କୋଭିଡ୍‌-୧୯ ସମୟରେ ‘କ୍ଲେଫ୍ଟ’ ରୋଗୀଙ୍କ ପ୍ରତି ସହାୟତାର ହାତ ବଢ଼ାଇଛି ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ


ଭୁବନେଶ୍ୱର: ବର୍ତମାନର କୋଭିଡ-୧୯ ଲକଡାଉନ ସମୟରେ ସରକାରଙ୍କ ଗାଇଡ୍‌ଲାଇନ୍ ଯୋଗୁଁ ଓପିଡି ଓ ନିୟମିତ ହସ୍ପିଟାଲ ସେବାଗୁଡିକ ଠପ୍ ରହିଥିବା ହେତୁ ଅଣ-କୋଭିଡ୍ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ଏନ୍‌ଜିଓ ସ୍ମାଇଲ ଟ୍ରେନ୍ ଇଣ୍ଡିଆର ଟୋଲ୍ ଫ୍ରି ନ୍ୟାସ୍‌ନାଲ କ୍ଲେଫ୍ଟ ହେଲ୍ପଲାଇନ୍ – ୧୮୦୦ ୧୦୩ ୮୩୦୧ –ଏକ ଆଶୀର୍ବାଦ ରୂପେ ପ୍ରମାଣିତ ହୋଇଛି । ଏହି କ୍ଲେଫ୍ଟ ହେଲ୍ପଲାଇନ୍ ଲକ୍‌ଡାଉନ୍ ସମୟରେ ପିତାମାତାଙ୍କର ପ୍ରଶ୍ନଗୁଡିକର ଉତର ଦେବା ପାଇଁ ଏକ ସପୋର୍ଟ ସିଷ୍ଟମରେ ପରିଣତ ହୋଇଥିଲା । ଏହି ପ୍ରଶ୍ନଗୁଡିକ ମଧ୍ୟରେ କଟା ଓଠ ଓ ପାଟିର ଉପର ଭାଗ ସହିତ ଜଣେ ନବଜାତଙ୍କୁ କିଭଳି ଖାଦ୍ୟ ଖୁଆଯାଇପାରିବ, ସେମାନେ କେବେ ନିଜ ଶିଶୁଙ୍କ ପାଇଁ ମାଗଣା କ୍ଲେଫ୍ଟ(ଗ୍ରହଣ ଖଣ୍ଡିଆ) ଚିକିତ୍ସା ପାଇବାକୁ ସକ୍ଷମ ହୋଇପାରିବେ ଭଳି ଅନେକ ପ୍ରଶ୍ନ ସାମିଲ ରହିଛି, ଯେବେକି ଲକ୍‌ଡାଉନ୍ ସମୟରେ ଏଭଳି ୩୦୦ଟି କଲ୍ ଗ୍ରହଣ କରାଯାଇଛି ।
କ୍ଲେଫ୍ଟ ବା କଟା ଓଠ ଓ ପାଟିର ଉପର ଭାଗ, ଯାହାକି ଜନ୍ମଜାତ ଅସ୍ୱଭାବିକ ସ୍ଥିତି ଅଟେ, ତାହାକୁ ସମ୍ପୂର୍ଣ୍ଣ ରୂପେ ଠିକ୍ କରାଯାଇପାରିବ କିନ୍ତୁ ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ପିଲାମାନଙ୍କର ସଠିକ୍ ସମୟରେ ଚିକିତ୍ସା କରାଇବା ଜରୁରୀ ହୋଇଇାଏ । ବିଳମ୍ବରେ ଚିକିତ୍ସା କରାଗଲେ ତାହା କ୍ଲେଫ୍ଟ ରୋଗୀଙ୍କ ପାଇଁ ସାମାଜିକ ଅପବାଦ ଓ ବିଚ୍ଛିନ୍ନତା ବ୍ୟତୀତ କଥା କହିବା ଓ ଶୁଣିବାରେ ସମସ୍ୟା ସୃଷ୍ଟି କରିପାରେ । ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ହେଉଛି ଏକ ଏନ୍‌ଜିଓ ଯାହା ସମ୍ପୂର୍ଣ୍ଣ ମାଗଣା କ୍ଲେଫ୍ଟ ଚିକିତ୍ସାକୁ ସମର୍ଥନ କରିଥାଏ । ଗତ ୨୦ ବର୍ଷ ମଧ୍ୟରେ ଏହି ଏନ୍‌ଜିଓ ଦେଶବ୍ୟାପୀ ପିଲାମାନଙ୍କ ପାଇଁ ୬ ଲକ୍ଷରୁ ଅଧିକ ମାଗଣା ସର୍ଜରୀକୁ ସମର୍ଥନ କରିଛି । ସ୍ମାଇଲ ଟ୍ରେନ୍ ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ବେଲପାହାଡରେ ସହଯୋଗୀ ହସ୍ପିଟାଲଗୁଡିକର ୬ଟି ନେଟ୍‌ୱର୍କ ମାଧ୍ୟମରେ ଓଡିଶାରେ ୨୦,୦୦୦ରୁ ଅଧିକ କ୍ଲେଫ୍ଟ ସର୍ଜରୀକୁ ସହାୟତା କରିଛି । ମାଗଣା କ୍ଲେଫ୍ଟ ଚିକିତ୍ସା ପାଇବା ପାଇଁ ଟୋଲ୍ ଫ୍ରି କ୍ଲେଫ୍ଟ ହେଲ୍ପଲାଇନ୍ ନମ୍ବର – ୧୮୦୦ ୧୦୩ ୮୩୦୧ରେ କଲ୍ କରିପାରିବେ ।
ଏହି ପରିସ୍ଥିତି ସମ୍ପର୍କରେ ମତ ରଖି ସ୍ମାଇଲ ଟ୍ରେନ୍‌ର ଉପାଧ୍ୟକ୍ଷା ତଥା ଏସିଆ ପାଇଁ ଆଂଚଳିକ ନିର୍ଦ୍ଦେଶିକା ମମତା କାରୋଲ କହିଛନ୍ତି ଯେ, “ଉଭୟ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ରଖିବା ପାଇଁ ଉନ୍ନତ ସୁରକ୍ଷା ଗାଇଡ୍‌ଲାଇନ୍ ସହିତ ଦେଶବ୍ୟାପୀ ଆମର ସହଯୋଗୀ ହସ୍ପିଟାଲଗୁଡିକ ଏବେ ଧିରେ ଧିରେ କ୍ଲେଫ୍ଟ ସର୍ଜରୀ ପୁଣିଥରେ ଆରମ୍ଭ କରିଦେଇଛନ୍ତି । ବାସ୍ତବରେ ଓଡିଶାରେ ଏଭଳି ସର୍ଜରୀ ଆରମ୍ଭ ମଧ୍ୟ ହୋଇସାରିଛି ଓ ଆମେ କ୍ଲେଫ୍ଟ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସାକୁ ସମର୍ଥନ କରୁଛୁ ।” ସ୍ମାଇଲ ଟ୍ରେନ୍‌ର ସହଯୋଗୀ ସର୍ଜନ ତଥା ଏମ୍ସ ଭୁବନେଶ୍ୱରର ସ୍ମାଇଲ ଟ୍ରେନ୍ ପ୍ରକଳ୍ପ ନିର୍ଦ୍ଦେଶକ ଡଃ ସୁନିଲ ରାଉତ କହିଛନ୍ତି ଯେ, “ସ୍ମାଇଲ ଟ୍ରେନ୍‌ର ସହାୟତାର ଆମେ କଟା ଓଠ ଓ ପାଟି ସହ ଜନ୍ମ ହେଉଥିବା ପିଲାମାନଙ୍କୁ ସେମାନେ ଯେପରି ଏକ ସୁସ୍ଥ ଜୀବନଯାପନ କରିବେ ତାହା ନିଶ୍ଚିତ କରି ସୁରକ୍ଷିତ ଓ ଉଚ୍ଚଗୁଣମାନର ଚିକିତ୍ସା ପ୍ରଦାନ କରିବାକୁ ସକ୍ଷମ ହେଉଛୁ । କ୍ଲେଫ୍ଟର ଚିକିତ୍ସା କରାଯାଇପାରିବ ଏବଂ ଆମେ ଓଡିଶାରେ ଅଧିକରୁ ଅଧିକ ପିଲାମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ ।”


Share It

Comments are closed.