ସାମ୍‌ସଙ୍ଗର ଆକର୍ଷଣୀୟ ଫାଇନାନ୍ସ ଅଫର୍‌


ଭୁବନେଶ୍ୱର: ପାର୍ବଣ ଋତୁ ପାଇଁ ଭାରତର ୧୦୦୦ ସହରରେ ଏହାର ପଡୋଶୀ ଖୁଚୁରା ଷ୍ଟୋରଗୁଡିକୁ ପ୍ରସ୍ତୁତ ରଖିବା ସହିତ ପାର୍ବଣ କିଣାକିଣିକୁ ଅଧିକ ସୁବିଧାଜନକ କରିବା ଲାଗି, ସାମ୍‌ସଙ୍ଗ ଏହାର ସମସ୍ତ ରିଟେଲ୍ ଷ୍ଟୋର୍‌ଗୁଡିକ ପାଇଁ ପ୍ରଥମଥର ଅନେକ ଆକର୍ଷଣୀୟ ଋଣ ଅଫର୍ ନେଇଆସିଛି । ନୂଆ ଉପଭୋକ୍ତା ଋଣ ଅଫର୍ ମଧ୍ୟରେ ମାଇଁ ସାମ୍‌ସଙ୍ଗ ମାଇଁ କମ୍ବୋ ସ୍କିମ୍ ଅଧୀନରେ ଏକ ସହଜ ଋଣ ବିକଳ୍ପ ସାମିଲ ରହିଛି ଯାହା ଉପଭୋକ୍ତାଙ୍କୁ ଏକମାତ୍ର ଇଏମ୍‌ଆଇ ଅଧୀନରେ ଏକାଧିକ ସାମ୍‌ସଙ୍ଗ ଉତ୍ପାଦ କ୍ରୟ କରିବା ପାଇଁ ସକ୍ଷମ କରିବ ଏବଂ ଏକାଧିକ ଇଏମ୍‌ଆଇ ପରିଚାଳନା କରିବାର ବାଧା ଦୂର କରିବ । ଏହି ଋଣ ଯୋଜନା ହାସଲ କରୁଥିବା ଉପଭୋକ୍ତା ଦୁଇଟି ଉତ୍ପାଦ ପାଇଁ ସର୍ବନିମ୍ନ ୧୭୯୦ ଟଙ୍କାରୁ ଆରମ୍ଭ ହେଉଥିବା ଇଏମ୍‌ଆଇ, ୩ଟି ଉତ୍ପାଦ ପାଇଁ ୨୪୯୦ ଟଙ୍କାରୁ ଆରମ୍ଭ ହେଉଥିବା ଇଏମ୍‌ଆଇ ଓ ୪ଟି ଉତ୍ପାଦ ପାଇଁ ୩୩୯୦ ଟଙ୍କାର ଇଏମ୍‌ଆଇ ସହିତ ଉତ୍ପାଦ କିଣିପାରିବେ ।
ପାର୍ବଣ ଋତୁ ପାଇଁ ଏହାର ଖୁଚୁରା ଷ୍ଟୋରଗୁଡିକୁ ପ୍ରସ୍ତୁତ କରିବା ଲାଗି କମ୍ପାନୀ ଦେଶବ୍ୟାପୀ ଏହାର କର୍ମଚାରୀମାନଙ୍କ ମଧ୍ୟରୁ ୧୧,୦୦୦ ଜଣଙ୍କୁ ସାମ୍‌ସଙ୍ଗର ଆକର୍ଷଣୀୟ ନୂତନ ରେଞ୍ଜର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ ସହିତ ଆକର୍ଷଣୀୟ ନୂତନ ଋଣ ଯୋଜନାଗୁଡ଼ିକ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଛି । ସାମ୍‌ସଙ୍ଗ ପକ୍ଷରୁ ସାମସଙ୍ଗ ଉତ୍ପାଦ ବିଶେଷତ୍ୱ ପ୍ରସଙ୍ଗରେ ଥିବା ସେମାନଙ୍କର ପ୍ରଶ୍ନଗୁଡିକର ସମାଧାନ ପାଇଁ ଛୋଟ ସହରଗୁଡ଼ିକରେ ୧୨୦୦ରୁ ଅଧିକ ପାର୍ଟନର୍‌ଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଆରମ୍ଭ କରାଯାଇଛି । ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସ୍‌ର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲନ କହିଛନ୍ତି ଯେ, “ଆମେ ନିଶ୍ଚିତ ଯେ, “ଆମର ସ୍ୱତନ୍ତ୍ର ଅଫର୍‌ଗୁଡିକ ଗ୍ରାହକଙ୍କର ଆକାଂକ୍ଷାକୁ ପୂରଣ କରିବା ସହିତ ସେମାନଙ୍କର ଜୀବନକୁ ସମୃଦ୍ଧ କରିବ ଏବଂ ସେମାନଙ୍କର ଘରକୁ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।”
ଉପଭୋକ୍ତାମାନେ ନିର୍ଦ୍ଧିଷ୍ଟ ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ୮କେ ଓ କ୍ୟୁଏଲ୍‌ଇଡି ଟିଭି ଏବଂ ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍ ସହିତ ଗ୍ୟାଲାକ୍ସି ଫୋଲ୍ଡ, ଗ୍ୟାଲାକ୍ସି ଏସ୍‌୨୦ ଅଲ୍‌ଟ୍ରା, ଗ୍ୟାଲାକ୍ସି ନୋଟ୍‌୧୦ ଲାଇଟ୍‌, ଗ୍ୟାଲାକ୍ସି ଏ୩୧ ଓ ଗ୍ୟାଲାକ୍ସି ଏ୨୧ଏସ୍ ମୋବାଇଲ ଭଳି ନିଶ୍ଚିତ ଉପହାର ପାଇପାରିବେ । ଆକର୍ଷଣୀୟ ଉତ୍ପାଦ ଅଫର୍ ଉନ୍ନତ ଋଣ ଯୋଜନା ସହିତ ଜଡିତ ରହିଛି ଯେଉଁଥିରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌, ସର୍ବନିମ୍ନ ୯୯୦ ଟଙ୍କାର ସହଜ ଇଏମ୍‌ଆଇ ଆଦି ସାମିଲ ରହିଛି ଏବଂ ଏହା ନଭେମ୍ବର ୨୦,୨୦୨୦ ପର୍ଯ୍ୟନ୍ତ ବୈଧ ରହିବ ।


Share It

Comments are closed.