ମାରୁତି ସୁଜୁକି ପକ୍ଷରୁ ‘ମାରୁତି ସୁଜୁକି ରିୱାର୍ଡସ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ବିଶ୍ୱସ୍ତତା କାର୍ଯ୍ୟକ୍ରମ – ମାରୁତି ସୁଜୁକି ରିୱାର୍ଡସ୍ ଶୁଭାରମ୍ଭ କରାଯାଇଛି । ଏହି ପ୍ରଥମ ବିଶ୍ୱସ୍ତତା କାର୍ଯ୍ୟକ୍ରମ ଆରେନା, ନେକ୍ସା ଓ ଟ୍ରୁ ଭାଲ୍ୟୁ ଆଉଟ୍‌ଲେଟ୍‌ର ସମସ୍ତ ପାସେଞ୍ଜର ଭେଇକିଲ୍ ଗ୍ରାହକଙ୍କୁ କଭର୍ କରିବ । ମାରୁତି ସୁଜୁକି ରିୱାର୍ଡସ୍ ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମ ଯାହା ଅତିରିକ୍ତ କାର୍‌, ସେବା, ମାରୁତି ଇନ୍ସ୍ୟୁରାନ୍ସ, ଆକ୍‌ସେସରିଜ୍‌, କଷ୍ଟମର ରେଫେରାଲ ଓ କମ୍ପାନୀ ସହ ବିଭିନ୍ନ ଅନ୍ୟାନ୍ୟ ସହଭାଗୀ ଲାଭର କ୍ରୟ ଉପରେ ଏକ ବିସ୍ତୃତ ରେଞ୍ଜର ସୁବିଧା ସହ ଆସିଥାଏ । ଗ୍ରାହକମାନେ ଏବେ ମାରୁତି ସୁଜୁକି ରିୱାର୍ଡସ୍ ୱେ-ଆପ୍ ସହଯୋଗରେ ଏହି ଡିଜିଟାଲି ସମର୍ଥିକ କାର୍ଡ-ଲେସ୍ କାର୍ଯ୍ୟକ୍ରମର ଅଭିଜ୍ଞତା ପାଇପାରିବେ ଏବଂ ମାରୁତି ସୁଜୁକି ରିୱାର୍ଡ଼ସ ୱେବସାଇଟ୍ ସହ ନିଜର ପ୍ରତ୍ୟେକ ଯୋଗଯୋଗ ଓ ଟ୍ରାଞ୍ଜାକ୍ସନ ସହିତ ବଢୁଥିବା ରିୱାର୍ଡ ପଏଂଟ୍‌ଗୁଡିକୁ ଦେଖିପାରିବେ ।
ଏହି ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ମାରୁତି ସୁଜୁକିର ଏମ୍‌ଡି ଓ ସିଇଓ, କେନିଚି ଆୟୁକାୱା କହିଛନ୍ତିଯେ, “ମାରୁତି ସୁଜୁକି ରିୱାର୍ଡସ୍ ଗ୍ରାହକମାନଙ୍କୁ ଆନନ୍ଦଦାୟକ ସେବା ପ୍ରଦାନ କରିବାରେ ଆମର ପ୍ରତିଶ୍ରୁତିକୁ ଆହୁରି ସୁଦୃଢ କରିଛି । ଏହି ନୂତନ ବିଶ୍ୱସ୍ତତା କାର୍ଯ୍ୟକ୍ରମ ଏହି ଉତ୍ସାହକୁ ଆଗକୁ ବଢାଇବା ସହିତ କିଛି ସର୍ବୋତମ ଲାଭକୁ ଏକତ୍ରୀତ କରିଛି । ଏହା ସଦସ୍ୟମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଲାଭଗୁଡିକୁ ବ୍ୟବହାର କରିବା ପାଇଁ ଏବଂ ସ୍ୱତନ୍ତ୍ର ଓ ଏକ୍ସକ୍ଲୁସିଭ୍ ଲାଭଗୁଡିକର ଫାଇଦା ପାଇବା ପାଇଁ ବିଶ୍ୱସ୍ତତା କାର୍ଯ୍ୟକ୍ରମର ସିଡିରେ ଉପରକୁ ଚଡିବା ପାଇଁ ନମନୀୟତା ପ୍ରଦାନ କରିଥାଏ । ମାରୁତି ସୁଜୁକି ରିୱାର୍ଡ କାର୍ଯ୍ୟକ୍ରମ ଦେଶବ୍ୟାପୀ ସମସ୍ତ ମାରୁତି ସୁଜୁକି ଡିଲର୍‌ସିପ୍‌ରେ ଗ୍ରହଣ କରାଯିବ । ଏହି ରିୱାର୍ଡଗୁଡିକୁ ଗାଡିର ସର୍ଭିସ୍‌, ଆକ୍‌ସେସରିଜ୍ କ୍ରୟ, ଗାଡିର ପାର୍ଟସ, ବର୍ଦ୍ଧିତ ୱାରେଂଟି, ବୀମା କିମ୍ବା ଆମର ଡ୍ରାଇଭିଙ୍ଗ ସ୍କୁଲ୍‌ଗୁଡିକରେ ନାମ ଲେଖାଇବା ପାଇଁ ବ୍ୟବହାର କରାଯାଇପାରିବ ।”
ଏହି କାର୍ଯ୍ୟକ୍ରମ ଅଧୀନରେ, ଗ୍ରାହକମାନଙ୍କୁ ୪ଟି ସ୍ତରରେ ଶ୍ରେଣୀଭୁକ୍ତ କରାଯିବ ଯଥା ମେମ୍ବର, ସିଲ୍‌ଭର, ଗୋଲ୍ଡ ଓ ପ୍ଲାଟିନମ । ସେମାନଙ୍କୁ ବ୍ୟାଜ୍‌, ଏକ ଗେମିଫିକେସନ ଫିଚର ମଧ୍ୟ ପୁରସ୍କାର ଆକାରରେ ପ୍ରଦାନ କରାଯିବ ଯାହାକି ମାରୁତି ସୁଜୁକି ସହ ଗ୍ରାହକଙ୍କ ସଂଯୋଗକୁ ଅଧିକ ଲାଭଦାୟକ କରିବ ଏବଂ ସେମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଅଫର୍‌ଗୁଡିକ ହାସଲ କରିବା ପାଇଁ ଅନ୍‌ଲକ୍‌ର ସୁଯୋଗ ପ୍ରଦାନ କରିବ ।
ଆମେ ଏହି କାର୍ଯ୍ୟକ୍ରମକୁ ଅପ୍‌ଗ୍ରେଡ୍ କରୁଥିବାରୁ, ବର୍ତମାନର ଅଟୋକାର୍ଡ ଓ ମାଇନେକ୍ସା କାର୍ଯ୍ୟକ୍ରମର ସଦସ୍ୟମାନେ ନୂଆ ମାରୁତି ସୁଜୁକି ରିୱାର୍ଡସ୍‌କୁ ସ୍ଥାନାନ୍ତର ହୋଇପାରିବେ । ଏହି ଅପ୍‌ଗ୍ରେଡ୍ ପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଫି’ ଦେବାକୁ ପଡିବ ନାହିଁ ଏବଂ ପୂର୍ବ କାର୍ଯ୍ୟକ୍ରମର ପଏଂଟ୍ ଭ୍ୟାଲୁ ବାଲାନ୍ସକୁ ଆଗକୁ ବଢାଯିବ । ଏହି କାର୍ଯ୍ୟକ୍ରମ କାର୍ଡଲେସ୍ ହୋଇଥିବାବେଳେ ସମସ୍ତ ସୂଚନା ଓ ଟ୍ରାଞ୍ଜାକ୍ସନ ଆଲର୍ଟଗୁଡିକୁ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଡିଜିଟାଲ ଉପାୟରେ ପଠାଯିବ । ମାରୁତି ସୁଜୁକି ରିୱାର୍ଡସ୍‌ରେ ସାମିଲ ହେବା ପାଇଁ ଗ୍ରାହକମାନେ ଙ୍ଗଙ୍ଗଙ୍ଗ.ଜ୍ଞବକ୍ସଙ୍କଗ୍ଧସଗ୍ଦଙ୍କଚ୍ଛଙ୍କଳସ.ମକ୍ଟଜ୍ଞ କିମ୍ବା ଙ୍ଗଙ୍ଗଙ୍ଗ.ଦ୍ଭରଙ୍ଘବରଙ୍ଘକ୍ଟ୍ରରକ୍ସସରଦ୍ଭମର.ମକ୍ଟଜ୍ଞକୁ ଭିଜିଟ୍ କରିପାରିବେ ଓ ନିଜ ବିବରଣୀ ଦେଇପାରିବେ ।


Share It

Comments are closed.