ସାମସଙ୍ଗ ଇଣ୍ଡିଆର ସବୁଠାରୁ ବଡ଼ ପାର୍ବଣ ଅଫର ରିୱାର୍ଡ଼ ଇୟୋରସେଲ୍ଫର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଚଳିତ ପାର୍ବଣକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ‘ରିୱାର୍ଡ଼ ଇୟୋରସେଲ୍ଫ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ‘ରିୱାର୍ଡ଼ ଇୟୋରସେଲ୍ଫ’ ଅଭିଯାନ ସହିତ, ଗ୍ରାହକମାନେ ଏଚଡ଼ିଏଫସି କ୍ରେଡ଼ିଟ କାର୍ଡ଼ ଏବଂ ଡ଼େବିଟ କାର୍ଡ଼ ଏବଂ ଏସବିଆଇ କ୍ରେଡ଼ିଟ କାର୍ଡ଼ ଉପରେ ୧୦% କ୍ୟାଶବ୍ୟାକ ପାଇବା ସହିତ ଆକର୍ଷଣୀୟ ବଣ୍ଡଲ ଅଫର ଏବଂ ସାମସଙ୍ଗର ବିସ୍ତୃତ ସ୍ମାର୍ଟଫୋନ୍ ଶୃଙ୍ଖଳ, ଓୟେରେବୁଲସ ଏବଂ ଟାବଲେଟ ଇତ୍ୟାଦି ପାଇବାର ସୁବିଧା ରହିଛି । ଏହି ପରିପ୍ରେକ୍ଷୀରେ ସାମସଙ୍ଗ ଇଣ୍ଡିଆର ମୋବାଇଲ ବିଜନେସର, ବରିଷ୍ଠ ଉପାଧ୍ୟକ୍ଷ, ଶ୍ରୀ ମୋହନଦୀପ୍ ସିଂ କହିଛନ୍ତି ଯେ, “ପାର୍ବଣ ସମୟରେ ଆମର ଗ୍ରାହକ ମାନଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିବା ପାଇଁ, ଆମ୍ଭେମାନେ ଆମର ଅଫର ଗୁଡ଼ିକରେ କ୍ୟାଶବ୍ୟାକ, ସର୍ବନିମ୍ନ ମାସିକ କିସ୍ତି ଏବଂ ଅନ୍ୟ ଆକର୍ଷଣୀୟ ଯୋଜନାମାନ ନେଇଆସିଛୁ ।”
ସାମସଙ୍ଗର ‘ରିୱାର୍ଡ଼ ଇୟୋରସେଲ୍ଫ’ ଅଭିଯାନ ଅନେକ ଗୁଡ଼ିଏ ସ୍ମାର୍ଟଫୋନ୍‌, ଟାବଲେଟ ଏବଂ ଓୟାରବୁଲସ ଉପରେ ଉପଲବ୍ଧ ଥିବାବେଳେ, ଏହି ପାର୍ବଣ ସମୟରେ ଗାଲାକ୍ସି ଡ଼ିଭାଇସ କ୍ରୟ କରୁଥିବା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ସୁନିଶ୍ଚିତ ପୁରସ୍କାର ନେଇଆସିଛି । ଏହି ଅଫରରେ ୪୯୯୯ ଟଙ୍କାରୁ ୧୦୪୯୯୯ଟଙ୍କା ମଧ୍ୟରେ ରହିଥିବା କେତେକ ବଛାବଛା ସ୍ମାର୍ଟଫୋନ୍‌, ଟାବଲେଟ ଏବଂ ଓୟେରେବୁଲସ ଉପରେ ଏଚଡ଼ିଏଫସି ବ୍ୟାଙ୍କ କାର୍ଡ଼ରେ ୧୦% କ୍ୟାଶବ୍ୟାକ ସୁବିଧା ରହିଛି । ଏହି ଅଫର ଅକ୍ଟୋବର ୧୫ ରୁ ଅକ୍ଟୋବର ୨୭, ୨୦୨୦ ପର୍ଯ୍ୟନ୍ତ ବୈଧ । ୪୯୯୯ଟଙ୍କାରୁ ୪୭୯୯୯ଟଙ୍କାର ସମସ୍ତ ଗାଲାକ୍ସି ସ୍ମାର୍ଟଫୋନ୍ ଏବଂ ବଛାବଛା ଟାବଲେଟ ଏବଂ ଓୟେରବୁଲସରେ ଏସବିଆଇ କ୍ରେଡ଼ିଟ କାର୍ଡ଼ରେ ୧୦% କ୍ୟାଶବ୍ୟାକ ଉପଲବ୍ଧ । ଏହି ଅଫର ଅକ୍ଟୋବର ୨୮ ରୁ ନଭେମ୍ବର ୧୭, ୨୦୨୦ ପର୍ଯ୍ୟନ୍ତ ବୈଧ ।
ଗାଲାକ୍ସି ନୋଟ ୨୦ କ୍ରୟ କରୁଥିବା ଗ୍ରାହକମାନେ ତୁରନ୍ତ ୧୦,୦୦୦ ଟଙ୍କାର କ୍ୟାଶବ୍ୟାକ ପାଇପାରିବେ । ଏହି ଅଫର ଅକ୍ଟୋବର ୧୬ ରୁ ଅକ୍ଟୋବର ୨୫, ୨୦୨୦ ପର୍ଯ୍ୟନ୍ତ ବୈଧ । ଗାଲାକ୍ସି ଏ ସିରିଜ ଏବଂ ସମସ୍ତ ଫ୍ଲାଗସିପ୍ ଡ଼ିଭାଇସ ଉପରେ ଗ୍ରାହକମାନେ ନୋ କଷ୍ଟ୍ ଇଏମଆଇ ସହିତ ଜିରୋ ଡ଼ାଉନପେମେଂଟ ସୁବିଧା ପାଇପାରିବେ । ଗ୍ରାହକମାନେ ୧୩,୦୦୦ ଟଙ୍କା ପର୍ଯ୍ୟନ୍ତର ଅପଗ୍ରେଡ଼ ବୋନସ ପାଇପାରିବା ସହିତ ଚଳିତବର୍ଷ ଅକ୍ଟୋବର ୧୬ ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଗାଲାକ୍ସି ନୋଟ୨୦ ଅଲଟ୍ରା କ୍ରୟରେ ୭୦୦୦ ଟଙ୍କା ମୁଲ୍ୟର ସାମସଙ୍ଗ ଭାଉଚର ପାଇପାରିବେ । ଗ୍ରାହକମାନେ ଏହି ଭଳି ଆହୁରି ଅନେକ ଆକର୍ଷଣୀୟ ଅଫରକୁ ଉପଭୋଗ କରିପାରିବେ । ଏହି ପାର୍ବଣ ଅଫରଗୁଡ଼ିକ ଅଗ୍ରଣୀ ରିଟେଲ ଷ୍ଟୋର ଏବଂ ସାମସଙ୍ଗ ଡ଼ଟ କମରେ କ୍ରୟ ଉପରେ ଉପଲବ୍ଧ ।


Share It

Comments are closed.