କଟକରେ ପୁନଃପରିଚାଳନା ଆରମ୍ଭ କଲା ଉବେର୍‌


କଟକ: ଭାରତ ସରକାରଙ୍କ ଦ୍ୱାରା କଟକ ସହରକୁ ଗ୍ରୀନ୍ ଜୋନ୍‌ରେ ଶ୍ରେଣୀଭୁକ୍ତ କରାଯିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁବିଧାଜନକ ଯାତାୟତ ସମାଧାନ ପ୍ରଦାନ କରିବା ପାଇଁ ଉବେର ପକ୍ଷରୁ ଆଜି କଟକରେ ଏହାର ପରିଚାଳନାକୁ ପୁଣିଥରେ ଆରମ୍ଭ କରାଯାଇଛି । ଏବେ ଯାତ୍ରୀମାନେ କଟକରେ ଉବେର୍‌ଗୋ, ଉବେର ପ୍ରିମିୟର, ଉବେର ମୋଟୋ, ଉବେର ଅଟୋ ଓ ଉବେର ଇଂଟର୍‌ସିଟିର ଉପଯୋଗ କରିପାରିବେ । ଉବେର ଇଂଟର୍‌ସିଟି ପରିଚାଳନା କେବଳ ରାଜ୍ୟ ଓ ଅନୁମତିପ୍ରାପ୍ତ ଜୋନ୍ ଭିତରେ ଆବଶ୍ୟକୀୟ ଅନୁମତି ସହ ଯାତ୍ରା କରିବା ପାଇଁ ସୀମିତ ରହିବ ।
ଏସମ୍ପର୍କରେ ଉବେର୍‌ର ରାଇଡ୍‌ସେୟାରିଙ୍ଗ୍ ଇଷ୍ଟ ଇଣ୍ଡିଆ ହେଡ୍ ରତୁଲ ଘୋଷ କହିଛନ୍ତିଯେ, “ଆମେ କଟକରେ ଆମର ସେବାକୁ ପୁଣିଥରେ ଆରମ୍ଭ କରି ଖୁସି ଅନୁଭବ କରୁଛୁ । ଆମର ପ୍ରାଥମିକତା ହେଉଛି ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ଅଭିଜ୍ଞତା ସୁନିଶ୍ଚିତ କରି ସହରଗୁଡିକୁ ପୁଣିଥରେ ଗତିଶୀଳ କରାଇବା । ଏଥିସହିତ ଆମେ ଡ୍ରାଇଭର-ପାର୍ଟନର୍ ସମୁଦାୟ ପାଇଁ ରୋଜଗାର ସୁଯୋଗ ପୁଣିଥରେ ଫେରାଇ ଆଣିବା ଲାଗି ମଧ୍ୟ ଯୋଜନା ରଖିଛୁ । ଆମ ସମୁଦାୟୀ ସ୍ୱାସ୍ଥ୍ୟ ଓ ସୁରକ୍ଷା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି ଓ ଆଗକୁ ମଧ୍ୟ ଜାରି ରହିବ, ବିଶେଷ କରି ବର୍ତମାନ ସମୟରେ କାରଣ ଆମେ ଆମର ସେବାକୁ ପୁଣିଥରେ ଆରମ୍ଭ କରିଛୁ । ଆମେ ଆମର ସମସ୍ତ ରାଇଡର୍‌ମାନଙ୍କୁ ନିଜର ସୁରକ୍ଷା ସମ୍ପର୍କରେ ସବୁବେଳେ ସତର୍କ ରହିବାକୁ ଓ ସରକାର ତଥା ସାର୍ବଜନିନ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା ଜାରି ସମସ୍ତ ପରାମର୍ଶର ଅନୁପାଳନ କରିବାକୁ ଅନୁରୋଧ କରୁଛୁ ।”
ସମସ୍ତଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଉବେର ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ଦିଶାନିର୍ଦ୍ଦେଶର ସୁପାରିଶ କରାଯାଇଛି । ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଦୟାକରି ଘରେ ରୁହନ୍ତୁ, ପ୍ରତ୍ୟେକ ରାଇଡ୍ ପୂର୍ବରୁ ଓ ପରେ ହାତକୁ ସାବୁନ କିମ୍ବା ସାନିଟାଇଜର୍‌ରେ ଧୁଅନ୍ତୁ । ଉବେର୍ ରାଇଡ୍ ସମୟରେ ମୁହଁରେ ମାସ୍କ ପିନ୍ଧିବା କିମ୍ବା ମୁହଁକୁ କଭର୍ କରିବା ବାଧ୍ୟତାମୂଳକ କରଯାଇଛି । ଯଦି ଆପଣ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି ତେବେ ତାହାକୁ ଆପଣଙ୍କ କହୁଣୀ ଭିତରେ କରନ୍ତୁ କିମ୍ବା ମୁହଁରେ ଏକ ଟିସ୍ୟୁ ଦେଇ କରନ୍ତୁ । ଆପଣ ଭେଂଟିଲେସନ ପାଇଁ ଗାଡିର ୱିଣ୍ଡୋ ଖୋଲିପାରିବେ କିମ୍ବା ଡ୍ରାଇଭର୍‌ଙ୍କୁ କେବଳ ଫ୍ରେସ୍ ଏୟାର ମୋଡ୍‌ରେ ଏସି ସ୍ୱିଚ୍ ଅନ୍ କରିବାକୁ କହିପାରିବେ । ଯେତେସମ୍ଭବ ଆପଣ ଡିଜିଟାଲ ପେମେଂଟ୍‌ର ବ୍ୟବହାର କରନ୍ତୁ ଏବଂ ଦୟାକରି ନିଜ ଲଗେଜ୍ ଓ ଅନ୍ୟ ସାମଗ୍ରୀ ନିଜେ ଯତ୍ନରେ ରଖନ୍ତୁ । ସରକାରଙ୍କ ନିର୍ଦ୍ଦେଶ ମୁତାବକ, ୬୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଅସୁସ୍ଥ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାମାନେ ଘରେ ରୁହନ୍ତୁ ଓ କେବଳ ଜରୁରୀ କାର୍ଯ୍ୟ ଥିଲେ ଘରୁ ବାହାରନ୍ତୁ ।
ଉବେର୍‌ରେ ଯାତ୍ରା ସମୟରେ ଯାତ୍ରୀମାନେ ନିଜକୁ ସୁରକ୍ଷିତ ଅନୁଭବ କରିବା ଅତ୍ୟନ୍ତ ଜରୁରୀ । ତେଣୁ ଡ୍ରାଇଭର ଓ ଯାତ୍ରୀମାନେ ଚାହିଁଲେ ନିଜର ଟ୍ରିପ୍ କ୍ୟାନ୍‌ସେଲ କରିପାରିବେ, ଯଦି ସେମାନେ ସୁରକ୍ଷା କାରଣରୁ ଅସହଜ ଅନୁଭବ କରୁଛନ୍ତି । ଏଭଳି କ୍ଷେତ୍ରରେ ଯଦି ଯାତ୍ରୀ ଆପ୍ ମାଧ୍ୟମରେ ଏକ କ୍ୟାନ୍‌ସେଲେସନ ରିକ୍ୱେଷ୍ଟ ସବ୍‌ମିଟ୍ କରନ୍ତି ତେବେ ଉବେର ପକ୍ଷରୁ ଯାତ୍ରୀଙ୍କୁ କ୍ୟାନ୍‌ସେଲେସନ ଚାର୍ଜର ଏକ ଫୁଲ୍ ରିଫଣ୍ଡ ପ୍ରଦାନ କରାଯିବ ।


Share It

Comments are closed.