ସାମ୍‌ସଙ୍ଗ ପକ୍ଷରୁ ଟିଭି ଓ ଡିଜିଟାଲ ଆପ୍ଲାଏନ୍ସ ଉପରେ ‘ଷ୍ଟେ ହୋମ୍‌, ଷ୍ଟେ ହାପି’ ପ୍ରି-ବୁକ୍ ଅଫର୍


ଭୁବନେଶ୍ୱର: ଭାରତର ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଆଜି ଲକ୍‌ଡାଉନ୍ ପ୍ରତ୍ୟାହାର ହେବାର ତତ୍କାଳ ପରେ ଟିଭି ଓ ଡିଜିଟାଲ ଆପ୍ଲାଏନ୍ସ କିଣିବାକୁ ଯୋଜନା ରଖିଥିବା ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର କଞ୍ଜ୍ୟୁମର ଅଫର୍ ଘୋଷଣା କରାଯାଇଛି । କରୋନା ମହାମାରୀର ସଂକ୍ରମଣ ବିରୋଧରେ ଏକ ସତର୍କତାମୂଳକ ପଦକ୍ଷେପ ଭାବେ ସାମ୍‌ସଙ୍ଗ ଉପଭୋକ୍ତାମାନଙ୍କୁ ଘରୁ ନବାହାରି ଉତ୍ପାଦଗୁଡିକର ପ୍ରି-ବୁକ୍ କରିବାରେ ସହଯୋଗ କରିବା ପାଇଁ ଦେଶବ୍ୟାପୀ ଏହାର ଖୁଚୁରା ଓ ବିତରଣ ଚ୍ୟାନେଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପଭୋକ୍ତାମାନେ ଘରେ ରହି ଅନ୍‌ଲାଇନ୍‌ରେ ସାମ୍‌ସଙ୍ଗ ସପ୍ (https://www.samsung.com/in/offer/online/ce-sale/) ରେ ନିଜର ସାମ୍‌ସଙ୍ଗ ଉତ୍ପାଦ ବୁକ୍ କରିପାରିବେ ଏବଂ ଦେଶର ବିଭିନ୍ନ ଅଂଶରୁ ପ୍ରଶାସନ ଦ୍ୱାରା ଲକ୍‌ଡାଉନ୍ କଟକଣା ପ୍ରତ୍ୟାହାର କରାଯିବାର ତତ୍କାଳ ପରେ ସମସ୍ତ ମାନକ ପରିଚାଳନା ପ୍ରକ୍ରିୟାର ଅନୁସରଣ କରାଯାଇ ନିକଟସ୍ଥ ସାମ୍‌ସଙ୍ଗ ଅଥୋରାଇଜ୍‌ଡ ରିଟେଲର୍‌ଙ୍କ ଦ୍ୱାରା ଉକ୍ତ ଉତ୍ପାଦଗୁଡିକର ଏକ୍ସପ୍ରେସ୍ ଡେଲିଭରି କରାଯିବ ।
ଏହି କାର୍ଯ୍ୟକ୍ରମ ‘ଷ୍ଟେ ହୋମ୍‌, ଷ୍ଟେ ହାପି…..ଲଗ୍ ଇନ୍ ଟୁ ଗ୍ରେଟ୍ ଅଫର୍ସ’ ସାମ୍‌ସଙ୍ଗର ସମସ୍ତ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ – ଟିଭି, ରେଫ୍ରିଜରେଟର୍‌, ଏୟାର କଣ୍ଡିସ୍‌ନର, ୱାଶିଙ୍ଗ୍ ମେସିନ୍ ଓ ସ୍ମାର୍ଟ ଓଭନ୍ ଆଦି ଉପରେ ଲାଗୁ ହେଉଛି । ଉପଭୋକ୍ତାମାନେ ସାମ୍‌ସଙ୍ଗ ସପ୍‌ରେ ଅନ୍‌ଲାଇନ୍‌ରେ ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ସାମ୍‌ସଙ୍ଗ ଉତ୍ପାଦଗୁଡିକର ପ୍ରି-ବୁକ୍ କରିପାରିବେ ଏବଂ ଏକ୍ସପ୍ରେସ୍ ଡେଲିଭରି ବ୍ୟତୀତ ୧୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌, ୧୮ ମାସ ପର୍ଯ୍ୟନ୍ତ ଲଙ୍ଗ୍ ଟର୍ମ ଫାଇନାନ୍ସ ବିକଳ୍ପଗୁଡିକ ସହ ନୋ-କଷ୍ଟ୍ ଇଏମ୍‌ଆଇ ସୁବିଧା ପାଇପାରିବେ ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍‌ଟ୍ରେନିକ୍ସ ବିଜ୍‌ନେସ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ, ରାଜୁ ପୁଲନ କହିଛନ୍ତି, “ଗତ ଏକ ମାସ ମଧ୍ୟରେ ଆମେ ଦେଶବ୍ୟାପୀ ଉପଭୋକ୍ତାମାନଙ୍କଠାରୁ ସେମାନେ କିଭଳି ଆମର ଟିଭି ଓ ଡିଜିଟାଲ ଆପ୍ଲାଏନ୍ସଗୁଡିକ କିଣିପାରିବେ ସେସମ୍ପର୍କରେ ହଜାର ହଜାର ପ୍ରଶ୍ନ ହାସଲ କରିଥିଲୁ । ଆମର ପ୍ରି-ବୁକ୍ ଅଫର୍ ମାଧ୍ୟମରେ ସାମ୍‌ସଙ୍ଗ୍ ସପ୍‌ରେ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ସ୍ୱଭାବିକ ସ୍ଥିତି ନଫେରିବା ପର୍ଯ୍ୟନ୍ତ ସେମାନେ ନିଜ ଘରୁ ନବାହାରି ଲକ୍‌ଡାଉନ୍ କଟକଣା କୋହଳ ହେବା ଉପରେ ସରକାରଙ୍କ ନିୟମ ଅନୁଯାୟୀ ଗ୍ରାହକ ସେମାନଙ୍କର ନିକଟସ୍ଥ ସାମ୍‌ସଙ୍ଗ ଅଥୋରାଇଜ୍‌ଡ ରିଟେଲର୍‌ଠାରୁ ନିଜ ଉତ୍ପାଦର ଦ୍ରୁତତମ ଡେଲିଭରି ପାଇପାରିବେ ।”
ଏହି ଅଫର୍ ସମୟରେ ଉପଭୋକ୍ତାମାନେ ମାର୍‌କ୍ୱି ସାମ୍‌ସଙ୍ଗ ଉତ୍ପାଦ ଯେପରିକି କ୍ୟୁଏଲ୍‌ଇଡି ୮କେ ଟିଭି, କ୍ୟୁଏଲ୍‌ଇଡି ୪କେ ଟିଭି, କନ୍‌ଭର୍ଟିବୁଲ ୫ ଇନ୍ ୧ ଓ କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍‌, ହାଇଜିନ୍ ଷ୍ଟିମ୍ କ୍ଲିନ୍ ୱାଶିଙ୍ଗ୍ ମେସିନ୍‌, ମସାଲା ଓ ସନ୍ ଡ୍ରାଏ, ତନ୍ଦୁର୍‌, ସ୍ଲିମ୍ ଫ୍ରାଏ ଟେକ୍ନୋଲୋଜି ସହିତ ସ୍ମାର୍ଟ ଓଭନ୍ ଆଦି ପ୍ରି-ବୁକ୍ କରିପାରିବେ । ଏଥିସହିତ ଏହି ଅଫର୍ ଅଧୀନରେ ସାମ୍‌ସଙ୍ଗ ସ୍ମାର୍ଟ ଟିଭି ମଧ୍ୟ ଉପଲବ୍ଧ ରହିଛି ଯାହାକି ଏକ ପର୍ସନାଲ କମ୍ପ୍ୟୁଟରରେ ରୁପାନ୍ତର ହୋଇଥାଏ ଏବଂ ଏହାକୁ ଘରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସେମାନଙ୍କର ଅନ୍‌ଲାଇନ୍ ଲର୍ଣ୍ଣିଙ୍ଗ୍ କ୍ଲାସ୍ ପାଇଁ ବ୍ୟବହାର କରାଯାଇପାରିବ ।
ଉପଭୋକ୍ତାମାନେ ସାମ୍‌ସଙ୍ଗ୍ ସପ୍‌ରେ ପ୍ରି-ବୁକିଙ୍ଗ୍ କଲେ ଏଚ୍‌ଡିଏଫ୍‌ସି ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ପେମେଂଟ୍ ସମୟରେ ୧୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ସହିତ ନୋ-କଷ୍ଟ ଇଏମ୍‌ଆଇ ଓ ୧୮ ମାସ ପର୍ଯ୍ୟନ୍ତ ଲଙ୍ଗ୍‌-ଟର୍ମ ଫାଇନାନ୍ସ ବିକଳ୍ପ ପାଇପାରିବେ । ଇଏମ୍‌ଆଇ ଆଧାରିତ ଫାଇନାନ୍ସ ବିକଳ୍ପ ଚୟନ କରୁନଥିବା ଗ୍ରାହକମାନେ ମଧ୍ୟ କ୍ୟାସ୍‌ବ୍ୟାକ୍ ପାଇପାରିବେ । ସାମ୍‌ସଙ୍ଗର ଟିଭି କିଣୁଥିବା ଗ୍ରାହକ ପ୍ୟାନେଲ ଉପରେ ୧+୧ ସମ୍ପ୍ରସାରିତ ୱାରେଂଟି ଓ ଜୀ୫ ପ୍ରିମିୟମ ପ୍ୟାକ୍‌ର ୩୦-ଦିନ ଟ୍ରାଏଲ୍ ଅଫର୍ ପାଇପାରିବେ । ସ୍ମାର୍ଟ ଓଭନ୍ ଉପରେ ଗ୍ରାହକମାନେ ୧୦ ବର୍ଷର ସେରାମିନ୍ ଏନାମେଲ ୱାରେଂଟି, ଏକ ମାଗଣା ବୋରୋସିଲ କିଟ୍ ଓ ୫ ବର୍ଷର ମ୍ୟାଗ୍ନେଟ୍ରୋନ୍ ୱାରେଂଟି ପାଇପାରିବେ । ରେଫ୍ରିଜରେଟର୍‌ଗୁଡିକ ସହିତ ଡିଜିଟାଲ ଇନ୍‌ଭର୍ଟର୍ କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଂଟି ରହିଥିବା ବେଳେ ୱାଶିଙ୍ଗ୍ ମେସିନ୍‌ଗୁଡିକ ଉପରେ ୧୦ରୁ ୧୨ ବର୍ଷର ମୋଟର ୱରେଂଟି ରହିଛି । ସେହିପରି ଏୟାର କଣ୍ଡିସ୍‌ନରଗୁଡିକରେ ମାଗଣା ଇନ୍‌ଷ୍ଟଲେସନ୍ ଅଫର୍‌, ୫ ବର୍ଷର କଣ୍ଡେନ୍‌ସର୍ ୱାରେଂଟି, ୫ ବର୍ଷର ପିସିବି କଂଟ୍ରୋଲର ୱାରେଂଟି ଓ ମାଗଣା ଏସି ଗ୍ୟାସ୍ ରିଚାର୍ଜ ଅଫର୍ ରହିଛ


Share It

Comments are closed.