚଳିତ ଥିବା ଦର ଚୁକ୍ତି (Rate Contact) ଦ୍ୱାରା ସଂଗ୍ରହ ବ୍ୟବସ୍ଥାକୁ ଚାଲୁ ରଖାଯାଉ । ଏହାଦ୍ୱାରା ରାଜ୍ୟ ପାଇଁ ଉଭୟ ସଂପଦ ଓ ସମ୍ବଳର ଅଭିବୃଦ୍ଧି ହେବ । ଯାହାକି ଅନ୍ୟ କୌଣସି ସେକ୍ଟର ଦ୍ୱାରା ସମ୍ଭବ ନୁହେଁ । ଏଣୁ ସରକାର ଏ କପଟତାରୁ ଦୂରେଇ ରହି MSEs ଗୁଡ଼ିକର ବିକାଶକୁ ସୁନିଶ୍ଚିତ କରି ନ୍ୟାୟ କଲେ “Make In India” ବାସ୍ତବ ରୂପ ନେବ ।
ଏଠାରେ ଉଲ୍ଲେଖ କରାଯାଏ କି ହଜାର ହଜାର MSEs ସଂସ୍ଥାଦ୍ୱାରା କେବଳ ୮୮ଟି ଦ୍ରବ୍ୟ ଉତ୍ପାଦିତ ହୋଇଥାଏ ଓ ଏଗୁଡ଼ିକର ହାରାହାରି ମୂଲ୍ୟ ପାଖାପାଖି ତିନିଶହ କୋଟି (300 Crore) ଅଟେ । ଏକ ଅନୁକୂଳ ବ୍ୟବସ୍ଥା ରାଜ୍ୟରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ତ୍ୱରାନ୍ୱିତ କରିବ, ଅନ୍ୟଥା ଶିଳ୍ପ ଉଦ୍ୟେଗୀମାନଙ୍କ ପାଇଁ “ମୃତ୍ୟୁର ଘଂଟି” ହେବ । ଏଣୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁ ଯେ ଅଧିକ ବିଳମ୍ବ ନ କରି MSEs ଗୁଡ଼ିକ ପାଇଁ ଯତ୍ନବାନ ହୋଇ ସୁବ୍ୟବସ୍ଥା କରନ୍ତୁ ।
ଏହି ଘଡ଼ିସଂନ୍ଧି ସମୟରେ ଆମର ଜୀବନ ଜିବିକାର ନ୍ୟାୟ ସଙ୍ଗତ ଦାବି ଗୁଡ଼ିକୁ ଉପଯୁକ୍ତ ଭାବେ ସମାଧାନ କରାନଗଲେ ଏହାକୁ ଏକ (SOS) ବା ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ବିଜ୍ଞପ୍ତି ରୂପେ ଜଣାଗଲା ।


Share It

Comments are closed.